ଓଡିଶା

odisha

ETV Bharat / sukhibhava

Basil Seeds: କୋଷ୍ଠକାଠିନ୍ୟ ପାଇଁ ଚିନ୍ତିତ କି, ଖାଆନ୍ତୁ ତୁଳସୀ ମଞ୍ଜି - କୋଷ୍ଠକାଠିନ୍ୟ ସମସ୍ୟା

କୋଷ୍ଠକାଠିନ୍ୟ ସମସ୍ୟା ରହିଛି କି? ଠିକ ଭାବେ ଝାଡା ହେଉନି କି ? ତେବେ ତୁଳସୀ ମଞ୍ଜି ଦୂର କରିବ ସମସ୍ୟା । ଅଧିକ ପଢନ୍ତୁ

Basil Seeds
Basil Seeds

By

Published : Jul 11, 2023, 7:10 AM IST

ହାଇଦ୍ରାବାଦ:ପେଟରେ ଥିବା ସାଧାରଣ ସମସ୍ୟା ମଧ୍ୟରେ କୋଷ୍ଠକାଠିନ୍ୟ ଅନ୍ୟତମ । ଏହି କାରଣରୁ, କେବଳ ଜଣେ ପେଟରେ ଯନ୍ତ୍ରଣା ହୁଏ ନାହିଁ ବରଂ ପେଟ ଭରାଭରା ଲାଗିଥାଏ । କିଛି ଖାଇବା ପାଇଁ ଇଚ୍ଛା ହୁଏ ନାହିଁ । ଏହାର ପ୍ରତିକାର ପାଇଁ ଅନେକ ଘରୋଇ ଉପଚାର ଅଛି କିନ୍ତୁ କିଛି ପ୍ରକୃତରେ ପ୍ରଭାବଶାଳୀ ହୋଇପାରେ। ବାସିଲ ସିଡ କିମ୍ବା ତୁଳସୀ ମଞ୍ଜି ସେଥି ମଧ୍ୟରୁ ଗୋଟିଏ। ତେବେ ଆପଣ ତୁଳସୀ ଗଛ ଏବଂ ଏହାର ମହତ୍ତ୍ବ ବିଷୟରେ ଜାଣିଥିବେ କିନ୍ତୁ ତୁଳସୀ ମଞ୍ଜି ବିଷୟରେ ଜାଣିଛନ୍ତି କି ? ତୁଳସୀ ମଞ୍ଜିରେ ଫାଇବର ଥାଏ ଯାହା ଅନ୍ତନଳୀକୁ ଠିକ୍‌ କରିବା ସହିତ ପେଟରୁ ମଇଳା ବାହାର କରିବାରେ ଏହା ଅତ୍ୟନ୍ତ ପ୍ରଭାବଶାଳୀ । ଏହା ସହିତ, ଯଦି ଆପଣ ଓଜନ ହ୍ରାସ କରିବାକୁ ଅନେକ ପ୍ରତିକାର ଚେଷ୍ଟା କରି ଥକି ଯାଇଛନ୍ତି, ତେବେ କୋଷ୍ଠକାଠିନ୍ୟ ପାଇଁ ଆଉ ଚିନ୍ତା କରିବାକୁ ପଡିବ ନାହିଁ । କୋଷ୍ଠକାଠିନ୍ୟ ଭଳି ସମସ୍ୟାକୁ ତୁଳସୀ ମଞ୍ଜି ଦୂର କରିପାରିବ ବୋଲି କୁହାଯାଇଛି । ବାସିଲ୍‌ ସିଡ୍‌ ଫାଲୁଦା ମଞ୍ଜି, ତୁଳସୀ ମଞ୍ଜି ଭାବେ ବେଶ ଜଣାଶୁଣା । ଏହା ପୁଷ୍ଟିକର ହେବା ସହିତ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ।

ଯଦି ବାସ୍ତବରେ କହିବା ଅନେକ ତୁଳସୀ ମଞ୍ଜିକୁ ଚିଆ ସିଡ୍ସ ବୋଲି ଭାବିଥାଆନ୍ତି । ତୁଳସୀ ମଞ୍ଜି ଖାଇବା ଦ୍ବାରା ଶରୀର ପାଇଁ ଅନେକ ଲାଭ ହୋଇଥାଏ । ତୁଳସୀ ମଞ୍ଜି ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବା, ଓଜନ ହ୍ରାସ କରିବାରେ ସାହାଯ୍ୟ କରିବା, ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବା, ଶରୀରକୁ ଥଣ୍ଡା କରିବା, ଚାପରୁ ମୁକ୍ତି, ପ୍ରଦାହକୁ ହ୍ରାସ କରିବା ଏବଂ କେତେକ ସଂକ୍ରମଣକୁ ରୋକିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହାସହ ଏହି ମଞ୍ଜି କୋଷ୍ଠକାଠିନ୍ୟରୁ ମୁକ୍ତି ଦେବା ସହ ଓଜନ ହ୍ରାସ କରିବାରେ ମଧ୍ୟ ବେସ ସହାୟକ ହୋଇଥାଏ।

