ହାଇଦ୍ରାବାଦ: ଯଦି ପିଲାମାନଙ୍କଠାରେ ଚାପ ହ୍ରାସପାଏ, ତେବେ ସେମାନେ ଜଙ୍କ ଫୁଡ୍(Junk Food) ଠାରୁ ଦୂରରେ ରହିବେ ବୋଲି ETV Bharat କୁ ପ୍ରତିକ୍ରିୟା ଦେବା ସମୟରେ କହିଛନ୍ତି ଶିଶୁ ମନୋବିଜ୍ଞାନୀ ସୁଜାତା ରାଜାମଣି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସ୍ନାକ୍ସ ଖାଇବା ଦ୍ବାରା ପିଲାମାନେ ପରିଶ୍ରମ କରିବେ ନାହିଁ ବା କମ୍ କରିବେ ।
ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ପିଲାମାନଙ୍କ ମଧ୍ୟରେ ଚାପ ସେମାନେ ଖାଉଥିବା ଖାଦ୍ୟ ସହିତ ଅବିଭକ୍ତ ଭାବରେ ଜଡିତ ଏବଂ ଅଧିକ ଚାପର ସମ୍ମୁଖୀନ ହେଉଥିବା ପିଲାମାନେ ଅଧିକ ଜଙ୍କ ଫୁଡ୍ ଖାଇଥା’ନ୍ତି । 'Journal of Nutrition Education and Behaviour' ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନ ଅନୁଯାୟୀ, ଚାପ ସମୟରେ ପିଲାମାନେ ଖାଉଥିବା ଖାଦ୍ୟ ସାମଗ୍ରୀର 40 ପ୍ରତିଶତ ମିଠା ଏବଂ ପେଷ୍ଟ୍ରି କେକ୍ ଥାଏ । 25 ପ୍ରତିଶତ ପିଲା ମୃଦୁ ପାନୀୟ ପିଇଥାନ୍ତି, ଯେଉଁଥିରେ ଅଧିକ ପରିମାଣର ଚିନି ପଡିଥାଏ, 35 ପ୍ରତିଶତ ଚିପ୍ସ ଏବଂ ଅନ୍ୟ ଭଜା ଖାଦ୍ୟ ଖାଇଥା’ନ୍ତି । ଏହି ପରିପ୍ରେକ୍ଷୀରେ, ଶିଶୁମାନଙ୍କର ଖାଇବା ଅଭ୍ୟାସ ଏବଂ ପାର୍ଶ୍ୱ ପ୍ରତିକ୍ରିୟା ପ୍ରସଙ୍ଗରେ ଅଗ୍ରଣୀ ଶିଶୁ ମନୋବିଜ୍ଞାନୀ ସୁଜତା ରାଜାମଣିଙ୍କ ସହ 'ଇଟିଭି ଭାରତ'ର ଏକ ସ୍ୱତନ୍ତ୍ର ସାକ୍ଷାତକାର ବାବଦପେ ନିମ୍ନରେ ଆଲୋଚନା କରାଯାଇଛି ...
ପ୍ର: ଚାପ ଏବଂ ଜଙ୍କ ଫୁଡ ମଧ୍ୟରେ ସମ୍ପର୍କ କ’ଣ ?
ଉ:ଯେତେବେଳେ ଚାପ ବୃଦ୍ଧିପାଏ ସେତେବେଳେ, ଶରୀର ତୁରନ୍ତ ପ୍ରତିକ୍ରିୟା କରେ । ମସ୍ତିଷ୍କ Carbs(କାର୍ବୋହାଇଡ୍ରେଟ୍ସ ଜାତୀୟ ଖାଦ୍ୟ) ଖାଇବା ପାଇଁ ସଙ୍କେତ ଦେଇଥାଏ । ଫଳସ୍ୱରୂପ, ଚିପ୍ସ, ଚକୋଲେଟ୍, ପେଷ୍ଟ୍ରି କେକ୍ ଏବଂ ମିଠା ଖାଇବାକୁ ପ୍ରବଳ ଉତ୍ସାହ ହୋଇଥାଏ । ପିଲାମାନେ କିମ୍ବା ପିତାମାତା ମଧ୍ୟ ଏହି ଆଭ୍ୟନ୍ତରୀଣ ପ୍ରତିକ୍ରିୟା ବିଷୟରେ ଅବଗତ ନଥାନ୍ତି । ଯଦି ପିଲାମାନେ ସ୍ନାକ୍ସ ପ୍ରତି ଅଧିକ ଆକୃଷ୍ଟ ହେଉଛନ୍ତି, ଏହାର ଅର୍ଥ ସେମାନେ ଚାପରେ ଅଛନ୍ତି ।
ପ୍ର: ସମସ୍ତ ପିତାମାତା ଚାହାଁନ୍ତି ଯେ ସେମାନଙ୍କର ପିଲାମାନେ ଭଲ ଅଧ୍ୟୟନ କରନ୍ତୁ, କିନ୍ତୁ ସେମାନେ ଏପରି କରନ୍ତିନି କାହିଁକି ?
ଉ: ଚାପ ଦୁଇ ପ୍ରକାରର ହୋଇପାରେ । ପ୍ରଥମଟି ହେଉଛି ଘରେ ପିତାମାତାଙ୍କ ମଧ୍ୟରେ ବିବାଦ, ଯାହାର ପ୍ରଭାବ ପିଲାମାନଙ୍କ ଉପରେ ଚାପ ପକାଇଥାଏ । ଦ୍ୱିତୀୟଟି ହେଉଛି ଭଲ ଅଧ୍ୟୟନ ପାଇଁ ଚାପରେ ରହିବା । ପ୍ରତ୍ୟେକ ଛାତ୍ରଙ୍କର ଭିନ୍ନ ଦକ୍ଷତା ଅଛି । ଅଭିଭାବକ ଏବଂ ବିଦ୍ୟାଳୟର ଶିକ୍ଷକମାନେ ଏହା ବିଷୟରେ ସଚେତନ ହେବା ଉଚିତ ଏବଂ ସେମାନଙ୍କୁ ଉତ୍ସାହିତ କରିବା ଉଚିତ୍ । କେବଳ ମାର୍କ ଦୃଷ୍ଟିରୁ ନୁହେଁ, ସଙ୍ଗୀତ, ନୃତ୍ୟ, ଏବଂ କ୍ରୀଡା କ୍ଷେତ୍ରରେ ମଧ୍ୟ ଅନେକଙ୍କ ରୁଚି ରହିଥାଏ । ପିତାମାତା ଚାହାଁନ୍ତି ଯେ, ସେମାନଙ୍କ ପିଲାମାନେ ଉନ୍ନତ ହୁଅନ୍ତୁ ଏବଂ ଅନ୍ୟମାନଙ୍କଠାରୁ ଆଗରେ ରୁହନ୍ତୁ । ଏହି ଧାରା ଝିଅମାନଙ୍କୁ ଅଧିକ ଚାପରେ ପକାଉଛି । ରୁଚି ପିଲାମାନଙ୍କ ଚାପକୁ ହ୍ରାସ କରିଥାଏ । ସେମାନଙ୍କ ମଧ୍ୟରେ ଏକ ସକରାତ୍ମକ ମନୋଭାବ ବିକାଶ କରାଯିବା ଉଚିତ୍ । ପିଲାମାନେ ମଧ୍ୟ ନକାରାତ୍ମକ ପ୍ରଭାବ ସୃଷ୍ଟି କରିବା ଉଚିତ୍ ନୁହେଁ ।