ହାଇଦ୍ରାବାଦ:ଅନେକ ସଚେତନତା ମୂଳକ କାର୍ଯ୍ୟକ୍ରମ ପରେ ମଧ୍ୟ ତମାଖୁ ସେବନକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ବର୍ତ୍ତମାନ ସମୟରେ ଅସ୍ବାଭାବିକ ଭାବେ ବଢିଚାଲିଛି ମୁଖ କର୍କଟ ବା ଓରାଲ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା । ମୁଖ କର୍କଟର ଅନେକ କାରଣ ରହିଛି ସେଥିମଧ୍ୟରୁ ତମାଖୁ ସେବନ ଅନ୍ୟତମ । ତମାଖୁ ସେବନ କରୁଥିବା ଲୋକମାନଙ୍କୁ ମୁଖ କର୍କଟ ହେବାର ଆଶଙ୍କା ଅଧିକ ଥାଏ । ଏହି କାରଣରୁ ମୁଖ କର୍କଟ ରୋଗୀଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଛି । କେବଳ ଯେ ପୁରୁଷ ନୁହନ୍ତି ମହିଳାମାନେ ମଧ୍ୟ ଏହି ରୋଗର ଶିକାର ହୁଅନ୍ତୁ । କିନ୍ତୁ ମହିଳାଙ୍କ ତୁଳନାରେ ପୁରୁଷଙ୍କ ସଂଖ୍ୟା ଅଧିକ ରହିଥାଏ । ତେବେ ଜାଣନ୍ତୁ ମୁଖ କର୍କଟ ନେଇ କଣ କହୁଛନ୍ତି ଏକ୍ସପର୍ଟ
ମୁଖ କର୍କଟର କାରଣ କଣ: ଡାକ୍ତରଙ୍କ କହିବା ଅନୁସାରେ, ମୁଖ କର୍କଟର ଅନେକ କାରଣ ରହିଛି । ସେଥିମଧ୍ୟରୁ 80 ପ୍ରତିଶତ କାରଣ ତମାଖୁ ଅଟେ । ଏହାର ପ୍ରାଥମିକ ଲକ୍ଷଣରେ ଓଠର ଭର୍ମିଲିୟନ ସୀମା ଏବଂ ପାଟି ସନ୍ଧିରେ ଦାଗ ହୋଇଥାଏ । କେତେକ କ୍ଷେତ୍ରରେ ଏହି ରୋଗ ଜିଭକୁ ମଧ୍ୟ ଆକ୍ରାନ୍ତ କରିଥାଏ । ପ୍ରଥମ ଷ୍ଟେଜରେ ଏହାର ଚିକିତ୍ସା କରାନଗଲେ ପରବର୍ତ୍ତୀ ସମୟରେ ଏହା ଜୀବନ ମଧ୍ୟ ନେଇପାରେ ବୋଲି ଡାକ୍ତର ମତ ପୋଷଣ କରିଛନ୍ତି । ଅସ୍ତ୍ରୋପଚାର ଦ୍ବାରା ମଧ୍ୟ ଜଣେ ବ୍ୟକ୍ତି ଏହି ରୋଗରୁ ଆରୋଗ୍ୟ ଲାଭ କରିଥାଏ ।
ଏକ ରିପୋର୍ଟ ଅନୁସାରେ, ଆମେରିକାରେ ପ୍ରାୟ 50,000 ଲୋକ ପ୍ରତିବର୍ଷ ମୁଖ କର୍କଟ ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି । ଯେଉଁଥିରୁ 70 ପ୍ରତିଶତ ପୁରୁଷ ଅଟନ୍ତି । ପାଟି କର୍କଟ ରୋଗର ଚିକିତ୍ସା ବିଷୟରେ ଜାଣିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଯଦି ପ୍ରାଥମିକ ପର୍ଯ୍ୟାୟରେ ପାଟି କର୍କଟ ଚିହ୍ନଟ ହୁଏ, ତେବେ ଏହାର ଚିକିତ୍ସା ସମ୍ଭବ । ତେବେ ଜାଣନ୍ତୁ ମୁଖ କର୍କଟ ବା ଓରାଲ କ୍ୟାନ୍ସରର ଲକ୍ଷଣ କଣ ।
ଏହା ମଧ୍ୟ ପଢନ୍ତୁ: Oral Cancer: ଧୂମପାନ-ତମାଖୁ ବ୍ୟତୀତ ଏହି ସବୁ ଅଭ୍ୟାସ ମଧ୍ୟ ମୁଖ କର୍କଟର କାରଣ
ପାଟିରେ ଧଳା ରଙ୍ଗ ଦେଖାଯିବା: ମୁହଁରେ ଧଳା ଏହଂ ରଙ୍ଗ ଦାଗ ଓରାଲ କ୍ୟାନ୍ସରର ପ୍ରାଥମିକ ଲକ୍ଷଣ ଅଟେ । ଓଠ, ଦାନ୍ତ, ମାଢି, ଗାଲ ଏବଂ ପାଟିର ଭିତର ଭାଗରେ ମଧ୍ୟ ଦାଗ ଦେଖାଯାଇଥାଏ । ତେବେ ଏଭଳି ଲକ୍ଷଣ ଦେଖାଗଲେ ଅଣଦେଖା କରନ୍ତୁ ନାହିଁ । ଯଥା ସମ୍ଭବ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଜିଭରେ ମୋଟା ଆକାରର ଧଳା ଆବରଣ ମଧ୍ୟ ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ହୋଇଥାଏ । ଯଦି ଏହି ଲକ୍ଷଣ ଦେଖାଯାଉଛି ତାହେଲେ ଶୀଘ୍ର ଉପଚାର କରନ୍ତୁ।