ହାଇଦ୍ରାବାଦ:ସମସ୍ତେ ଜାଣନ୍ତୁ ଅଣ୍ଡା ସ୍ବାସ୍ଥ୍ୟ ପକ୍ଷେ ବେଶ ଉପକାରୀ । ପ୍ରୋଟିନ୍ ବ୍ୟତୀତ ଏଥିରେ ଅନେକ ଭିଟାମିନ୍ ଏବଂ ମିନେରାଲ୍ସ ଥାଏ ଯାହା ଏହାକୁ ସ୍ୱାସ୍ଥ୍ୟ ପାଇଁ ଜରୁରୀ ହୋଇଥାଏ । ତଥାପି, ବିଭିନ୍ନ କାରଣରୁ ଅଣ୍ଡା ନ ଖାଉଥିବା ଲୋକଙ୍କ ସଂଖ୍ୟା ବହୁତ ଅଧିକ । ଶୀତଦିନେ କେବଳ ଅଣ୍ଡା ଖାଇବା ଦ୍ୱାରା ଅନେକ ସମସ୍ୟାକୁ ଏଡାଇ ଦିଆଯାଇ ପାରିବ । ତେବେ ସେମାନଙ୍କର ମନରେ ପ୍ରଶ୍ନ ଆସେ ଅଣ୍ଡା ନଖାଇବା ଯୋଗୁଁ ଶରୀରରେ ପ୍ରୋଟିନ୍, ଭିଟାମିନ ଏବଂ ମିନେରାଲ୍ସର ଅଭାବ ରହିଯିବ କି ? ଜାଣନ୍ତୁ କେଉଁ ଖାଦ୍ୟ ଅଣ୍ଡା ଭଳି ପୃଷ୍ଟିକର ତତ୍ତ୍ବ ଯୋଗାଇଥାଏ।
ଅଣ୍ଡାର ଅଭାବକୁ ପୂରଣ କରିବା ପାଇଁ କେଉଁ ବିକଳ୍ପ ଖାଦ୍ୟ ଖାଇବା ଉଚିତ୍?
1. ସୋୟାବିନ: ସୋୟାବିନ୍ ପ୍ରୋଟିନ ଏକ ଉତ୍ତମ ଉତ୍ସ ଏବଂ ଶରୀର ପାଇଁ ବେଶ ଉପଯୋଗୀ । ଏଥିରେ ପ୍ରୋଟିନ ବ୍ୟତିତ ଆଇରନ, କ୍ୟାଲସିୟମ ଏବଂ ଅନାନ୍ୟ ଖଣିଜ ପଦାର୍ଥ ରହିଥାଏ । ଏକ ଅଧ୍ୟୟନ ଅନୁଯାୟୀ, ଅଣ୍ଡା ପାଇଁ ସୋୟାବିନ ଏକ ଉତ୍ତମ ବିକଳ୍ପ ହୋଇପାରେ। ସୋୟାବିନ ମଧ୍ୟ ଖରାପ କୋଲେଷ୍ଟ୍ରୋଲର ମାତ୍ରାକୁ କମ କରିଥାଏ । ଏହା ଯକୃତକୁ ସୁସ୍ଥ ରଖିଥାଏ ।
2. ଚିଆ ସିଡ୍ସ: ଚିଆ ମଞ୍ଜି ଅନେକ ଗୁଣ ଭରପୁର ହୋଇ ରହିଛି, ତେଣୁ ଏହା ଏକ ଟ୍ରେଣ୍ଡିଂ ଫୁଡ ଭାବେ ପରିଗଣିତ ହେଉଛି । ଚିଆ ସିଡ୍ସକୁ ପାଣିରେ ମିଶାଇବା ପରେ ଏହା ଏକ ଜେଲରେ ପରିଣତ ହୋଇଥାଏ । ଯାହାକି ଅଣ୍ଡାର ଗଠନ ସହ ଅତି ନିକଟତର ହୋଇଥାଏ । ତେବେ ଚିଆ ସିଡ୍ସରେ ରହିଥିବା ପୌଷ୍ଟିକ ଗୁଣ ଅଣ୍ଡା ସହ ସମାନ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି । ଚିଆ ସିଡ୍ସରେ ଓମେଗା ଫ୍ୟାଟି ଏସିଡ ବ୍ୟତୀତ ଫାଇବର, କ୍ୟାଲସିୟମ ଏବଂ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରହିଥାଏ ।