ହାଇଦ୍ରାବାଦ:ଖାଦ୍ୟପେୟରେ ଅନିୟମିତତା ଏବଂ ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ କେଶ ଉପରେ ଏହାର ଅଧିକ ପ୍ରଭାବ ପଡ଼ୁଛି । ଫଳରେ ବୟସ ପୂର୍ବରୁ ଚୁଟି ପାଚିଯାଇଥାଏ ବା କେଶ ଧଳା ହୋଇଯାଇଥାଏ । ତେବେ ଏହା ବ୍ୟତିତ ପ୍ରଦୂଷଣ ଏବଂ କେମିକାଲ ସାମ୍ପୁର ବ୍ୟବହାର ଯୋଗୁଁ କେଶ ଉପରେ ଏହାର କୁପ୍ରଭାବ ପଡ଼ିଥାଏ। ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଅନେକ ମେହେନ୍ଦୀର ବ୍ୟବହାର କରିଥାଆନ୍ତି । ତେବେ ଆପଣ ଜାଣିଛନ୍ତି କି ମେହେନ୍ଦୀ ପ୍ରୟୋଗର ସଠିକ ଉପାୟ? ଏହି ଟିପ୍ସ ଆପଣାଇଲେ ହେବ ନାହିଁ ସମସ୍ୟା ।
*ମେହେନ୍ଦୀ ଲଗାଇବା ପୂର୍ବରୁ କେଶ ଧୋଇବା ଉଚିତ । ପ୍ରଥମେ କେଶକୁ ଧୋଇ ଶୁଖିଲା ପରେ ହେନା ବା ମେହେନ୍ଦୀ ବ୍ୟବାହର କରନ୍ତୁ । ଅନେକ ଲୋକ ଅଛନ୍ତି ଯେଉଁମାନେ କି ଶୁଖିଲା କେଶରେ ଏକ ପ୍ୟାକେଟ ମେହେନ୍ଦୀ ଲଗାଇଥାଆନ୍ତି । କିନ୍ତୁ ଏହା ଦ୍ବାରା କେଶ ଉପରେ ସୁପ୍ରଭାବ ବଦଳରେ କୁପ୍ରଭାବ ପଡ଼ିଥାଏ।
*ପ୍ରଥମେ ଚା' କିମ୍ବା କଫି ପତ୍ରକୁ ଫୁଟାନ୍ତୁ । ଏହାପରେ ସେଥିରେ ମେହେନ୍ଦୀ ପାଉଡ ଏବଂ ମନ୍ଦାର ପାଉଡରକୁ ମିଶାନ୍ତୁ । ଏହାର 1 ଘଣ୍ଟା ପରେ ସେଥିରେ ଅଣ୍ଡାର ଧଳା ଅଂଶକୁ ମିଶାନ୍ତୁ । ଏହାପରେ କେଶକୁ କୁଣ୍ଡାଇ ମିଶ୍ରଣକୁ ତାଳୁରେ ଲଗାନ୍ତୁ। ଏହାପରେ ଅଧଘଣ୍ଟା ଶୁଖିବାକୁ ଛାଡିଦେଇ ଥଣ୍ଡା ପାଣିରେ କେଶ ଧୋଇ ଦିଅନ୍ତୁ । ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଉକ୍ତ ଦିନ ସାମ୍ପୁ ବ୍ୟବହାର କରିବା ଉଚିତ ନୁହେଁ । ମେହେନ୍ଦୀ ଲଗାଇବା ଦିନ ସାମ୍ପୁ ନକରି ପରଦିନ କରିବା ଉଚିତ । ଏହା ଦ୍ବାରା କେଶର ରଙ୍ଗ ଦୀର୍ଘଦିନ ପର୍ଯ୍ୟନ୍ତ ରହିଥାଏ ।