ଓଡିଶା

odisha

ETV Bharat / sukhibhava

Depression: ଏହି ଆକ୍ଟିଭିଟି ଦ୍ବାରା ଦୂର ହୋଇପାରିବ ଡିପ୍ରେସନ, ଆପଣାନ୍ତୁ ଏହି ଟିପ୍ସ - କିଭଳି ଦୂର ହେବ ଡିପ୍ରେସନ

ପରିବର୍ତ୍ତିତ ସମାଜ ଯୋଗୁଁ ଯୁବପିଢି ଖୁବଶୀଘ୍ର ଡିପ୍ରେସନର ଶିକାର ହେଉଛନ୍ତି। ତେବେ ଜାଣରୁ ଡିପ୍ରେସନରୁ ମୁକ୍ତି ପାଇବାର ଉପାୟ

How to Cope With Depression Naturally
How to Cope With Depression Naturally

By ETV Bharat Odisha Team

Published : Oct 10, 2023, 6:15 PM IST

ହାଇଦ୍ରାବାଦ:ଅନେକ କାରଣରୁ ମନରେ ଚାପ ଆସିବା ସହିତ ବ୍ୟକ୍ତି ଡିପ୍ରେସନର ଶିକାର ହୋଇଥାଆନ୍ତି । ଏପରି ପରିସ୍ଥିତିରେ ଚାକିରି, କାର୍ଯ୍ୟ, ସମ୍ପର୍କ ଏବଂ ଅନ୍ୟାନ୍ୟ କାରଣରୁ ଅନେକ ଲୋକେ ଉଦାସୀନତାର ଶିକାର ହୋଇଥାଆନ୍ତି । ତେବେ ଡିପ୍ରେସନ୍‌ ହେଉଛି ଏପରି ଏକ ପରିସ୍ଥିତି ଯେଉଁ ସମୟରେ ମନୁଷ୍ୟ ଏକାକୀ ଏବଂ ଅସହାୟ ଅନୁଭବ କରିଥାଏ । ମନରେ କୁଚିନ୍ତା ଆସିଥାଏ । ପୂର୍ବ କାଳରେ ଲୋକମାନେ ଉଦାସୀନତା ବିଷୟରେ ଅତ୍ୟଧିକ ସଚେତନ ନଥିଲେ, କିନ୍ତୁ ଆଜିକାଲି ଲୋକମାନେ ଉଦାସୀନତା ବିଷୟରେ ଅବଗତ ହୋଇଛନ୍ତି । ତେବେ ଏହି ଡିପ୍ରେସନରୁ ବାହାରି ପାଇଁ କିଛି ବ୍ୟକ୍ତି ଆଣ୍ଟି ଡିପ୍ରେସାଣ୍ଟ ଔଷଧ ଗ୍ରହଣ କରିଥାଆନ୍ତି । କିନ୍ତୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଔଷଧ ପରିବର୍ତ୍ତେ କେତେକ ଆକ୍ଟିଭିଟି ଦ୍ବାରା ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ।

ଏକ୍ସପର୍ଟ ଆଡଭାଇଜ: ଆଜିକା ସମୟରେ ଯୁବପିଢି ଅଧିକ ଡିପ୍ରେସନର ଶିକାର ହୁଅନ୍ତି । ଏହାର ମୁକାବିଲା କରିବା ପାଇଁ ମଦ୍ୟପାନ, ସିଗାରେଟ ଏବଂ ଅନ୍ୟାନ୍ୟ ଖରାପ ଜୀବନଶୈଳୀ ଆପଣାଇଥାଆନ୍ତି । କିନ୍ତୁ ଏହା ଡିପ୍ରେସନରୁ ବାହାରିବା ପରିବର୍ତ୍ତେ ସ୍ବାସ୍ଥ୍ୟକୁ ଆହୁରି ବିଗାଡ଼ିଥାଏ। ଯଦି ଡିପ୍ରେସନରୁ ବାହାରିବାକୁ ଚାହାନ୍ତି ତେବେ ପ୍ରଥମତଃ ନିଶା ସେବନଠାରୁ ଦୂରତା ବଜାୟ ରଖିବା ଉଚିତ ବୋଲି କୁହାଯାଇଛି । ଅଭାବୀ ଲୋକଙ୍କୁ ସାହାଯ୍ୟ କରିବା, ସଙ୍ଗୀତରେ ରୁଚି ରଖିବା, ପେଣ୍ଟିଂ କରିବା, ଖେଳରେ ଅଂଶଗ୍ରହଣ କରିବା ଇତ୍ୟାଦି କାର୍ଯ୍ୟକଳାପ କରିବା ଜରୁରୀ ଅଟେ । ଘର ସାମ୍ନାରେ ବଗିଚା ମଧ୍ୟ କରିପାରିବେ । ସବୁଜ ପରିବେଶରେ ରହିବା ଦ୍ବାରା ମନକୁ ସୁଚିନ୍ତା ଆସିଥାଏ ।

