ଆଇୟୁଆଇ ଓ ଆଇଭିଏଫ ମଧ୍ୟରେ ଫରକ କ’ଣ ?
ଡକ୍ଟର ବୈଜୟନ୍ତୀଙ୍କ କହନ୍ତି ଯେ, ଲୋକଙ୍କ ମଧ୍ୟରେ ଆଇଭିଏଫ୍ ଓ ଆଇୟୁଆଇ ନେଇ ଭ୍ରମ ରହିଥାଏ । ଅବଶ୍ୟ ଏହି ଦୁଇ ପଦ୍ଧତି ଦ୍ୱାରା ବୈଜ୍ଞାନିକ ଉପାୟରେ ଭ୍ରୁଣ ସୃଷ୍ଟିର କାର୍ଯ୍ୟ କରାଯାଏ । କିନ୍ତୁ ଆଇଭିଏଫ ଓ ଆଇୟୁଆଇ ଭିନ୍ନ ଭିନ୍ନ ପଦ୍ଧତି । ଆଇଭିଏଫ ପଦ୍ଧତିରେ ପ୍ରଜନନ ବିଶେଷଜ୍ଞ ମହିଳାଙ୍କ ଓଭାରୀରୁ ଡିମ୍ବାଣୁ ବାହାର କରି ପୁରୁଷର ସ୍ପର୍ମ ସହ ଲାବ୍ରୋଟରୀରେ ପରିପୁଷ୍ଟ କରେ । ଏହି ପ୍ରକ୍ରିୟା ପରେ ସୃଷ୍ଟି ହୋଇଥିବା ଭ୍ରୁଣ ମହିଳାଙ୍କ ଗର୍ଭାଶୟକୁ ସ୍ଥାନାନ୍ତର କରିଦିଆଯାଏ ।
ଆଇୟୁଆଇ ପଦ୍ଧତିରେ ଫର୍ଟିଲାଇଜେସନ ପାଇଁ ଶୁକ୍ରାଣୁକୁ ସିଧାସଳଖ ମହିଳାଙ୍କ ଗର୍ଭାଶୟ ଭିତରେ ରଖାଯାଏ । ଏହା ସୁସ୍ଥ ଶୁକ୍ରାଣୁଗୁଡିକର ସଂଖ୍ୟା ବୃଦ୍ଧି କରିବାର ଏକ ଶୈଳୀ ହୋଇଥାଏ, ଯାହା କି ଫାଲୋପିଆନ ଟ୍ୟୁବ୍ ଯାଏଁ ପହଂଚିଥାଏ । ଯେଉଁ ଦଂପତ୍ତିମାନଙ୍କର ବାଂଝପଣର କାରଣ ସଂପର୍କରେ କିଛି ଜଣାପଡେ ନାହିଁ , ସେମାନଙ୍କ ପାଇଁ ଆଇୟୁଆଇ ଉପଚାର ଅଧିକ ଉପକାରୀ ସାବ୍ୟସ୍ତ ହୁଏ ।
ଇନ୍ ଭିଟ୍ରୋ ଫର୍ଟିଲାଇଜେସନ (ଆଇଭିଏଫ) ଚିକିତ୍ସା କେଉଁ ସ୍ଥିତିରେ ଆଇଭିଏଫ ଚିକିତ୍ସା ଉପାଦେୟ
. ଫାଲୋପିଆନ ଟ୍ୟୁବରେ ଅବରୋଧ
. ବାଂଝପଣର ପ୍ରକୃତ କାରଣ ଜଣା ନ ପଡିବା ସ୍ଥିତିରେ
. ପୁରୁଷଙ୍କଠାରେ ସ୍ପର୍ମ ସଂପର୍କିତ ସମସ୍ୟା, ବିଶେଷକରି ସ୍ପର୍ମ ସଂଖ୍ୟାରେ ହ୍ରାସ ଓ ନିମ୍ନମାନର ସ୍ପର୍ମ ଥିଲେ ଆଇଭିଏଫ ଚିକିତ୍ସା ପାଇଁ ସୁପାରିଶ କରାଯାଇପାରେ ।
. ମଧ୍ୟମ ବା ଗୁରୁତର ଏଣ୍ଡୋମିଟ୍ରିଓସିସ୍
. ମହିଳାଙ୍କ ବୟସାଧିକ୍ୟ
. ଦୁର୍ବଳ ଓଭାରିଆନ ରିଜର୍ଭ
ଆଇଭିଏଫ୍ ଚିକିତ୍ସା ପ୍ରକ୍ରିୟା
ପ୍ରଥମ ପର୍ଯ୍ୟାୟ –ଓଭାରିଆନ ଷ୍ଟିମୁଲେସନ