ଏହା ମଧ୍ୟ ପଢନ୍ତୁ: ସୁସ୍ଥ ଏବଂ ସୁନ୍ଦର ଶରୀର ଗଠନରେ ସହାୟକ ହୁଏ Sweet Basil Seeds

ତୁଳସୀ ମଞ୍ଜିର ସ୍ବାସ୍ଥ୍ୟ ଉପକାରିତା:

  1. କୋଷ୍ଠକାଠିନ୍ୟ ଦୂର କରେ: ସାବଜା ମଞ୍ଜି ଶରୀର ପାଇଁ ଏକ ପ୍ରାକୃତିକ ଡିଟକ୍ସ ଭାବରେ କାର୍ଯ୍ୟ କରିଥାଏ ଏବଂ ସହଜ ଭାବେ ମଳ ତ୍ୟାଗ କରାଇବାରେ ସାହାଯ୍ୟ କରାଇଥାଏ । ଏକ ଗ୍ଲାସ କ୍ଷୀରରେ କିଛି ସାବଜା ମଞ୍ଜି ମିଶାଇ କିଛି ଦିନ ରାତିରେ ଶୋଇବା ପୂର୍ବରୁ ପିଇବା ଦ୍ବାରା କୋଷ୍ଠକାଠିନ୍ୟ ଦୂର ହୋଇଥାଏ ।
  2. ଓଜନ ହ୍ରାସ କରିବାରେ ସହାୟକ: ତୁଳସୀ ମଞ୍ଜିରେ ଫାଇବର ରହିଥାଏ ଏବଂ ଏହା ପେଟକୁ ଭର୍ତ୍ତି କରି ରଖିବାରେ ସାହାଯ୍ୟ କରିଥାଏ । ଏହା ଏଥିରେ ଓମେଗା ଫ୍ୟାଟି ଏସିଡ ରହିଥାଏ, ଯାହା ଶରୀରରେ ଫେଟକୁ କମ କରିବା ସହିତ ମେଟାବୋଲିଜମ ବା ପାଚନ ପ୍ରକ୍ରିୟାରେ ଉନ୍ନତି ଆଣିଥାଏ । ଏହି ମଞ୍ଜି ଖାଇବା ଦ୍ୱାରା ଜଣେ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକିଲା ଅନୁଭବ କରେ ନାହିଁ, ଯେଉଁ କାରଣରୁ ଓଜନ ଧୀରେଧୀରେ କମିବା ଆରମ୍ଭ କରେ ।
  3. ଥଣ୍ଡା ଏବଂ କାଶରୁ ମୁକ୍ତି: ଥଣ୍ଡା, କାଶ ଏବଂ ଆସ୍ଥମାରୁ ମୁକ୍ତି ପାଇବା ପାଇଁ ତୁଳସୀ ମଞ୍ଜି ଅତ୍ୟନ୍ତ ଉପକାରୀ । ତୁଳସୀ ଯେଉଁ ଭଳି ଭାବେ ସ୍ବାସ୍ଥ୍ୟ ଉପକାରୀ ହୋଇଥାଏ ସେହିଭଳି ତୁଳସୀ ମଞ୍ଜି ମଧ୍ୟ ଶରୀର ପାଇଁ ବେଶ ଉପକାରୀ ଅଟେ । ଏହି ମଞ୍ଜି ଖାଇବା ଦ୍ବାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ।
  4. ଡାଇବିଟିସକୁ ନିୟନ୍ତ୍ରଣରେ ରଖେ ତୁଳସୀ ମଞ୍ଜି: ଏଥରି ରହିଥିବା ଫାଇବର ଡାଇବିଟିସକୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିଥାଏ। ଏକ ବଡ ଚାମକ ତୁଳସୀ ମଞ୍ଜିକୁ ରାତିରେ ପାଣିରେ ଭିଜାଇ ରଖି ସକାଳୁ ଏକ ଗ୍ଲାସ ଖିରରେ ମିଶାଇ ପିଅନ୍ତୁ । ପ୍ରତିଦିନ ପିଇବା ଦ୍ବାରା ଡାଇବିଟିସ ନିୟନ୍ତ୍ରଣରେ ରହିଥାଏ।

ବିଦ୍ର: ଏହା କେବଳ ସାଧାରଣ ସୂଚନା ପ୍ରଦାନ ନିମନ୍ତେ ଉଦ୍ଦିଷ୍ଟ । ଏହା କୌଣସି ପକ୍ଷେ ଯୋଗ୍ୟ ଚିକିତ୍ସାର ବିକଳ୍ପ ନୁହେଁ । କୌଣସି ପ୍ରକାର ସମସ୍ୟା ହେଲେ ପ୍ରଥମେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details