ଓଡିଶା

odisha

ETV Bharat / sukhibhava

ଡେଙ୍ଗୁ ପାଇଁ ପ୍ଲେଟଲେଟ କମିଯାଉଛି କି, ଏହି ଖାଦ୍ୟ ରାମବାଣ ପରି କାମ କରିବ - ପ୍ଲେଟଲେଟ କଣ

ଶରୀରରେ ପ୍ଲେଟଲେଟ୍ ସଂଖ୍ୟା ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯେତେବେଳେ ପ୍ଲେଟଲେଟ ସଂଖ୍ୟା କମିଯାଏ ତେବେ ନାନା ପ୍ରକାର ରୋଗର ସାମ୍ନା କରିବାକୁ ପଡେ । ଜାଣନ୍ତୁ କଣ ଖାଇଲେ ବୃଦ୍ଧି ହେବ ପ୍ଲେଟଲେଟ । ଅଧିକ ପଢ଼ନ୍ତୁ

how to increase platelets
how to increase platelets

By

Published : Jul 6, 2023, 10:33 AM IST

ହାଇଦ୍ରାବାଦ:କୁହାଯାଏ ମୌସୁମୀ ସାଙ୍ଗରେ ଡେଙ୍ଗୁ ନେଇ ଆସେ । ଚଳିତ ବର୍ଷ ମୌସୁମୀ ଆସିସାରିଥିବା ବେଳେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ତେବେ ଡେଙ୍ଗୁ କଥା ଯଦି କହିବା ତାହେଲେ ଏହା ଏକ ସାଂଘାତିକ ରୋଗ । ମଶା ଦ୍ବାରା ଏହି ରୋଗ ବ୍ୟାପିଥାଏ । ଏହି ରୋଗରେ ଆକ୍ରାନ୍ତ ହେଲା ପରେ ଶରୀରର ପ୍ଲେଟଲେଟ୍ ଖୁବଶୀଘ୍ର କମିବା ଆରମ୍ଭ ହୋଇଥାଏ । ଏଭଳି ପରିସ୍ଥିତିରେ ଗୁରୁତର ସମସ୍ୟାର ସାମ୍ନା କରିବାକୁ ପଡିପାରେ । କିନ୍ତୁ ବେଳେବେଳେ ଶରୀରରେ ପୋଷକ ତତ୍ତ୍ୱ ଅଭାବରୁ ଲୋହିତ ରକ୍ତ କଣିକା ହ୍ରାସ ପାଇଥାଏ । ଏଭଳି ସମସ୍ୟା ହେଲେ ରୋଗୀର ଜୀବନ ମଧ୍ୟ ଯିବାର ଆଶଙ୍କା ରହିଥାଏ । ତେବେ ଜାଣନ୍ତୁ କଣ କରିବା ଦ୍ବାରା ଶରୀରରେ ପ୍ଲେଟଲେଟ ବୃଦ୍ଧି କରିପାରିବେ ।

ପ୍ଲେଟଲେଟ କଣ: ପ୍ଲେଟଲେଟ୍‌ଗୁଡିକ କଲରଲେସ ରକ୍ତ କଣିକା ଯାହା ରକ୍ତ ଜମାଟ ବାନ୍ଧିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯେତେବେଳେ ଜଣେ ବ୍ୟକ୍ତି ଆଘାତ ପାଏ, ଏହି ରକ୍ତ କୋଷଗୁଡ଼ିକ ଏକାଠି ହୋଇ ରକ୍ତ ପ୍ରବାହକୁ ବନ୍ଦ କରିବାରେ ସାହାଯ୍ୟ କରିଥାଆନ୍ତି । ନ୍ୟାସନାଲ ହାର୍ଟ ଲଙ୍ଗସ ଏବଂ ବ୍ଲଡ ଇନଷ୍ଟିଚ୍ୟୁଟ ଅନୁଯାୟୀ, ବୟସ୍କଙ୍କ ରକ୍ତରେ ଥିବା ପ୍ଲେଟଲେଟର ପରିସର ମାଇକ୍ରୋଲାଇଟର ପ୍ରତି 150,000 ରୁ 450,000 ରହିବା କଥା, ଯେତେବେଳେ ଜଣେ ବ୍ୟକ୍ତିଙ୍କ ରକ୍ତରେ ଥିବା ପ୍ଲେଟଲେଟ ଗଣନା ମାଇକ୍ରୋଲାଇଟର ପ୍ରତି 150,000ରୁ କମିଯାଏ, ଏହାକୁ ଲୋ' ପ୍ଲେଟଲେଟ କୁହାଯାଏ ।

