ହାଇଦ୍ରାବାଦ:ବ୍ୟସ୍ତବହୁଳ ଜୀବନ ଯୋଗୁଁ ମସ୍ତିଷ୍କ ଉପରେ ଅଧିକ ପ୍ରଭାବ ପଡିଥାଏ । ତେବେ ଡିଜିଟାଲ୍ ଉପକରଣଗୁଡ଼ିକ ଉପରେ କାର୍ଯ୍ୟଭାର ବୃଦ୍ଧି କିମ୍ବା ନିର୍ଭରଶୀଳତା ସହିତ ଆମର ମସ୍ତିଷ୍କ କ୍ରମାଗତ ଭାବରେ ସତେଜତା ଏବଂ ଶକ୍ତି ଆବଶ୍ୟକ କରେ । ଯଦି ମସ୍ତିଷ୍କର ଯତ୍ନ ନେଉନାହୁଁ ତେବେ ମାନସିକ ଅଶାନ୍ତି ଲାଗି ରହିବା ସହିତ ଥକ୍କା ଲାଗିଥାଏ। ତେବେ ମନ ଏବଂ ହୃଦୟକୁ ଖୁସି ରଖି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି କି ? ତାହାଲେ ଦୈନନ୍ଦିନ ଜୀବନରେ ଏହି କାର୍ଯ୍ୟକୁ ସାମିଲ କରନ୍ତୁ
ଧ୍ୟାନ:ଧ୍ୟାନ ମନକୁ ସୁସ୍ଥ ଏବଂ ଖୁସି ରଖିବାରେ ସାହାଯ୍ୟ କରେ । ଏହାସହ ଧ୍ୟାନ ମାନସିକ ଶାନ୍ତି ପ୍ରଦାନ କରେ ଯାହା ଚାପକୁ ହ୍ରାସ କରିଥାଏ । ଫଳରେ ମନକୁ ଶାନ୍ତି ମିଳେ । ମେଡିଟେସନ ଦ୍ବାରା ଏକାଗ୍ରତା ବୃଦ୍ଧି ସହିତ ସଚେତନତା ଭାବ ଆସିଥାଏ । ଏହା ମସ୍ତିଷ୍କର କାର୍ଯ୍ୟକଳାପକୁ ବୃଦ୍ଧି କରିଥାଏ । ଧ୍ୟାନ ଦ୍ବାରା ମସ୍ତିଷ୍କର ପ୍ଲାଷ୍ଟିସିଟି ବୃଦ୍ଧି ପାଇଥାଏ, ଯାହା କୌଣସି ଏକ ନୂତନ ଜିନିଷ ଶିଖିବା ପାଇଁ ଆଗ୍ରହ ପ୍ରକାଶ କରିଥାଏ । ମନକୁ ଶାନ୍ତ ଏବଂ ଖୁସି ରଖିବା ଦ୍ୱାରା ଏହା ଉତ୍ସାହ, ସକରାତ୍ମକତା ଭାବନା ଜାଗ୍ରତ ହୋଇଥାଏ । ତେଣୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଧ୍ୟାନ କରିବା ଦ୍ବାରା ମନକୁ ଶାନ୍ତି ମିଳିଥାଏ ।
ସଠିକ ସମୟରେ ଖାଦ୍ୟ ଗ୍ରହଣ ଏବଂ ପାନୀୟ: ଶରୀରରେ 70 ଭାଗ ଜଳ ରହିଥାଏ । ତେଣୁ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଏବଂ ସନ୍ତୁଳିତ ଖାଦ୍ୟ ଖାଇବା ଜରୁରୀ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ପାଣି ପିଇବା ମସ୍ତିଷ୍କରେ ରକ୍ତ ପ୍ରବାହକୁ ଉନ୍ନତ କରିଥାଏ ଯାହା ମସ୍ତିଷ୍କ କାର୍ଯ୍ୟ ପାଇଁ ଜରୁରୀ ଅଟେ । ଫଳ, ପନିପରିବା ଏବଂ ଶସ୍ୟଜାତୀୟ ଖାଦ୍ୟ ମସ୍ତିଷ୍କକୁ ଆକ୍ଟିଭ୍ ରଖିଥାଏ ।
ଶାରୀରିକ ବ୍ୟାୟାମ: ନିୟମିତ ବ୍ୟାୟାମ ରକ୍ତ ସଞ୍ଚାଳନକୁ ଉନ୍ନତ କରିଥାଏ, ଯାହା ମସ୍ତିଷ୍କକୁ ଅଧିକ ଅମ୍ଳଜାନ ଯୋଗାଇବାରେ ସାହାଯ୍ୟ କରିଥାଏ । ବ୍ୟାୟାମ କରିବା ଦ୍ୱାରା ମସ୍ତିଷ୍କରେ ରକ୍ତ ପ୍ରବାହ ବୃଦ୍ଧି ପାଇଥାଏ ଯାହା ମସ୍ତିଷ୍କକୁ ସତେଜ ଅନୁଭବ କରିଥାଏ । ଏଣ୍ଡ୍ରୋଫିନ୍ସ ପରି ହରମୋନ୍ ବୃଦ୍ଧି ହୋଇଥାଏ ଯାହା ମନୋବଳକୁ ସୁଦୃଢ଼ କରିଥାଏ ।