ଓଡିଶା

odisha

ETV Bharat / sukhibhava

ଶରୀରରୁ ଚର୍ବି ହ୍ରାସ କରିବାକୁ ଚାହୁଁଛନ୍ତି କି, ଖାଆନ୍ତୁ ଏହି ଖାଦ୍ୟ

ମେଦ ବହୁଳତା ଦ୍ୱାରା ନା କେବଳ ସୌନ୍ଦର୍ଯ୍ୟ ହ୍ରାସ ହୁଏ ନାହିଁ ବରଂ ଅନେକ ପ୍ରକାର ରୋଗ ମଧ୍ୟ ହୋଇଥାଏ । ଯଦି ଆପଣ ଶରୀରରୁ ଖରାପ ଚର୍ବି ହ୍ରାସ କରିବାକୁ ଚାହୁଁଛନ୍ତି, ତାହେଲେ ଆପଣାନ୍ତୁ ଏହି ଖାଦ୍ୟ । ଅଧିକ ପଢନ୍ତୁ

By

Published : Aug 14, 2023, 2:03 PM IST

How to lose bad fat
How to lose bad fat

ହାଇଦ୍ରାବାଦ:ବ୍ୟସ୍ତବହୁଳ ଜୀବନ ଏବଂ ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ଅନେକ ଲୋକ ମେଦବହୁଳତାର ଶିକାର ହେଉଛନ୍ତି । ଅନେକ ପ୍ରକାର କସରତ କରିବା ପରେ ମଧ୍ୟ ଚର୍ବି ହ୍ରାସ ହୁଏ ନାହିଁ । ତେଲ କମ ଖାଇବା ସହ ବ୍ୟାୟାମ କରିବା ଦ୍ବାରା ଶରୀରରୁ ଚର୍ବି ହ୍ରାସ ହୁଏ ନାହିଁ ବୋଲି ଅନେକ ଅଭିଯୋଗ କରନ୍ତି । ତେବେ ବିଶେଷଜ୍ଞମାନେ ମଧ୍ୟ ଏଥିରେ ସହମତ ଅଟନ୍ତି । ସେମାନଙ୍କର କହିବା ଅନୁସାରେ, ଶରୀରରୁ ଖରାପ ଚର୍ବି ହଟାଇବା ପାଇଁ ଉତ୍ତମ ପୋଷକ ତତ୍ତ୍ବ ଖାଇବା ଆବଶ୍ୟକ ବୋଲି କୁହାଯାଇଛି । ଏହା ଦ୍ବାରା ହିଁ ସଠିକ ଭାବେ ହରମୋନ କ୍ଷରିତ ହେବ ଏବଂ ଚର୍ବି ହ୍ରାସ ହୋଇପାରିବ ।

1.ଓମେଗା-3:ଏହା ଶରୀରରେ ପ୍ରଦାହକୁ ହ୍ରାସ କରିଥାଏ । ଚର୍ବି ହ୍ରାସ କରିବାକୁ ହେଲେ ଦୈନନ୍ଦିନ ଖାଦ୍ୟରେ ଓମେଗା-3 ଯୋଡିବା ଆବଶ୍ୟକ ବୋଲି କୁହାଯାଇଛି । ଏହା ହରମୋନ କ୍ଷରିତ କରିବାରେ ସାହାଯ୍ୟ କରିଥାଏ ଯାହା ଖରାପ ଚର୍ବିକୁ ହ୍ରାସ କରିବା ସହିତ ମେଟାବୋଲିଜିମରେ(ହଜମ ବା ପାଚନ ପ୍ରକ୍ରିୟା) ଉନ୍ନଣି ଆଣିବାରେ ସାହାଯ୍ୟ କରିଥାଏ । ଏହା ବାଦାମ, ଫ୍ଲାକ୍ସସିଡ୍ ଏବଂ ମାଛରେ ଅଧିକ ମାତ୍ରାରେ ରହିଥାଏ । ଆବଶ୍ୟକ ହେଲେ ଡାକ୍ତରମାନେ ସପ୍ଲିମେଣ୍ଟ ମଧ୍ୟ ଖାଇବା ପାଇଁ ପରାମର୍ଶ ଦେଇଥାଆନ୍ତି ।