ଆଇଭିଏଫ ଚିକିତ୍ସାର ପ୍ରଥମ ପର୍ଯ୍ୟାୟରେ ସୁପ୍ରଜନନ ତଥା ଅଧିକ ଡିମ୍ବାଣୁ ସୃଷ୍ଟି ପାଇଁ ଓଭାରୀକୁ ପ୍ରସ୍ତୁତ କରିବା ପ୍ରକ୍ରିୟା ଆରମ୍ଭ କରାଯାଏ । ଏହି ପର୍ଯ୍ୟାୟରେ ମାସିକ ଧର୍ମର ପ୍ରଥମ ବା ଦ୍ୱିତୀୟ ଦିନଠାରୁ ହରମୋନ ଇଂଜେକସନ ପ୍ରତ୍ୟହ ଦିଆଯାଇଥାଏ । ଫଲିକ୍ଲସଗୁଡିକ ଏକ ନିର୍ଦ୍ଦିଷ୍ଟ ଆକାର ହେବା ଯାଏଁ ହରମୋନ ଇଂଜେକସନ ଦିଆଯାଏ ।
ଦ୍ୱିତୀୟ ପର୍ଯ୍ୟାୟ- ଫଲିକ୍ଲ ଅଭିବୃଦ୍ଧି ଉପରେ ନଜର
ଫଲିକ୍ଲସର ଆକାର ତଥା ସେଗୁଡିକର ସଠିକ ଗତିରେ ବିକାଶ ପାଇଁ ନିୟମିତ ତଦାରଖ ଜରୁରୀ । କାରଣ ଓଭାରୀରେ ଆବଶ୍ୟକଠାରୁ ଅଧିକ ଉତ୍ତେଜନା ବୃଦ୍ଧି ପାଇଲେ ଗମ୍ଭୀର ପାଶ୍ୱର୍ ପ୍ରତିକ୍ରିୟା ଦେଖାଯିବା ଆଶଙ୍କା ଥାଏ ।
ତୃତୀୟ ପର୍ଯ୍ୟାୟ – ଇଂଜେକସନ ଜରିଆରେ ଓଭାଲ୍ୟୁସନ ଟ୍ରିଗର୍
ଫଲିକ୍ଲ୍ସଗୁଡିକ ନିର୍ଦ୍ଦିଷ୍ଟ ଆକୃତିର ହେଲା ପରେ ଡିମ୍ବାଣୁର ପରିପକ୍ୱ ପୂର୍ବରୁ ମହିଳାମାନଙ୍କୁ ଔଷଧର ଇଂଜେକସନ ଦିଆଯାଏ । ଏହି ଇଂଜେକସନ ଡିମ୍ବାଣୁର ପୁନଃସ୍ଥାପନା ଦୁଇ ଦିନ ପୂର୍ବରୁ ବିଳମ୍ବିତ ସଂଧ୍ୟାରେ ଦିଆଯାଏ ।
ଚତୁର୍ଥ ପର୍ଯ୍ୟାୟ – ଡିମ୍ବାଣୁ ସଂଗ୍ରହ ପ୍ରକ୍ରିୟା
ଏହି ପ୍ରକ୍ରିୟା ଆନାସ୍ଥେସିଆ ଦିଆଯାଇ କରାଯାଏ । ପ୍ରକ୍ରିୟା ବହୁତ ସରଳ । ଏପରିକି ୨-୩ ଘଂଟା ପରେ ଆପଣ ଘରକୁ ଯାଇପାରିବେ । ଏହି ପ୍ରକ୍ରିୟାରେ କୌଣି କଟ୍ ବା ସିଲାଇ ଦରକାର ହୁଏ ନାହିଁ । ବିନା ପେନ କିଲରରେ ଅଧିକାଂଶ ମହିଳା ସହଜରେ ଏଥିସହିତ ଖାପ ଖୁଆଇ ପାରନ୍ତି ।
ପଂଚମ ପର୍ଯ୍ୟାୟ – ଡିମ୍ବାଣୁର ସଂକଳନ
ଏହି ପ୍ରକ୍ରିୟା ଅନ୍ତର୍ଗତ ପୁରୁଷକୁ ହସ୍ତମୈଥୁନ ଜରିଆରେ ନିଜର ବୀର୍ଯ୍ୟକୁ ଏକତ୍ରିତ କରିବାକୁ ପଡିଥାଏ । ଆଇଭିଏଫ ପାଇଁ ବୀର୍ଯ୍ୟର ତାଜା ସାମ୍ପଲ୍ ଆବଶ୍ୟକ ପଡେ । କିନ୍ତୁ କୌଣସି କାରଣବଶତଃ ଯଦି ପୁରୁଷର ବୀର୍ଯ୍ୟ ସଂକଳନ ସମୟରେ ଆଭିଏଫ କେନ୍ଦ୍ରରେ ଉପସ୍ଥିତି ସମ୍ଭବ ନୁହେଁ, ତାହା ହେଲେ ଆଇଭିଏଫ ଟେକନିକରେ ଆଗରୁ ହିଁ ଜମା ଥିବା ବୀର୍ଯ୍ୟର ବ୍ୟବହାର ହୋଇପାରିବ ।
