ହାଇଦ୍ରାବାଦ: ବୟସ ବଢିବା ସାଙ୍ଗକୁ ମାନବ ଶରୀରରେ ରୋଗ ମଧ୍ୟ ବୃଦ୍ଧି ପାଇବାକୁ ଲାଗେ । ବାର୍ଦ୍ଧକ୍ୟ ସହ ତାଳ ଦେଇ ମାଡିବସେ ନାନା ରୋଗ । ସାଧାରଣତଃ ମହିଳାମାନେ ରୋଗର ସମ୍ମୁଖୀନ ହେବାର ଆଶଙ୍କା ଅଧିକ ଥାଏ । ତେଣୁ ସେମାନେ ସ୍ବାସ୍ଥ୍ୟର ବିଶେଷ ଯତ୍ନ ନେବା ଆବଶ୍ୟକ । କେବଳ ଖାଦ୍ୟ ଏବଂ ପାନୀୟ ନୁହେଁ ସ୍ବାସ୍ଥ୍ୟ ବଜାୟ ରଖିବା ପାଇଁ ମହିଳାମାନେ ନିୟମିତ ସ୍ବାସ୍ଥ୍ୟ ଯାଞ୍ଚ କରାଇନେବା ମଧ୍ୟ ଜରୁରୀ । ଏହା ଫଳରେ ଯଦି କୌଣସି ରୋଗ ଶରୀରରେ ବିକଶିତ ହେଉଥାଏ, ତେବେ ଠିକ ସମୟରେ ଚିହ୍ନଟ ଏବଂ ଚିକିତ୍ସା କରିବା ସହଜ ହୋଇପାରିବ ।
ତେଣୁ ଆଜିର ଏହି ଆର୍ଟିକିଲରେ ମହିଳାମାନେ କେଉଁ ପ୍ରକାରର ଶାରୀରିକ ଯାଞ୍ଚ କରିଲେ ସଠିକ୍ ସମୟରେ ରୋଗର ଲକ୍ଷଣ ବାବଦରେ ଜାଣିପାରିବେ ସେ ବାବଦରେ ଆଲୋଚନା କରିବା...
ମେମୋଗ୍ରାମ୍:-ମହିଳାମାନଙ୍କଠାରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ସ୍ତନ କର୍କଟ । ଏହି ରୋଗରେ ଲକ୍ଷଣ ଜଣାପଡିବା ବେଳକୁ ସମସ୍ୟା ଗମ୍ଭୀର ହୋଇ ସାରିଥାଏ । ତେଣୁ 50 ବର୍ଷରୁ ଅଧିକ କିମ୍ବା ସ୍ତନ କର୍କଟ ପାଇଁ ଅଧିକ ବିପଦ ଥିବା ମହିଳାମାନେ ପ୍ରତ୍ୟେକ ଦୁଇ ବର୍ଷରେ ଥରେ ମେମୋଗ୍ରାମ ପରୀକ୍ଷା କରାଇନେବା ଉଚିତ୍ ।
ପେପ୍ ସ୍ମିୟର୍:-ସେହିପରି ବିଭିନ୍ନ ପ୍ରକାର କର୍କଟ ମଧ୍ୟରୁ ଗର୍ଭାଶୟ କର୍କଟ ଆଉ ଏକ ଜଟିଳ ସମସ୍ୟା । ଏହି ରୋଗର ଚିହ୍ନଟ କରିବା ପାଇଁ ମହିଳାମାନେ ପ୍ରତି ତିନି ବର୍ଷରେ ଥରେ ପେପ୍ ସ୍ମିୟର୍ କରିବା ଉଚିତ୍ ।
ବୋନ୍ ଡେନ୍ସିଟି ଟେଷ୍ଟ:-ବୟସ ଅଧିକ ହେଲେ କିମ୍ବା ପିଲା ଜନ୍ମ ପରେ ସାଧାରଣତଃ ମହିଳାମାନେ ହାଡ ଦୁର୍ବଳ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଏହି କାରଣରୁ ଆଣ୍ଠୁ ଗଣ୍ଠି ବଥା ହୋଇଥାଏ । 65 ବର୍ଷରୁ ଅଧିକ ବୟସର ମହିଳାମାନେ କିମ୍ବା ଅଷ୍ଟିଓପୋରୋସିସ୍ ପାଇଁ ବିପଦ କାରଣ ଥିବା ମହିଳାମାନେ ବୋନ୍ ଡେନ୍ସିଟି ଟେଷ୍ଟ କରିବା ଉଚିତ୍ ।