ଶିଶୁଙ୍କ ଠାରେ କୋରୋନା ଲକ୍ଷଣ ଶୀଘ୍ର ଚିହ୍ନଟ କରି ତୁରନ୍ତ ଡାକ୍ତରୀ ଚିକିତ୍ସା କରିବା ଆମ ସମସ୍ତଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏ ସମ୍ପର୍କରେ ଇଟିଭି ଭାରତ ସୁଖିଭବ, ଡାକ୍ତର ବିଜୟାନନ୍ଦ ଜମାଲପୁରୀଙ୍କ ସହ କଥାବାର୍ତା କରିଥିଲା । ହାଇଦ୍ରାବଦର ରେନବୋ ହସ୍ପିଟାଲରେ ଡାକ୍ତର ଜମାଲପୁରୀ କାର୍ଯ୍ୟରତ ।
ପ୍ରଶ୍ନ- ଶିଶୁମାନଙ୍କ ମଧ୍ୟରେ କୋରୋନା ସଂକ୍ରମଣ ହାର କେମିତି?
ଉ-ଆମେ ପ୍ରକୃତ ସଂଖ୍ୟା କହିପାରିବା ନାହିଁ । କାରଣ ଅଧିକାଂଶ ଅଧ୍ୟୟନରୁ ଜଣାପଡିଛି ଯେ, ବିଶ୍ବବ୍ୟାପୀ ଲକ୍ଷଣବିହୀନ ଶିଶୁଙ୍କ ପରୀକ୍ଷା ହୋଇନାହିଁ । କିନ୍ତୁ ଏହା ଆମେ ଜାଣୁ ଯେ, କୋଭିଡ ଜଣେ ନବଜାତଙ୍କଠାରୁ ଆରମ୍ଭ କରି ୧୮ ବର୍ଷ ବୟସ୍କ କିଶୋରଙ୍କୁ ଆକ୍ରାନ୍ତ କରିପାରିବ ।
ପ୍ରଶ୍ନ- ବୟସ୍କଙ୍କ ତୁଳନାରେ ଶିଶୁଙ୍କଠାରେ କୋଭିଡ ଅସୁସ୍ଥତାର କିଭଳି ପରିପ୍ରକାଶ ଘଟେ ?
ଉ- ବ୍ରିଟେନ, ଆମେରିକା ଓ ଚୀନରେ କରାଯାଇଥିବା ଅଧ୍ୟୟନ ଅନୁସାରେ ଶିଶୁମାନଙ୍କ ମଧ୍ୟରେ କୋଭିଡ ଅସୁସ୍ଥତା ହାର ମାତ୍ର ୨ ପ୍ରତିଶତ, ଯାହା କି ରୋଗର ବ୍ୟାପକତା ଦୃଷ୍ଟିରୁ ଅତି ନଗଣ୍ୟ । କୋଭିଡ ଲକ୍ଷଣ ଥାଇ ହସପିଟାଲରେ ଭର୍ତି ହେଉଥିବା ଶିଶୁଙ୍କ ସଂଖ୍ୟା ୫ ପ୍ରତିଶତ । ଏହି ଶିଶୁଙ୍କ ମଧରେ ରୋଗର ଗମ୍ଭୀରତା ସାମାନ୍ୟରୁ ମଧ୍ୟମ ଧରଣର ହୋଇଥାଏ । ଅତି ଗୁରୁତର ହୋଇ ନଥାଏ । ତେବେ, ଗତ ୬ ସପ୍ତାହ ହେଲା ଏକ ନୂଆ ପରିସ୍ଥିତି ଦେଖାଦେଇଥିବା ବିଶେଷଜ୍ଞମାନେ କହିଛନ୍ତି ।
