ହାଇଦ୍ରାବାଦ:କିଛି ଜଣ ଖାଇବା ପରେ ପେଟରେ ଯନ୍ତ୍ରଣା ଅନୁଭବ କରିଥାଆନ୍ତି। କିନ୍ତୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଏହାକୁ ସାଧାରଣ ଭାବେ ନେବା ଉଚିତ ନୁହେଁ। ବିଶେଷଜ୍ଞଙ୍କ କହିବା ଅନୁସାରେ, ଖାଦ୍ୟ ଖାଇବା ପରେ ପେଟରେ ଫୁଲା କିମ୍ବା ଯନ୍ତ୍ରଣା ହେଲେ କିଡନୀ ଷ୍ଟୋନର ଯାଞ୍ଚ କରିବା ଆବଶ୍ୟକ। କେତେକ ସମୟରେ ଲୋକମାନେ ଅଭିଯୋଗ କରନ୍ତି ଯେ, ଖାଦ୍ୟ ଖାଇବା ପରେ ପେଟରେ ଏକ ପ୍ରକାର ଯନ୍ତ୍ରଣା ହୋଇଥାଏ। ତେବେ ଖାଦ୍ୟ ଖାଇବା ପରେ ପେଟରେ ଯନ୍ତ୍ରଣାର ଅନେକ କାରଣ ହୋଇପାରେ। ଏସିଡିଟି, ଗ୍ୟାସ୍ କିମ୍ବା କୋଷ୍ଠକାଠିନ୍ୟ ପାଇଁ ସାଧାରଣତଃ ପେଟରେ ଯନ୍ତ୍ରଣା ହୋଇଥାଏ ବୋଲି ସମସ୍ତେ କହିଥାଆନ୍ତି। ତେବେ ଏହା ବ୍ୟତିତ ମଧ୍ୟ ଅନେକ କାରଣ ହୋଇପାରେ। ଏହା କେତେକ ପ୍ରମୁଖ ରୋଗର ଲକ୍ଷଣ ମଧ୍ୟ ହୋଇପାରେ। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଖାଇବା ପରେ ପେଟରେ ଯନ୍ତ୍ରଣା, ଫୁଲା କିଡନୀ ଷ୍ଟୋନର(ଗାଲ୍ଷ୍ଟୋନ୍) ଲକ୍ଷଣ ଭାବରେ ବିବେଚନା କରାଯାଇପାର।
କାହିଁକି ହୁଏ ପେଟ ଯନ୍ତ୍ରଣା:ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଖାଦ୍ୟ ଖାଇବା ପରେ ହଜମ ପ୍ରକ୍ରିୟା ଆରମ୍ଭ ହୋଇଥାଏ। କିନ୍ତୁ ଯଦି ଏହି ସମୟ ମଧ୍ୟରେ ପେଟରେ ଯନ୍ତ୍ରଣା ହୁଏ, ତେବେ ଏହା ବିଲିୟାରି କୋଲିକର କାରଣ ମଧ୍ୟ ହୋଇପାରେ। ଏହି ପରିସ୍ଥିତିରେ ପେଟର ଉପର ଭାଗରେ ସାମାନ୍ୟ ଯନ୍ତ୍ରଣା ହୁଏ ଏବଂ ବେଳେବେଳେ ଫୁଲା ମଧ୍ୟ ହୁଏ। ବିଶେଷଜ୍ଞମାନେ କହିଛନ୍ତି ଭାରି ଖାଦ୍ୟ ଖାଇବା ପରେ ଏହା ପ୍ରାୟତଃ ଘଟେ। ତେବେ ଏଭଳି ପରିସ୍ଥିତିରେ ପ୍ରଥମେ କିଡନୀ ଯାଞ୍ଚ କରିବା ଆବଶ୍ୟକ।