2.ଫାଇବର:ଏହା ଦ୍ବାରା ଶୀଘ୍ର ଭୋକ ଲାଗିନଥାଏ ଏବଂ ପେଟ ଭରି ହେଲା ଭଳି ଲାଗିଥାଏ । ଶରୀରରେ ହରମୋନ କ୍ଷରିତ ହେବାରେ ଫାଇବରର ଭୂମିକା ଅଧିକ ରହିଥାଏ । ଏହା ସହିତ ରକ୍ତରେ ଶର୍କରା ସ୍ତରକୁ ମଧ୍ୟ ଠିକ ରଖିଥାଏ।

ଏହା ମଧ୍ୟ ପଢନ୍ତୁ:Diet Plan Tips: ଡାଏଟ୍‌ରେ ଆଣନ୍ତୁ ଏହି ପରିବର୍ତ୍ତନ, ବଜାୟ ରହିବ ଫିଗର୍

3.ଚା' ଏବଂ କଫି:ଖରାପ ଚର୍ବିକୁ ହ୍ରାସ କରିବା ପାଇଁ ଚା' ଏବଂ କଫି ପିଇବା ଆବଶ୍ୟକ । ପ୍ରତିଦିନ 2 କପ କଫି ପିଇପାରିବେ । କିନ୍ତୁ ଅତ୍ୟଧିକ ଚାପ ଦ୍ବାରା ଓଜନ ବୃଦ୍ଧି ହୋଇଥାଏ । ଅଧିକ ଚାପ ନେବା ଦ୍ବାରା ଶରୀରରୁ ଏସିଡ କ୍ଷରିତ ହୋଇଥାଏ ଯାହା ଓଜନ ବୃଦ୍ଧି କରିଥାଏ ।

4.ଚକୋଲେଟ:ବେଶେଷଜ୍ଞଙ୍କ ମତରେ ସବୁ ପ୍ରକାର ଚକୋଲେଟ ଖାଇବା ଉଚିତ ନୁହେଁ । କୋକୋ ପାଉଡର ଏବଂ ଡାର୍କ ଚକୋଲେଟ ଖାଇପାରିବେ । ଏହା କେବଳ ଖରାପ ଚର୍ବିକୁ ହ୍ରାସ କରେ ନାହିଁ ବରଂ ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବଢାଇଥାଏ । ପ୍ରତିଦିନ ଗୋଟିଏ କିମ୍ବା ଦୁଇଟି କ୍ୟୁବ ଖାଇପାରିବେ ।

5.ବ୍ୟାୟାମ:ଶରୀରକୁ ସୁସ୍ଥ ରଖିବା ପାଇଁ ବ୍ୟାୟାମ ନିତ୍ୟାନ୍ତ ଆବଶ୍ୟକ । ଅନେକ ଲୋକ ବ୍ୟାୟାମ କରିବା ଭାବି ଚାଲିବା ଆରମ୍ଭ କରିଥାଆନ୍ତି । ଯଦି ଆପଣ ହରମୋନର ସନ୍ତୁଳନ ବଜାୟୀ ରଖିବା ପାଇଁ ଚାହୁଁଛନ୍ତି ତେବେ ଯୋଗ, ବ୍ୟାୟାମ ଏବଂ ନୃତ୍ୟ କରିପାରିବେ । ଏହା ଦ୍ବାରା ଶରୀରରୁ କର୍ଟିସୋଲ ହରମୋନ କ୍ଷରିତ ହୋଇଥାଏ । ଏହି ହରମୋନ ମନକୁ ଖୁସି ରଖିବା ସହିତ ଓଜନକୁ ନିୟନ୍ତ୍ରଣ କରିଥାଏ ।

ABOUT THE AUTHOR

...view details