କୋଭିଡ ଯୋଗୁଁ ପେଡିଆଟ୍ରିକ୍ ମଲଟି ସିଷ୍ଟମ ଇନଫ୍ଲେମୋଟରି ସିଂଡ୍ରୋମ ସୃଷ୍ଟି ହୋଇଛି , ଯାହା ଦ୍ୱାରା ଶରୀରର ବିଭିନ୍ନ ଅଂଶ ଜ୍ୱଳନଶୀଳ ହୋଇଥାଏ । ଶରୀରର ପ୍ରତିରୋଧକ ଦୀପ୍ତିମାନ ହୋଇ ଶରୀରର ସମସ୍ତ ଅଂଗପ୍ରତ୍ୟଙ୍ଗକୁ ପ୍ରଭାବିତ କରେ । ହେଲେ ଏଥିଯୋଗୁଁ ଶିଶୁମାନେ କମ୍ ହିଁ ପ୍ରଭାବିତ ହୁଅନ୍ତି । ତେବେ, ଶିଶୁମାନଙ୍କ ମଧ୍ୟରେ କୋଭିଡର ଗମ୍ଭୀରତା ଦେଖାଯାଏ ନାହିଁ । ପ୍ରତି ୧୦୦୦ ଶିଶୁଙ୍କ ମଧ୍ୟରେ ଜଣେ ହିଁ କୋଭିଡ ପ୍ରଭାବିତ ହୋଇଥାଏ ।
ପ୍ରଶ୍ନ- ଶିଶୁଙ୍କଠାରେ କଣ ସବୁ ଲକ୍ଷଣ ଦେଖାଦେଲେ ବାପାମାଆ ଡାକ୍ତରଙ୍କ ସହ ପରାମର୍ଶ କରିବେ ?
ଉ-ଜ୍ବର ହେଉଛି ସବୁଠାରୁ ସାଧାରଣ ଲକ୍ଷଣ । କଫ ଓ ମୁଣ୍ଡବ୍ୟଥା ବି ଗୋଟିଏ ଗୋଟିଏ ଲକ୍ଷଣ । ତେବେ ମୁଣ୍ଡବ୍ୟଥା ସବୁ କୋଭିଡ ସଂକ୍ରମିତ ଶିଶୁଙ୍କଠାରେ ହୁଏନି । ବୟସ୍କଙ୍କ ଭଳି ଶିଶୁଙ୍କର ଗଳା ଦରଜ ସାଧାରଣତଃ ଦେଖାଯାଏ ନାହିଁ । ବଡ କଥା ହେଉଛି ଛୋଟ ଛୋଟ ଶିଶୁଙ୍କ ଗଳା ଦରଜ ହେଲେ, ସେମାନେ ଏହା କହିପାରନ୍ତି ନାହିଁ । ସେମାନେ କେବଳ ବାରମ୍ବର କାନ୍ଦନ୍ତି, ଖାଦ୍ୟ ଖାଇପାରନ୍ତି ନାହିଁ । ପ୍ରଚୁର ପରିମାଣରେ ଲାଳ ସେମାନଙ୍କର ପାଟିରୁ ବାହାରେ । ଏହାଛଡା, ଶରୀର ପୀଡା ବି ହୁଏ ।
କିନ୍ତୁ ଛୋଟ ଶିଶୁମାନେ ତ ଏହା ପ୍ରକାଶ କରିପାରିବେ ନାହିଁ । ସେମାନେ କେବଳ କାନ୍ଦିବେ । ଅନ୍ୟ ଲକ୍ଷଣ ମଧ୍ୟରେ ରହିଛି ବାନ୍ତି ଓ ଝାଡା । ଶ୍ବାସକ୍ରିୟାରେ କଷ୍ଟ ଶିଶୁଙ୍କ ମଧ୍ୟରେ ଦେଖାଯାଏନି । ଏହାଛଡା ଶିଶୁମାନେ ଯଦି ସେମାନଙ୍କ ସ୍ୱାଭାବିକ ବ୍ୟବହାର ନ କରନ୍ତି, ତାହା ହେଲେ ଜଣାପଡିବ ଯେ, କିଛି ଅସୁବିଧା ହୋଇଛି । ଶିଶୁଙ୍କ ମଧ୍ୟରେ ଏସବୁ ଲକ୍ଷଣ ଦେଖିଲେ ବାପାମାଆମାନେ ସଚେତନ ହେବା ସହ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରୀ ।