ହାଇଦ୍ରାବାଦ:ଶରୀରକୁ ସୁସ୍ଥ ରଖିବା ପାଇଁ କେବଳ ବ୍ୟାୟାମ, ୱାକିଂ, ଯୋଗ କରିବା ଯଥେଷ୍ଟ ନୁହେଁ । ଏଥିପାଇଁ ଆମକୁ ନିଜ ଶରୀରକୁ ପୋଷକ ତତ୍ତ୍ବ ଯୋଗାଇବା ସହ ଏନର୍ଜି ବଢାଇବାର ମଧ୍ୟ ଆବଶ୍ୟକତା ରହିଛି । ବିଶେଷ କରି ଶୀତ ଦିନେ, କାରଣ ଏହି ସମୟରେ ଅଳସପଣ ପାଇଁ ଇମ୍ୟୁନିଟି ଏବଂ ଏନର୍ଜି ସ୍ତର କମିଥାଏ । ଫଳରେ ଲୋକେ ଜ୍ବର, ଫ୍ଲୁ' ଭଳି ସଂକ୍ରମଣ ରୋଗର ସମ୍ମୁଖୀନ ହୋଇଥାଆନ୍ତି । ତେବେ ଏହି ଋତୁରେ ଖାଦ୍ୟ ପ୍ରତି ବିଶେଷ ଯତ୍ନ ଦେବା ସହ କିଛି ଫଳ ନିଜ ଡାଏଟ୍ରେ ସାମିଲ କରିବା ଦରକାର । ଯାହା ଶରୀରକୁ ଏନର୍ଜି ଯୋଗାଇବା ସହ ଇମ୍ୟୁନିଟି ବୁଷ୍ଟ୍ କରିବ ।
ଶୀତଦିନିଆ ଡାଇଟରେ ସାମିଲ କରନ୍ତୁ ଏହି ଫଳ:-
- କମଳା
ଶୀତ ହେଉ ଅବା ଗ୍ରୀଷ୍ମ ହେଉ, ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଫଳ ଖାଇବା ଅତ୍ୟନ୍ତ ଜରୁରୀ । ସବୁଠାରୁ ଅଧିକ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଫଳ ହେଉଛି କମଳା । ଏଥିରେ ଥିବା ଭିଟାମିନ C ଏବଂ ଫାଇବରରେ ଭରପୁର ସାଇଟ୍ରିକ ଫଳ ଅଟେ । ଏହା ଖାଇବା ଦ୍ବାରା ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ଆମରକୁ ଶକ୍ତିଶାଳୀ କରିଥାଏ । କେବଳ ଏତିକି ନୁହେଁ ଏହା କ୍ୟାନ୍ସର ଭଳି ଗମ୍ଭୀର ରୋଗରୁ ମଧ୍ୟ ରକ୍ଷା କରିଥାଏ ।
- ସେଓ
ଡାକ୍ତରଙ୍କ ଅନୁସାରେ, ପ୍ରତିଦିନ ସମସ୍ତେ ଗୋଟିଏ ଗୋଟିଏ ସେଓ ଖାଇବା ଦ୍ୱାରା କୌଣସି ରୋଗ ହୁଏ ନାହିଁ । ଏହା ଖାଇବା ଦ୍ବାରା ଶରୀରରେ ହିମୋଗ୍ଲୋବିନ ଏବଂ ଆଇରନ ସ୍ତର ସଛିକ ରହିଥାଏ, ଫଳରେ କୌଣସି ରୋଗ ହେବାର ଭୟ କମ ରହିଥାଏ । ଏହା ଅଲଜାଇମର ରୋଗରୁ ମୁକ୍ତି ଦେଇଥାଏ ।
- ସାପେଟା (ଚିକୁ)