କୋଭିଡ-୧୯ ମହାମାରୀ ଓ ଏହାର ମୁକାବିଲା ଲାଗି ଜାରି ହୋଇଥିବା ଲକଡାଉନ ପିଲାମାନଙ୍କ ମଧ୍ୟରେ ସୃଷ୍ଟି କରିଥିଲା ଅନେକ ଭୟ ଓ ଆଶଙ୍କା । ସାଧାରଣତଃ ପିଲାମାନେ ଯେକୌଣସି ପରିସ୍ଥିତିର ନିଜକୁ ଖାପ ଖୁଆଇଥାଆନ୍ତି, କିନ୍ତୁ କୋଭିଡ ମହାମାରୀ ଏକ୍ଷେତ୍ରରେ ଥିଲା ବ୍ୟତିକ୍ରମ । ମହାମାରୀ ପିଲାଙ୍କୁ ଶାରୀରିକ ଓ ଭାବନାତ୍ମକ ଭାବେ ପ୍ରଭାବିତ କରିଥିଲା ।
ଅନଲାଇନ ସ୍କୁଲିଂ, ଆଇସୋଲେସନ, ହୋମ କ୍ବାରେଣ୍ଟାଇନ, ସାମାଜିକ କାର୍ଯ୍ୟକଳାପର ଅଭାବ, ଶାରୀରିକ କାର୍ଯ୍ୟକଳାପ ତଥା ଖେଳାଖେଳିର ଅଭାବ ଓ ଅଭିଭାବକୀୟ ଉଦବିଗ୍ନତା ପିଲାଙ୍କ ମଧ୍ୟରେ ଭୟ, ଅବସାଦ ଓ ବିରକ୍ତିବୋଧ ଜାତ କରିଥିଲା । ମହାମାରୀ ନେଇ ସୃଷ୍ଟି ହୋଇଥିବା ଅନିଶ୍ଚିତତା ମଧ୍ୟରେ ମାଆବାପାମାନେ ପରିବାରକୁ ଏକତ୍ର ଓ ସୁରକ୍ଷିତ ରଖିବା ପାଇଁ ସମସ୍ତ ଉଦ୍ୟମ କରିଥିଲେ ମଧ୍ୟ ପିଲାମାନଙ୍କ ସ୍ଥିତିକୁ ଅଣଦେଖା କରିଥିଲେ ବୋଲି ମୁଲୁନ୍ଦ ସ୍ଥିତ ଫୋର୍ଟିସ ହସ୍ପିଟାଲର ସିନିଅର କନସଲଣ୍ଟାଣ୍ଟ ଜିସାଲ ସେଠ୍ କହିଛନ୍ତି ।
ପିଲାଙ୍କ ଉପରେ ମହାମାରୀର ପ୍ରଭାବ;
ପିଲାମାନଙ୍କ ସ୍ବଭାବିକ ବିକାଶଧାରାକୁ ପ୍ରଭାବିତ କରିଥିଲା ମହାମାରୀ । ସେମାନଙ୍କ ଜୀବନଶୈଳୀ, ବିଚାରଧାରାରେ ପରିବର୍ତ୍ତନ ଆସିଥିଲା । କିଛି ଆଉ ସ୍ବଭାବିକ ରହିଲା ନାହିଁ । ପିଲାମାନେ ବ୍ୟବହାରଗତ ସମସ୍ୟା, ସହକର୍ମୀ ସମସ୍ୟା, ବାହ୍ୟ ସମସ୍ୟା ଓ ସାଧାରଣ ମନସ୍ତାତ୍ତ୍ବିକ ଅବସାଦର ସମ୍ମୁଖୀନ ହେଲେ । ମାନ୍ଦା ଓ ଶିଥିଳ ପଡିଯାଇଥିବା ପିଲାମାନଙ୍କ ଅପେକ୍ଷା ଶାରୀରିକ କାର୍ଯ୍ୟକଳାପରେ ନିୟୋଜିତ ପିଲାଙ୍କ ସମସ୍ୟା କମ ଥିଲା ବୋଲି ଜଣାପଡିଛି ।
ଲକଡାଉନ ଯୋଗୁଁ ଘରେ ଆବଦ୍ଧ ହୋଇ ରହିବା ଯୋଗୁଁ ପିଲାମାନଙ୍କର ବ୍ୟବହାରଗତ ପରିବର୍ତ୍ତନ ହୋଇଥିଲା । ସ୍କୁଲରେ ଆଉ ସେମାନେ ସାଙ୍ଗସାଥୀଙ୍କୁ କରିପାରିବେ ନାହିଁ ଓ ସେମାନେ ଅସୁସ୍ଥ ହୋଇପଡିବେ ବୋଲି ଭାବି ପିଲାମାନେ ସବୁବେଳେ ଭାବିଲେ । କୋରୋନା ଯୋଗୁଁ ଗୋଟିଏ ପଟେ ସାଧାରଣ ଜୀବନଶୈଳୀରେ ପରିବର୍ତ୍ତନ ଓ ଅନ୍ୟପଟେ ମନସ୍ତାତ୍ତ୍ବିତ ଅବସାଦର ମିଳିତ ପ୍ରଭାବ ପିଲାମାନଙ୍କ ଉପରେ ପଡିଥିଲା । ପରିଣାମ ସ୍ବରୂପ ଏହା ସେମାନଙ୍କର ବ୍ୟବହାରଗତ ସମସ୍ୟାକୁ ଗଭୀର କରିଥିଲା ।
ଦୀର୍ଘକାଳୀନ ଭାବେ ଏହି ସମସ୍ୟା ପିଲାମାନଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ । ସେମାନେ ‘ଇମୋସନାଲ ବ୍ରେକଡାଉନ’ର ସମ୍ମୁଖୀନ ହୋଇପାରନ୍ତି । ମାନେ ପରିସ୍ଥିତି ଏପରି ବି ହୋଇପାରେ ଯେ, ଲକଡାଉନ ହଟିଲା ପରେ ବି ହୁଏତ ପିଲାମାନେ ଆଉ ସ୍କୁଲ ଯାଇ ନପାରନ୍ତି । କାରଣ ସ୍ବଭାବିକ ସ୍ଥିତି ବେଳେ ସ୍କୁଲ୍ ରୁଟିନ ଲକଡାଉନରେ ବାଧାପ୍ରାପ୍ତ ହେଲା । ଏହାଛଡା ଲକଡାଉନ ସଂପର୍କିତ କଟକଣା ଓ ପ୍ରତିବନ୍ଧକ ପିଲାମାନଙ୍କ ସାମଗ୍ରିକ ମନସ୍ତାତ୍ତ୍ବିକ ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇଲା ।