ଓଡିଶା

odisha

ETV Bharat / sukhibhava

ଅନୁସନ୍ଧାନ: ବାୟୁ ପ୍ରଦୂଷଣ କାରଣରୁ ଦେଶରେ ବୃଦ୍ଧି ପାଉଛି ହୃଦ୍‌ଘାତ ! - ଆଇଆଇଟି ମଣ୍ଡି

ଦେଶର ଉ୍‌ବେଗଜନକ ଭାବେ ହୃଦ୍‌ଘାତ ବୃଦ୍ଧି ପାଉଥିବାରୁ କାରଣ ଜାଣିବା ପାଇଁ IIT ମଣ୍ଡି ଏକ ଅନୁସନ୍ଧାନ କରିଛି । କାହିଁକି ଏହି ରୋଗ ବୃଦ୍ଧି ପାଉଛି, କଣ କହୁଛନ୍ତି ଅନୁସନ୍ଧାନକାରୀ ଜାଣନ୍ତୁ

Etv Bharat
Etv Bharat

By

Published : Mar 30, 2023, 11:23 AM IST

ନୂଆଦିଲ୍ଲୀ: ଏକ ଚିନ୍ତାଜନକ ପରିସ୍ଥିତିରେ ପହଞ୍ଚିଲାମି ଦେଶରେ ହୃଦ୍‌ଘାତ ଜନିତ ମୃତ୍ୟୁସଂଖ୍ୟା । ନାଚୁଥିବା, ଗାଉଥିବା, ଜିମ୍‌ରେ ଏବଂ କୌଣସି କାର୍ଯ୍ୟ କରୁଥିବା ସମୟରେ ଲୋକମାନେ କିପରି ହୃଦ୍‌ଘାତରେ ପ୍ରାଣ ହରାଉଛନ୍ତି ତା'ର ଭିଡିଓ ମୋବାଇଲରୁ ମୋବାଇଲକୁ ଘୂରିବୁଲିଛି । ଏପରି ସ୍ଥିତିକୁ ଦୃଷ୍ଟିରେ ରଖି ଭାରତରେ 45 ବର୍ଷ ତଥା 45 ବର୍ଷରୁ ଅଧିକ ବୟସର ଲୋକଙ୍କଠାରେ ହୃଦ୍‌ରୋଗର ସବୁଠାରୁ ବିପଜ୍ଜନକ କାରଣ ଜାଣିବା ପାଇଁ ଆଇଆଇଟି(IIT Mandi) ଏକ ଅଧ୍ୟୟନ କରିଛି । କାହିଁକି ଏତେ କମ୍ ବୟସରେ ହୃଦ୍‌ଘାତ ଆସୁଛି ଏବଂ ଏଥିରୁ କିପରି ରକ୍ଷା ପାଇପାରିବା ସେ ବାବଦରେ ଆଲୋଚନା କରିଛନ୍ତି ।

ଅନୁସନ୍ଧାନର ଆଧାରକୁ ବ୍ୟାଖ୍ୟା କରି ଆଇଆଇଟି ମଣ୍ଡିର ଡକ୍ଟର ରାମନା ଠାକୁର କହିଛନ୍ତି ଯେ, "CVD(କାର୍ଡିଓଭସ୍କୁଲାର୍ ଡିଜିଜ୍) ବା ହୃଦ୍‌ରୋଗର ଅନେକ ବିପଜ୍ଜନକ କାରଣ ଅଛି, ଯେପରିକି ଉଚ୍ଚ ସିଷ୍ଟୋଲିକ୍ ବ୍ଲଡ ପ୍ରେସର, କମ୍ HDL(କୋଲେଷ୍ଟ୍ରଲ), ମେଦବହୁଳତା, ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ, ଖରାପ ପୁଷ୍ଟିକର ଖାଦ୍ୟ, ବୟସ, ପରିବାରର କେହି ହୃଦ୍‌ଘାତର ଶିକାର ହେବା, ଶାରୀରିକ ପରିଶ୍ରମ, ବ୍ୟାୟାମର ଅଭାବ, ଧୂମପାନ ଏବଂ ମଦ୍ୟପାନ ଇତ୍ୟାଦି ।