ପ୍ଲେଟଲେଟ କମ ହେଲେ ଏହି ଲକ୍ଷଣ ଦେଖାଯାଇଥାଏ:

  1. ନାକରୁ ରକ୍ତ ପଡିବା
  2. ରକ୍ତସ୍ରାବ
  3. ପରିସ୍ରାରେ ରକ୍ତ
  4. ଷ୍ଟୁଲ ବା ଝାଡାରେ ରକ୍ତ
  5. ଋତୁସ୍ରାବ ସମୟରେ ପ୍ରବଳ ରକ୍ତସ୍ରାବ
  6. ଚର୍ମରେ ନୀଳ-ଧୂସର ଦାଗ

ଏହା ମଧ୍ୟ ପଢନ୍ତୁ: Dengue Prevention Tips: କାୟା ବିସ୍ତାର କରୁଛି ଡେଙ୍ଗୁ, ଜାଣନ୍ତୁ ବର୍ତ୍ତିବାର ଉପାୟ

ଏହି ଖାଦ୍ୟ ବଢାଇଥାଏ ପ୍ଲେଟଲେଟ

ତରଳ ପଦାର୍ଥ ଖାଇବା:: ସୁସ୍ଥ ରକ୍ତ କଣିକା ପାଇଁ ଫୋଲେଟ୍ କିମ୍ବା ଭିଟାମିନ୍ B9 ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍‌ଥ୍‌ ଅନୁଯାୟୀ ଜଣେ ବୟସ୍କ ବ୍ୟକ୍ତି ପ୍ରତିଦିନ 400 ମାଇକ୍ରୋଗ୍ରାମ୍ ଫୋଲେଟ୍ ଆବଶ୍ୟକ କରୁଥିବାବେଳେ ଜଣେ ଗର୍ଭବତୀ ଦିନକୁ 600 ମାଇକ୍ରୋଗ୍ରାମ୍ ଫୋଲେଟ୍ ଆବଶ୍ୟକ କରନ୍ତି । ଏହି ଜିନିଷଗୁଡ଼ିକରେ ଫୋଲେଟ୍ ଏବଂ ଫୋଲିକ୍ ଏସିଡ୍ ମିଳିଥାଏ ।

  1. ଗୋମାଂସ
  2. ସବୁଜ ପନିପରିବା

ଭିଟାମିନ B12ଯୁକ୍ତ ଖାଦ୍ୟ:ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ ଅନୁଯାୟୀ, 14 ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିମାନେ ପ୍ରତିଦିନ 2.4 ମାଇକ୍ରୋଗ୍ରାମ୍ ଭିଟାମିନ୍ B12 ଆବଶ୍ୟକ କରନ୍ତି । ଅନ୍ୟପକ୍ଷରେ, ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମାତାମାନେ ଦିନକୁ 2.8 ମାଇକ୍ରୋଗ୍ରାମ୍ ଭିଟାମିନ୍ B12 ଆବଶ୍ୟକ କରନ୍ତି ।

ଏହି ଜିନିଷଗୁଡ଼ିକରେ ଭିଟାମିନ୍ B12 ମିଳିଥାଏ

  1. ଛେଳି କଲିଜା
  2. ଅଣ୍ଡା
  3. ଚୁନା ମାଛ

ଭିଟାମିନ ସି ଯୁକ୍ତ ଖାଦ୍ୟ:ଇମ୍ୟୁନିଟି ସିଷ୍ଟମକୁ ଠିକ ରଖିବା ପାଇଁ ଭିଟାମିନ୍ ସି' ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହା ପ୍ଲେଟଲେଟର ମାତ୍ରାକୁ ବୃଦ୍ଧି କରିଥାଏ । ଭିଟାମିନ୍ ସି' ଅନେକ ଫଳ ଏବଂ ପନିପରିବାରେ ମିଳିଥାଏ-

