ଓଡିଶା

odisha

ETV Bharat / sukhibhava

Jodhapur IIT Research: ଚେଷ୍ଟ X-rayରୁ ଧରାପଡିବ କୋଭିଡ - ଚେଷ୍ଟ ଏକ୍ସ-ରେରୁ ଜାଣିହେବ କୋଭିଡ

ଚେଷ୍ଟ X-ray ମାଧ୍ୟମରେ ଜାଣିପାରିବେ କୋଭିଡ ସଂକ୍ରମଣ ହୋଇଛି କି ନାହିଁ । ସନ୍ଧାନ କଲା IIT ଯୋଧପୁର । ଅଧିକ ପଢନ୍ତୁ

Jodhapur IIT Research: ଚେଷ୍ଟ X-rayରୁ ଧରାପଡିବ କୋଭିଡ
Jodhapur IIT Research: ଚେଷ୍ଟ X-rayରୁ ଧରାପଡିବ କୋଭିଡ

By

Published : Jan 28, 2022, 5:26 PM IST

ଜୟପୁର: କୋଭିଡ ଚିହ୍ନଟକୁ ନେଇ ଆସିଲା ନୂଆ ତଥ୍ୟ । ଚେଷ୍ଟ X-ray ମାଧ୍ୟମରେ ଜାଣିପାରିବେ କୋଭିଡ ସଂକ୍ରମଣ ହୋଇଛି କି ନାହିଁ । ଏହି ବିରଳ ଅନୁସନ୍ଧାନ କରିଛି ଯୋଧପୁର IIT ।

ସାରା ବିଶ୍ବରେ କୋରୋନା ମହାମାରୀ ଆତଙ୍କ ସୃଷ୍ଟିକରି ଥିବାବେଳେ ଏହାର ଅନୁସନ୍ଧାନକୁ ନେଇ ସାମ୍ନାକୁ ଆସିଛି ନୂଆ ଏକ ତଥ୍ୟ । ଏଣିକି କୋଭିଡ ସଂକ୍ରମିତ ହୋଇଛନ୍ତି କି ନାହିଁ ଜାଣିବା ପାଇଁ କେବଳ କିଟ୍ ଉପରେ ନିର୍ଭର କରିବାକୁ ପଡିବନି । ଚେଷ୍ଟ X-ray ମାଧ୍ୟମରେ ମଧ୍ୟ ଜଣେ ବ୍ୟକ୍ତି କୋଭିଡ ସଂକ୍ରମିତ ହୋଇଛନ୍ତି କି ନାହିଁ ସେ ବାବଦରେ ଜାଣିପାରିବେ ।

ଏନେଇ ରାଜସ୍ଥାନ ଯୋଧପୁର IIT ସୂଚନା ଦେଇଛି । ଦୀର୍ଘଦିନ ଧରି ଅନୁସନ୍ଧାନ ପରେ ଯୋଧପୁର IIT ଏହି ତଥ୍ୟକୁ ସାମ୍ନାକୁ ଆଣିଛି । ୨୫୦୦ ଜଣ ବ୍ୟକ୍ତିଙ୍କ ଚେଷ୍ଟ X-ray ପରୀକ୍ଷା ପରେ ଏପରି କହିଛି ସଂସ୍ଥା ।

IIT ଯୋଧପୁର କହିଛି ଯେ, COMiT-Net ଆଲଗୋରିଦମ ଏବଂ ମେଡିକାଲ ଦୃଷ୍ଟିକୋଣକୁ ନେଇ ଏହି ପରୀକ୍ଷା କରାଯାଇଥିଲା । ଏଥିରେ ଉଭୟ କୋଭିଡ ସଂକ୍ରମିତ ଏବଂ ଅଣସଂକ୍ରମିତ ବ୍ୟକ୍ତିଙ୍କ ଚେଷ୍ଟ X-Ray କରାଯାଇଥିଲା । ଏହି ଇମେଜରୁ କୋଭିଡ ଲକ୍ଷଣ ବାବଦରେ ଜଣାପଡିଛି । କେବଳ କୋଭିଡ ଲକ୍ଷଣ ନୁହେଁ ଏହାସହ ଭାଇରସ୍ ଫୁସ୍‌ଫୁସ୍‌କୁ ଆକ୍ରାନ୍ତ କରିଛି କି ନାହିଁ ତାହା ମଧ୍ୟ ଚେଷ୍ଟ X-Ray ଦ୍ବାରା ଜାଣିହେବ ।

@ANI

ABOUT THE AUTHOR

...view details