ପଜିଟିଭିଟି ଦ୍ବାରା ଦୂର ହୋଇଥାଏ ଡିପ୍ରେସନ: ଡିପ୍ରେସନ୍‌ ଏପରି ଏକ ଅବସ୍ଥା ଏହାଦ୍ବାରା ବ୍ୟକ୍ତି ନିଜକୁ ଏକୁଟିଆ ମନେ କରିଥାଏ । ଏଭଳି ସ୍ଥିତିରେ ବ୍ୟକ୍ତିର ମନରେ ନକରାତ୍ମକ ଭାବନା ଆସିଥାଏ । ଯଦି ଜଣେ ବ୍ୟକ୍ତି ଡିପ୍ରେସନର ଶିକାର ହେଉଛି ଜାଣିବା ପରେ ଉକ୍ତ ପରିସ୍ଥିତିକୁ ବାହାର କରିବା ପାଇଁ ପ୍ରଥମେ ନିଜକୁ ଶକ୍ତ ହେବା ଆବଶ୍ୟକ ବୋଲି କୁହାଯାଇଛି । ନିଜ ମନରେ ସକରାତ୍ମକ ଭାବନା ଜାଗ୍ରତ କରିବା ଆବଶ୍ୟକ ବୋଲି କୁହାଯାଇଛି । ଡିପ୍ରେସନ୍‌ ଦେଇ ଗତି କରୁଥିଲେ ପ୍ରଥମେ ନିଜ ମନ ପସନ୍ଦର କାର୍ଯ୍ୟ କରନ୍ତୁ । ଯେଉଁ କାର୍ଯ୍ୟ ମନକୁ ଖୁସୀ ଦେବ ସେଭଳି କାର୍ଯ୍ୟ କରିବା ଉଚିତ ବୋଲି କୁହାଯାଇଛି । ଖୁସି ରହିବା ଦ୍ବାରା ଦୂର ହୋଇଥାଏ ଡିପ୍ରେସନ ।

ପ୍ରକୃତି କୋଳରେ ସମୟ ବିତାଇବା ଉଚିତ: ଡିପ୍ରେସନରେ ବ୍ୟକ୍ତି ମାନସିକ ଭାରସାମ୍ୟ ହରାଇ ବସିଥାଏ । ଏହି ପରିସ୍ଥିତିରେ ପ୍ରକୃତିର କୋଳରେ ସମୟ ବିତାଇବା ଦ୍ବାରା ମନକୁ ଶାନ୍ତି ମିଳିଥାଏ ବୋଲି କୁହାଯାଇଛି । ଜଙ୍ଗଲକୁ ବୁଲିବାକୁ ଯାଆନ୍ତୁ କିମ୍ବା ପାହାଡ଼ ପାଦ ଦେଶରେ କିଛି ସମୟ ବିତାନ୍ତୁ । ଯଦି ଏହା ସମ୍ଭବ ନୁହେଁ ତାହେଲେ ଘରେ ବୃକ୍ଷ ଲଗାନ୍ତୁ । ଗାର୍ଡେନିଂ ଦ୍ବାରା ମଧ୍ୟ ମନରେ ପଜିଟିଭି ଥିଙ୍କିଂ ବା ସକରାତ୍ମକ ଭାବନା ଆସିଥାଏ ।

ଏହା ମଧ୍ୟ ପଢନ୍ତୁ: ଡିପ୍ରେସନର ପ୍ରଭାବ ମୁଖ ସୌନ୍ଦର୍ଯ୍ୟ ଉପରେ ପଡେ କି ? ଜାଣନ୍ତୁ କଣ କହୁଛନ୍ତି ଏକ୍ସପର୍ଟ

ନିୟମିତ ବ୍ୟାୟାମ ଜରୁରୀ: ନିୟମିତ ବ୍ୟାୟାମ କରିବା ଦ୍ବାରା ଡିପ୍ରେସନକୁ ଦୂର କରାଯାଇ ପାରିବ ବୋଲି କୁହାଯାଇଛି। ମନକୁ ଶାନ୍ତ କରିବା ପାଇଁ ଯେଇଁ ବ୍ୟାୟାମ ଜରୁରୀ ତାହା କରିବା ଦ୍ବାରେ କେବଳ ମନ ଶାନ୍ତି ହୁଏ ନାହିଁ ବରଂ ଚିନ୍ତା ଦୂର ହେବା ସହିତ ଗୋଟିଏ କାର୍ଯ୍ୟ କରିବା ପାଇଁ ଏକାଗ୍ରତା ଆସିଥାଏ। ବ୍ୟାୟାମ କରିବା ଦ୍ବାରା ଶରୀରରୁ ହାପି ହରମୋନ କ୍ଷରିତ ହୋଇଥାଏ। ଏହା ଦ୍ବାରା ହୃଦୟ ଏବଂ ଶରୀର ଖୁସି ରହିଥାଏ। ଏହା ବ୍ୟତୀତ ଯୋଗ କରିବା ଦ୍ବାରା ଡିପ୍ରେସନ କମ ହୋଇଥାଏ ବୋଲି ଏକ ରିପୋର୍ଟରେ କୁହାଯାଇଛି।

ସଙ୍ଗୀତ: ଡିପ୍ରେସନରୁ ବାହାରିବାକୁ ହେଲେ ସଙ୍ଗୀତକୁ ମୁଖ୍ୟ ଅସ୍ତ୍ର କୁହାଯାଏ। ତେଣୁ ଡିପ୍ରେସନରେ ଶିକାର ହୋଇଥିବା ବ୍ୟକ୍ତିଙ୍କୁ ସର୍ବଦା ସଙ୍ଗୀତ ଶୁଣିବା ପାଇଁ ପରାମର୍ଶ ଦିଆଯାଇଥାଏ। ନଚେତ ମନପସନ୍ଦ ଚଳଚ୍ଚିତ୍ର ମଧ୍ୟ ଦେଖିପାରିବେ । ସଙ୍ଗୀତ ଶୁଣିବା ଦ୍ବାରା ମନକୁ ଶାନ୍ତି ମିଳିବା ସହିତ ଚିନ୍ତା ଦୂର ହୋଇଥାଏ ।

ବିଦ୍ର: ଏହା ଇଟିଭିି ଭାରତର ନିଜସ୍ବ ମତାମତ ନୁହେଁ। ଏକା ଏକ ରିପୋର୍ଟ ଭିତିକ ଖବର ଅଟେ। ଡିପ୍ରେସନର ଶିକାର ହେଲେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ

ABOUT THE AUTHOR

...view details