ଷଷ୍ଠ ପର୍ଯ୍ୟାୟ – ଯାଂଚ ପ୍ରକ୍ରିୟା
ନିର୍ଦ୍ଧାରିତ ମାତ୍ରାରେ ପୁରୁଷର ବୀର୍ଯ୍ୟ ମହିଳାଙ୍କ ଡିମ୍ବାଣୁ ସହ ଏକ ପାତ୍ରରେ ରଖାଯାଏ । ଡିମ୍ବାଣୁ ପ୍ରଜନନଯୋଗ୍ୟ କି ନୁହେଁ ,ତାହା ଯାଂଚ କରାଯାଏ । ଏହା ପରେ ହିଁ ଭ୍ରୁଣ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୁଏ ।
ସପ୍ତମ ପର୍ଯ୍ୟାୟ – ଭ୍ରୁଣର ସ୍ଥାନାନ୍ତରଣ
ଓକାଇଟ୍ ପୁନରୁଦ୍ଧାର ପରେ ଭ୍ରୁଣ ସ୍ଥାନାନ୍ତର ଓ ପ୍ରତିରୋପଣ ଦ୍ୱିତୀୟରୁ ପଂଚମ ଦିନ ମଧ୍ୟରେ କରାଯାଏ । ଏହା ଏକ ସରଳ ଓ ସିଧାସଳଖ ପ୍ରକ୍ରିୟା ।
ପ୍ରକ୍ରିୟା ପରବର୍ତ୍ତୀ ପଦକ୍ଷେପ ଓ ଯତ୍ନ
- ଆଇଭିଏଫ ପ୍ରକ୍ରିୟା ପରେ ଦୀର୍ଘ ଦିନ ଯାଏଁ ମହିଳାଙ୍କୁ ବେଡ୍ ରେଷ୍ଟ୍ ଆବଶ୍ୟକ ପଡେ ନାହିଁ । ପ୍ରକ୍ରିୟାର କିଛି ଦିନ ପରେ ମହିଳା ନିୟମିତ କାର୍ଯ୍ୟ କରିପାରିବେ । ଏଥିସହ ସେ ସାଧାରଣ ଖାଦ୍ୟ ବି ଖାଇପାରିବେ ।
- ଆଇଭିଏଫ ପ୍ରକ୍ରିୟା ପରେ କେତେବେଳେ ଶାରୀରିକ ସଂପର୍କ ରଖାଯାଇପାରିବ, ସେ ସଂପର୍କରେ ଡାକ୍ତରଙ୍କ ପରାମର୍ଶ ଜରୁରୀ ।
ଆଇଭିଏଫ କ୍ଲିନିକ କେମିତି ବାଛିବେ ?
ଆଇଭିଏଫ ଟେକନିକ ଆପଣାଇବା ପୂର୍ବରୁ ଯେଉଁଠି ଆପଣ ଏହି ପ୍ରକ୍ରିୟାର ସମ୍ମୁଖୀନ ହେବେ, ସେହି କ୍ଲିନିକ ବାବଦରେ ସଂପୂର୍ଣ୍ଣ ସୂଚନା ଜାଣିବା ଜରୁରୀ । ସଂପୃକ୍ତ କ୍ଲିନିକ ବା ଡାକ୍ତରଖାନାର ବିଶ୍ୱସନୀୟତା ଓ ସେଠାରେ କାର୍ଯ୍ୟରତ ଡାକ୍ତର ଓ ବିଶେଷଜ୍ଞଙ୍କ ବାବଦରେ ବି ସଂପୂର୍ଣ୍ଣ ସୂଚନା ଜରୁରୀ । ଏହାଛଡା ସଂପୃକ୍ତ କ୍ଲିନିକରେ ପୂର୍ବରୁ କରାଯାଇଥିବା ଆଇଭିଏଫ ପଦ୍ଧତିର ସଫଳତାର ହାର ସଂପର୍କରେ ବି ଜାଣିବା ଜରୁରୀ ।
ଅଧିକ ଜାଣିବା ପାଇଁ svyjayanthi99@gmail.com ରେ ଯୋଗାଯୋଗ କରାଯାଇପାରେ ।