ଏହା ବ୍ୟତୀତ ଅନ୍ୟ ଏକ ବିପଦପୂର୍ଣ୍ଣ କାରଣ ହେଉଛି, ବାୟୁ ପ୍ରଦୂଷଣ । ଆମେ ଏହି ବିପଦ କାରଣ ଗୁଡ଼ିକୁ ବିଭିନ୍ନ ଗୋଷ୍ଠୀରେ ଭାଗ କରିବାକୁ ଚେଷ୍ଟା କରିଛୁ ଏବଂ ତା'ପରେ ଭାରତରେ 45 ବର୍ଷ ତଥା ତଦୁର୍ଦ୍ଧ୍ବ ବୟସ୍କ ଲୋକଙ୍କ ମଧ୍ୟରେ CVD ଉପରେ ପ୍ରତ୍ୟେକ ଗୋଷ୍ଠୀର ପ୍ରଭାବ ଜାଣିବାକୁ ଲକ୍ଷ୍ୟ ରଖିଛୁ ।"

ଏହା ମଧ୍ୟ ପରଢନ୍ତୁ:-କାହିଁକି ଘାତକ ସାଜୁଛି ଜିମ୍, ଜାଣନ୍ତୁ ବ୍ୟାୟାମ ସମୟରେ ହୃଦ୍‌ଘାତ ପଛର କାରଣ

ଅନୁସନ୍ଧାନକାରୀ ଟିମ୍ ଭାରତରେ ଲଙ୍ଗିଚ୍ୟୁଡିନାଲ୍ ଏଜିଂ ଷ୍ଟଡି- LASIର ତଥ୍ୟ ବ୍ୟବହାର କରିଥିଲେ । ଦେଶବ୍ୟାପୀ ଦ୍ରାଘିମା ସର୍ବେକ୍ଷଣରେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ 18 ବର୍ଷରୁ ଅଧିକ ବୟସର 73,396 ଜଣ ବ୍ୟକ୍ତିଙ୍କୁ ଏହି ଅନୁସନ୍ଧାନରେ ସାମିଲ୍ କରିଥିଲେ । ଭାରତ ସରକାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ଏହି ଅଧ୍ୟୟନ ଆରମ୍ଭ କରାଯାଇଥିଲା । ଏହାର ପ୍ରଥମ ରାଉଣ୍ଡରୁ ତଥ୍ୟ ସଂଗ୍ରହ କରାଯାଇଥିଲା । ଏଥିପାଇଁ ନୋଡାଲ ଏଜେନ୍ସିର କାର୍ଯ୍ୟ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ପପୁଲେସନ୍ ସାଇନ୍ସ(ଆଇପିଏସ୍) ମୁମ୍ବାଇ ଦ୍ୱାରା କରାଯାଇଥିଲା । ତଥ୍ୟକୁ ବିଶୋଧନ କରିବା ପରେ, ଅନୁସନ୍ଧାନକାରୀମାନେ 45 ବର୍ଷ ତଥା ତଦୁର୍ଦ୍ଧ୍ବ ଅଧିକ ବୟସ୍କ 59,073 ଲୋକଙ୍କୁ ଏହି ଅଧ୍ୟୟନରେ ଅନ୍ତର୍ଭୁକ୍ତ କରିଥିଲେ ।

