ହାଇଦ୍ରାବାଦ:ଆଜିକା ସମୟର ପରିବର୍ତ୍ତିତ ଏବଂ ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁଁ ଅନେକ ଲୋକ କୋଲେଷ୍ଚ୍ରଲ ସମସ୍ୟା ଦେଇ ଗତି କରୁଛନ୍ତି । ସାଧାରଣତଃ ରକ୍ତରେ ଦୁଇ ପ୍ରକାର କୋଲେଷ୍ଟ୍ରେଲ ରହିଥାଏ । ଭଲ କୋଲେଷ୍ଟ୍ରଲ HDL(ହାଇ ଡେନସିଟି ଲିପୋପ୍ରୋଟେନ୍) ଏବଂ ଖରାପ କୋଲେଷ୍ଟ୍ରଲ LDL(ଲୋ' ଡେନ୍ସିଟି ଲିପୋପ୍ରୋଟେନ୍) ଏହି ଦୁଇ ପ୍ରକାରର ରହିଥାଏ । ହାଇ ଡେନ୍ସିଟି ଲିପୋପ୍ରୋଟିନ୍ ଶରୀରରେ ରକ୍ତ ସଞ୍ଚାଳନ ବୃଦ୍ଧି କରିବା ସହିତ କୋଷ ଗଠନ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ । ଅନ୍ୟପଟେ ଲୋ' ଡେନ୍ସିଟି ଲିପୋପ୍ରୋଟେନ୍ ହାର୍ଟ ଏବଂ ଧମନୀର ଉପରି ଭାଗରେ ଜମା ହୋଇଯାଇଥାଏ। ଯାହା ଦ୍ବାରା ହାର୍ଟକୁ ରକ୍ତ ସଞ୍ଚାଳନରେ ସମସ୍ୟା ଦେଖାଯାଇଥାଏ ।
କୋଲେଷ୍ଟ୍ରଲ ବୃଦ୍ଧି ହେଲେ ଶରୀରରେ କଣ ହୁଏ: ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ସାଧାରଣତଃ ଶୀତ ଋତୁରେ କୋଲେଷ୍ଟ୍ରଲ ବୃଦ୍ଧି ହୋଇଥାଏ । ଶରୀର କୋଷର ଗଠନ, ଭିଟାମିନ୍ ଏବଂ ହରମୋନରେ ପରିବର୍ତ୍ତନରେ କୋଲେଷ୍ଟ୍ରଲର ଭୂମିକା ଗୁରୁତ୍ବପୂର୍ଣ୍ଣ ଅଟେ । ଶରୀରରେ କୋଲେଷ୍ଟ୍ରଲର ମାତ୍ରା ବୃଦ୍ଧି ଯୋଗୁଁ ଅନେକ ପ୍ରକାର ପରିବର୍ତ୍ତନ ଆସିଥାଏ । ତେବେ ଏହାର କାରଣ ଅନେକ ହୋଇଥାଏ । କିନ୍ତୁ ସାଚ୍ୟୁରେଟେଡ୍ ଫ୍ୟାଟ୍ ଯେପରିକି ପାମ୍ ତେଲ, ନଡିଆତେଲରେ ତିଆରି ଖାଦ୍ୟ ଖାଇବା ଦ୍ବାରା କୋଲେଷ୍ଟ୍ରଲ ବୃଦ୍ଧି ହୋଇଥାଏ । ଶରୀରରେ ଲୋ' ଡେନସିଟି ଲିପୋପ୍ରୋଟେନର ବୃଦ୍ଧି ଯୋଗୁଁ ହାର୍ଟଆଟାର, ହାର୍ଟ ଫେଲିୟର ଏବଂ ଷ୍ଟ୍ରୋକର ଆଶଙ୍କା ବୃଦ୍ଧି ପାଇଥାଏ । ବିଶେଷକରି ଯେଉଁମାନଙ୍କର ରକ୍ତଚାପର ସମସ୍ୟା ରହିଛି ସାମାନେ ଅଧିକ ସାବଧାନତା ଅବଲମ୍ବନ କରିବା ଉଚିତ ବୋଲି କୁହାଯାଇଛି । ଏହାସହ ସଠିକ ଡାଏଟ୍ ମଧ୍ୟ ଆପଣାଇବା ଉଚିତ । ପୁଷ୍ଟିକର ଖାଦ୍ୟ ଖାଇବା ଦ୍ବାରା ଶରୀରରେ ଖରାପ କୋଲେଷ୍ଟ୍ରଲର ବୃଦ୍ଧିକୁ ରୋକିହେବ । ତେବେ କେତେକ ଖାଦ୍ୟ ଦ୍ବାରା ମଧ୍ୟ ଖରାପ କୋଲେଷ୍ଚ୍ରଲର ମାତ୍ରାକୁ ରୋକିପାରିବା।