ହାଇଦ୍ରାବାଦ: ଆଲୋକ, ଆଶା ଏବଂ ସମୃଦ୍ଧିର ପର୍ବ ଦୀପାବଳି । ଆଜି 12 ନଭେମ୍ବରରେ ଦୀପାବଳି ପାଳନ କରାଯାଉଛି । ଏହି ଦିନରେ ବାଣ ଫୁଟାଇବା ନେଇ ବାୟୁ ପ୍ରଦୂଷଣର ମଧ୍ୟ ହୋଇଥାଏ । ଏହି ସମୟରେ ଅନେକ ସହରରେ ବାୟୁ ପ୍ରଦୂଷଣ ସମସ୍ୟା ରହିଛି । ତେବେ ଏପରି ପରିସ୍ଥିତିରେ ଉତ୍ସବ ପାଳନ ସହ ଆମକୁ ସ୍ୱାସ୍ଥ୍ୟ ବିଷୟରେ ସଚେତନ ହେବା ଆବଶ୍ୟକ । ତେବେ ଦିପାବଳୀରେ ଉତ୍ସାହକୁ ଦ୍ବିଗୁଣିତ କରିବା ପାଇଁ ସ୍ବାସ୍ଥ୍ୟର କିପରି ଯତ୍ନ ନେବେ । ଜାଣନ୍ତୁ...
ଗୋଟିଏ ପଟେ ଦୀପାବଳି ଉତ୍ସବରେ ମିଠା ଏବଂ କାର୍ବୋହାଇଡ୍ରେଟ୍ ଭଳି ସାମଗ୍ରୀର ଅତ୍ୟଧିକ ବ୍ୟବହାର ହେତୁ ଓଜନ ବୃଦ୍ଧି ଏବଂ ଚିନି ହେବାର ଆଶଙ୍କା ଥିବାବେଳେ ଅନ୍ୟ ପଟେ ଫାୟାରଫ୍ରାକ୍ ଜଳୁଥିବା ଧୂଆଁ ଯୋଗୁଁ ବାୟୁରେ ପ୍ରଦୂଷଣ ସ୍ତର ବଢିଥାଏ, ଯାହା ଶ୍ବାସକ୍ରିୟା ରୋଗୀଙ୍କ ପାଇଁ କ୍ଷତିକାରକ ଏବଂ ଆଖି ପାଇଁ ସମସ୍ୟା ସୃଷ୍ଟି କରେ । ସ୍ବାସ୍ଥ୍ଯ ବିଶେଷଜ୍ଞ ମାନେ କୁହନ୍ତି, ଦୀପାବଳି ସମୟରେ ସ୍ବାସ୍ଥ୍ୟ ସମ୍ବନ୍ଧରେ ବିଶେଷ ସତର୍କତା ଅବଲମ୍ବନ କରିବା ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ଖାଇବା ଅଭ୍ୟାସର ଯତ୍ନ ନେବା ସହ ଆସ୍ଥମା ଏବଂ ଶ୍ୱାସ ରୋଗରେ ପୀଡିତ ଲୋକମାନେ ବିଶେଷ ସତର୍କ ହେବା ଉଚିତ୍ ।
ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ଉତ୍ସବ ସମୟରେ ଆମ ସ୍ୱାସ୍ଥ୍ୟକୁ କୌଣସି ପ୍ରକାରେ ଅବହେଳା କରିବା ଉଚିତ୍ ନୁହେଁ । ଏହି ଦିନରେ ମିଠା ଏବଂ ଖାଦ୍ୟା ଖାଇବାର ଅତ୍ୟଧିକ ବ୍ୟବହାର ହଜମ ଠାରୁ ଆରମ୍ଭ କରି ହାର୍ଟ, ବିପି ଏବଂ ମଧୁମେହ ଭଳି ରୋଗର ସମସ୍ୟା ବଢାଇପାରେ । ତେବେ ଏହି ପର୍ବ ସମୟରେ କିପରି ନିଜକୁ ସୁସ୍ଥ ରଖିବେ ଜାଣନ୍ତୁ..