  1. ବ୍ରୋକୋଲି
  2. ଫ୍ରୁଟ୍ସ
  3. ନାଲି ଏବଂ ସବୁଜ କ୍ୟାପ୍ସିଗମ
  4. କମଳା ଏବଂ ଅଙ୍ଗୁର ଭଳି ସାଇଟ୍ରିକ୍ ଫଳ
  5. କିୱି
  6. ଷ୍ଟ୍ରବେରୀ

ଭିଟାମିନ ଡି ଯୁକ୍ତ ଖାଦ୍ୟ:ହାଡ, ମାଂସପେଶୀ ଏବଂ ପ୍ରତିରକ୍ଷା ପ୍ରଣାଳୀ ପାଇଁ ଭିଟାମିନ୍ ଡି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ସୂର୍ଯ୍ୟ କିରଣରେ ଆମ ଶରୀର ଭିଟାମିନ୍ ଡି ପାଇଥାଉଯ ତଥାପି, ସମସ୍ତେ ସୂର୍ଯ୍ୟ କିରଣରୁ ଭିଟାମିନ୍ D ପାଇବାରେ ସକ୍ଷମ ନୁହଁନ୍ତି । ବିଶେଷକରି ଯେଉଁମାନେ ଶୀତଳ ବା ଥଣ୍ଡା ସ୍ଥାନରେ ରୁହନ୍ତି ସେମାନଙ୍କ ପାଇଁ ସୂର୍ଯ୍ୟଙ୍କ ସଂସ୍ପର୍ଶରେ ଆସିବା ଅତ୍ୟନ୍ତ କଷ୍ଟକର । 19ରୁ 70 ବର୍ଷ ବୟସର ଲୋକଙ୍କୁ ପ୍ରତିଦିନ 15 ମାଇକ୍ରୋଗ୍ରାମ୍ ଭିଟାମିନ୍ D ଦରକାର । ଏଥି ସହିତ, 70 ବର୍ଷରୁ ଅଧିକ ଲୋକଙ୍କୁ ପ୍ରତିଦିନ 20 ମାଇକ୍ରୋଗ୍ରାମ୍ ଭିଟାମିନ୍ ଡି' ଆବଶ୍ୟକ କରନ୍ତି ।

  1. ଅଣ୍ଡା କେଶର
  2. ତେଲିଆ ମାଛ
  3. ମାଛ ଯକୃତ ତେଲ
  4. କଦଳୀ
  5. ସପ୍ଲିମେଣ୍ଟସ୍
  6. ଛତୁ
  7. କମଳା ରସ
  8. ସୋୟା କ୍ଷୀର

ମସଲା: ଆମ ରୋଷେଇ ଘରେ ଥିବା କିଛି ମସଲା ମଧ୍ୟ ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ହଳଦୀ, ଅଦା, ରସୁଣ, କଳା ଲଙ୍କା, ଡାଲଚିନି ଏବଂ ବାଦାମ ଭଳି ମସଲା ଆଣ୍ଟିଫଙ୍ଗାଲ, ଆଣ୍ଟିଭାଇରାଲ୍, ଆଣ୍ଟିମାଇକ୍ରୋବାୟଲ୍, ଆଣ୍ଟି-ବ୍ୟାକ୍ଟେରିଆ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏହି ମସଲା ସହିତ ପ୍ରସ୍ତୁତ ଖାଦ୍ୟ ଆମର ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ଭଲ ।

ପ୍ରୋବାୟୋଟିକ୍ସ: ଡେଙ୍ଗୁ ପରେ ଶରୀରକୁ କ୍ରୋନିକ୍ ସ୍ଥିତିକୁ ଫେରାଇ ଆଣିବା ପାଇଁ ପ୍ରୋବୋଟିକ୍ସକୁ ଖାଦ୍ୟରେ ଅନ୍ତର୍ଭୁକ୍ତ କରାଯିବା ଉଚିତ୍ । ଏଥିପାଇଁ ଦହି, ବଟରମିଲ୍କ, ପନିର ଏବଂ ସୋୟାବିନ୍ ବାଛନ୍ତୁ । ପ୍ରୋବାୟୋଟିକ୍ସ ଭଲ ବ୍ୟାକ୍ଟେରିଆରେ ପରିପୂର୍ଣ୍ଣ ଯାହା ଆମ ହଜମ ପ୍ରକ୍ରିୟାରେ କାର୍ଯ୍ୟ କରିଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details