ଅଧ୍ୟୟନରେ ଏହା ଦେଖିବାକୁ ମିଳିଲା ଯେ, ଭାରତର ପ୍ରାପ୍ତ ବୟସ୍କଙ୍କ ମଧ୍ୟରେ CVD ରୋଗ ବୃଦ୍ଧି ପାଇଁ ପରିବେଶ ପ୍ରଦୂଷଣ ଏକ ଉଦ୍‌ବେଗଜନକ କାରଣ । ଭାରତର ଅଧିକାଂଶ ଲୋକେ ଗ୍ରାମାଞ୍ଚଳରେ ରୁହନ୍ତି ଏବଂ ରନ୍ଧନ ତଥା ଅନ୍ୟାନ୍ୟ ଉଦ୍ଦେଶ୍ୟରେ ପ୍ରଦୂଷିତ ଇନ୍ଧନ ବ୍ୟବହାର କରନ୍ତି । ଏହିପରି ଇନ୍ଧନ କ୍ଷତିକାରକ ଧୂଆଁ ନିର୍ଗତ କରେ, ଯାହା ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦଜନକ । ସେକେଣ୍ଡ ହାଣ୍ଡ ଧୂଆଁ, ଯାହାକୁ ସାଧାରଣତଃ ପରୋକ୍ଷ ଧୂଆଁ କୁହାଯାଏ, ଅର୍ଥାତ୍ ଧୂମପାନକାରୀଙ୍କ ସଂସ୍ପର୍ଶରେ ଆଶିବା ଦ୍ବାରା ମଧ୍ୟ ହୃଦୟ ଧମନୀ ପାଇଁ କ୍ଷତିକାରକ ।

ଅଧ୍ୟୟନରେ CVD ପାଇଁ ଆଚରଣଗତ ବିପଦ କାରଣଗୁଡିକ ମଧ୍ୟ ଚିହ୍ନଟ କରାଯାଇଥିଲା, ଯେପରିକି ଶାରୀରିକ ପରିଶ୍ରମ କିମ୍ବା ବ୍ୟାୟାମ । ଅଧ୍ୟୟନରେ ଏହା ମଧ୍ୟ ଦର୍ଶାଯାଇଛି ଯେ, ମଧୁମେହ, ଉଚ୍ଚ କୋଲେଷ୍ଟ୍ରଲ, ଉଦାସୀନତା ଏବଂ ଅଧିକ ଓଜନ ବା ମେଦବହୁଳତା ଭଳି ଶାରୀରିକ କାରଣ ବିଶେଷ ଗୁରୁତର । ଲୋକମାନେ ଶାରୀରିକ ପରିଶ୍ରମ କିମ୍ବା ବ୍ୟାୟାମ କରୁନାହାଁନ୍ତି, ଫାଷ୍ଟଫୁଡ୍ ଏବଂ ସହରୀକରଣର ଧାରା ବୃଦ୍ଧି ହେଉଛି, ଯାହା ହୃଦୟ ପ୍ରତି ବିପଦର କାରଣ ସାଜୁଛି । ଏହି ଅନୁସନ୍ଧାନର ଫଳାଫଳ କରେଣ୍ଟ ପ୍ରୋବେଲ୍ମସ ଇନ୍ କାର୍ଡିଓଲୋଜି(Elsevier) ପତ୍ରିକାରେ ପ୍ରକାଶ ପାଇଛି ।

ତେବେ ଏଥିରୁ ରକ୍ଷା ପାଇବାକୁ ହେଲେ, ଘର ଭିତରର ବାୟୁ ପ୍ରଦୂଷଣକୁ ହ୍ରାସ କରିବା ଏବଂ ଜନସ୍ୱାସ୍ଥ୍ୟ ସୁରକ୍ଷାକୁ ବଢାଇବା ପାଇଁ, ଅଧ୍ୟୟନରେ ତରଳ ପେଟ୍ରୋଲିୟମ ଗ୍ୟାସ, ସୌର, ବିଦ୍ୟୁତ୍ ଏବଂ ବାୟୋଗ୍ୟାସ୍ ପରି ସ୍ୱଚ୍ଛ ପ୍ରଯୁକ୍ତିର ବ୍ୟବହାର ବୃଦ୍ଧି କରିବାକୁ ପରାମର୍ଶ ଦିଆଯାଇଛି । ମଧ୍ୟମ ବୟସ କିମ୍ବା ବୃଦ୍ଧାବସ୍ଥାରେ ମଧ୍ୟ ହାଲୁକାରୁ ମଧ୍ୟମ ଶାରୀରିକ କାର୍ଯ୍ୟକଳାପ କରିବାକୁ କୁହାଯାଇଛି । ସେହିପରି ମଦ୍ୟପାନ ଏବଂ ତମାଖୁର ବିପଦ ବିଷୟରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାର ଆବଶ୍ୟକତା ରହିଛି ।

ABOUT THE AUTHOR

...view details