ସୁରକ୍ଷିତ ଏବଂ ସୁସ୍ଥ ଦିପାବଳୀ ପାଳନ କରନ୍ତୁ
ଫିଟ୍ ଏବଂ ସୁସ୍ଥ ଥିଲେ ପର୍ବଗୁଡ଼ିକ ଭଲଭାବେ ଉପଭୋଗ କରିପାରିବେ । ତେଣୁ, ଏହି ଦିନରେ ମଧ୍ୟ ଆପଣଙ୍କର ବ୍ୟାୟାମ ରୁଟିନରେ କୌଣସି ପରିବର୍ତ୍ତନ ନକରିବା ଜରୁରୀ । ଦିୱାଲୀ ସମୟରେ ପ୍ରଦୂଷଣ ସ୍ତର ବଢୁଥିବାରୁ ସକାଳୁ ବୁଲିବାକୁ ଯାଆନ୍ତୁ ନାହିଁ । ଦିୱାଲୀ ସମୟରେ ଡାଏଟ୍ ଏବଂ ଫିଟନେସ୍ ଟିପ୍ସ ଗ୍ରହଣ କରନ୍ତୁ ।
ଏମିତି ରୁହନ୍ତୁ ସତର୍କ
୧. ଆସ୍ଥମା, ସିଓପିଡି, କ୍ରନିକ୍ ଇନଫ୍ଲାମେଟୋରୀ ଫୁସଫୁସ ରୋଗ, ହୃଦ ରୋଗ ଇତ୍ୟାଦି କୌଣସି ରୋଗରେ ପୀଡିତ ଲୋକମାନେ ସକାଳ ଓ ସନ୍ଧ୍ୟାରେ ବାହାରକୁ ଯିବା ଉଚିତ୍ ନୁହେଁ ।
୨. ଯେଉଁ ରୋଗୀମାନଙ୍କର ପୂର୍ବରୁ ଶ୍ବାସକ୍ରିୟା ରୋଗ ରହିଛି, ସେମାନେ ଅତିରିକ୍ତ ସତର୍କତା ଅବଲମ୍ବନ କରିବା ଉଚିତ ଯେପରିକି ଔଷଧ ନିୟମ ଅନୁସରଣ କରିବା, ମାସ୍କ ପିନ୍ଧିବା ଏବଂ ଥଣ୍ଡା ପବନରେ ସଂସ୍ପର୍ଶରେ ଆସିବା ଠାରୁ ଦୂରେଇ ରହିବା ଉଚିତ୍।
୩. ବାୟୁ ପ୍ରଦୂଷଣ ଶିଶୁ, ବୃଦ୍ଧ ଏବଂ ଗର୍ଭବତୀ ମହିଳାଙ୍କୁ ଅଧିକ ପ୍ରଭାବିତ କରିଥାଏ । ସେମାନେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟକୁ ସୀମିତ ରଖି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ରକ୍ଷା ପାଇପାରିବେ । ସକାଳ ବୁଲିବା କିମ୍ବା ଅନ୍ୟ କୌଣସି କାର୍ଯ୍ୟକଳାପ ପାଇଁ ବାହାରକୁ ନ ଯିବା ଉଚିତ୍ ।
୪. ଏହି ସମୟରେ, ଥଣ୍ଡା ପାନୀୟ, ଆଇସ୍କ୍ରିମ୍ ପରି ଥଣ୍ଡା ଜିନିଷ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ଏଥିସହ ଫାଷ୍ଟଫୁଡ୍ ଖାଦ୍ୟରୁ ମଧ୍ୟ ଦୂରେଇ ରହିବା ଉଚିତ୍ ।
୫. ଯୋଗ ଏବଂ ବ୍ୟାୟାମ, ପ୍ରାଣାୟମ ବହୁତ ପ୍ରଭାବଶାଳୀ ହୋଇପାରେ । ଏଣୁ ଘରେ ରହି ଏହି ସବୁ କରିବା ଦ୍ବାରା ଫୁସଫୁସର କ୍ଷମତା ବୃଦ୍ଧିରେ ସାହାଯ୍ୟ କରିଥାଏ ।
୬. ଅତ୍ୟଧିକ ମିଠା ଜିନିଷ ଖାଇବା ଠାରୁ ଦୂରେଇ ରହି ଶରୀରକୁ ହାଇଡ୍ରେଟ୍ ରଖନ୍ତୁ ଏବଂ ସେହି ଜିନିଷଗୁଡ଼ିକୁ ଖାଦ୍ୟରେ ଅନ୍ତର୍ଭୁକ୍ତ କରନ୍ତୁ ଯାହା ଶରୀରକୁ ଡିଟକ୍ସାଇଫ୍ କରିଥାଏ । ପର୍ବ ସମୟରେ ଘରେ ତିଆରି ଜିନିଷ ଖାଇବା ଉପକାରୀ ବୋଲି ବିବେଚନା କରାଯାଏ ।
ଏହିପରି ଫୁସଫୁସକୁ ସୁସ୍ଥ ରଖନ୍ତୁ
୧. ପ୍ରଦୂଷଣ ହେଲେ ରୋଗୀମାନେ ବାହାରେ ବ୍ୟାୟାମ କରିବା ପରିବର୍ତ୍ତେ ଘରେ ବ୍ୟାୟାମ ଏବଂ ଯୋଗ କରିବା ଉଚିତ୍ ।