ଓଡିଶା

odisha

ETV Bharat / sukhibhava

Diet Plan Tips: ଡାଏଟ୍‌ରେ ଆଣନ୍ତୁ ଏହି ପରିବର୍ତ୍ତନ, ବଜାୟ ରହିବ ଫିଗର୍ - ଡାଏଟ୍ ପ୍ଲାନ୍

ମେଦବହୁଳତା କିମ୍ବା ପତଳା ଚେହେରା ବର୍ତ୍ତମାନର ଯୁବପିଢିଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା । ଏହାର ମୁଖ୍ୟ କାରଣ ହେଉଛି ଖାଦ୍ୟ ଗ୍ରହଣରେ ଅନିୟମିତତା । ତେଣୁ କେଉଁ ସମୟରେ ଏବଂ କେତେ ପରିମାଣରେ ଖାଦ୍ୟ ଗ୍ରହଣ ଓଜନ ନିୟନ୍ତ୍ରଣ କରେ, ଜାଣନ୍ତୁ ।

young woman workout for diet and slim health
young woman workout for diet and slim health

By

Published : Feb 9, 2023, 1:29 PM IST

ନୂଆଦିଲ୍ଲୀ: ଶାରୀରିକ ସୁସ୍ଥତା ପାଇଁ ଖାଦ୍ୟ ନିଶ୍ଚିତ ରୂପେ ଗୁରୁତ୍ବପୂର୍ଣ୍ଣ, କିନ୍ତୁ ସଠିକ୍ ସମୟରେ ଖାଦ୍ୟ ଗ୍ରହଣ ସବୁଠୁ ଜରୁରୀ । ଏହା ବିଭିନ୍ନ ଉପାୟରେ ଓଜନ ନିୟନ୍ତ୍ରଣରେ ସହାୟକ ହୋଇଥାଏ । ଏକ ପେଟ ପୁରା ସକାଳ ଭୋଜନ, ମଧ୍ୟମ ମଧ୍ୟାହ୍ନ ଭୋଜନ ଏବଂ ଏକ ସ୍ବଳ୍ପ ରାତ୍ର ଭୋଜନ ଏକ ବେଷ୍ଟ୍ ଡାଏଟ୍ ବୋଲି ବିବେଚନା କରାଯାଏ । ଏହା ମଧ୍ୟ ଓଜନ ହ୍ରାସ କ୍ଷେତ୍ରରେ ପ୍ରଭାବଶାଳୀ ହୋଇପାରେ । ଏଥିସହ, ଶୋଇବା ପୂର୍ବରୁ ଏକ ସୁସ୍ଥ ସ୍ନାକ୍ସ ଖାଇବା ବିଳମ୍ବିତ ରାତିରେ ସ୍ନାକ୍ସ ଖାଇବା ଅଭ୍ୟାସକୁ ରୋକିବାରେ ସାହାଯ୍ୟ କରିଥାଏ, ଯାହା ଓଜନ ନିୟନ୍ତ୍ରଣକୁ ପ୍ରୋତ୍ସାହିତ କରେ ।

burn fat

ତଥାପି, ଏହା ଧ୍ୟାନ ଦେବା ଜରୁରୀ ଯେ ଓଜନ ହ୍ରାସ ପାଇଁ ଭୋଜନ ସମୟ ଅପେକ୍ଷା ସାମଗ୍ରିକ କ୍ୟାଲୋରୀ ଗ୍ରହଣ ଏବଂ ମାକ୍ରୋନ୍ୟୁଟ୍ରିଏଣ୍ଟ୍‌ର ସନ୍ତୁଳନ ଅଧିକ ଗୁରୁତ୍ୱପୂର୍ଣ୍ଣ । ତେବେ କେଉଁ ସମୟରେ ଏବଂ କେତେ ପରିମାଣର ଖାଦ୍ୟ ଗ୍ରହଣ ଓଜନ ନିୟନ୍ତ୍ରଣ ଦିଗରେ ସହାୟକ ହୁଏ, ଜାଣନ୍ତୁ...

ଜଳଖିଆ: ସକାଳେ ନିଦରୁ ଉଠିବାର ପ୍ରଥମ ଘଣ୍ଟା ମଧ୍ୟରେ ଏକ ପୁଷ୍ଟିକର ଜଳଖିଆ ଖାଇବା ଦ୍ୱାରା ମେଟାବୋଲିଜିମ୍(ପାଚନ ବା ହଜମ ପ୍ରକ୍ରିୟା) ସଠିକ୍ ହୋଇଥାଏ ଏବଂ ଏହା ଦିନ ତମାମ୍ ଶକ୍ତି ଯୋଗାଇଥାଏ । ଏହା କ୍ଷୁଧା ହରମୋନ୍ ନିୟନ୍ତ୍ରଣ କରେ। ଜଳଖିଆକୁ ଛାଡିଦେଲେ ଦିନରେ ଅଧିକ ଖାଦ୍ୟ ଖାଇବା ଦ୍ବାରା ମେଟାବୋଲିଜିମ୍ ଧୀର ହୋଇପାରେ । ଏଥିପାଇଁ ଯାହା ବି ହେଲେ ସକାଳ ଖାଇବା ଛାଡନ୍ତୁ ନାହିଁ । କାରଣ ଜଳଖିଆ ଛାଡିବା ବାରମ୍ବାର ଓଜନ ବୃଦ୍ଧି ଏବଂ ଗ୍ଲୁକୋଜ ମେଟାବୋଲିଜିମ୍ ହ୍ରାସ ସହିତ ଅନେକ ଅସ୍ୱାସ୍ଥ୍ୟକର ସୂଚକ ସହିତ ସଂଯୁକ୍ତ ।

ମଧ୍ୟାହ୍ନ ଭୋଜନ: ଯଦିଓ ମଧ୍ୟାହ୍ନ ଭୋଜନ ଦିନର ସବୁଠାରୁ ବଡ ଭୋଜନ ହେବା ଉଚିତ୍ ଏଥିପାଇଁ ପ୍ରଥମେ ବ୍ରେକ୍‌ଫାଷ୍ଟ୍ କରିବା ଉଚିତ୍ । ତେଣୁ ଏକ ସନ୍ତୁଳିତ ମଧ୍ୟାହ୍ନ ଭୋଜନ, ଯେଉଁଥିରେ ପ୍ରୋଟିନ୍, ଶସ୍ୟଜାତୀୟ ଖାଦ୍ୟ ଏବଂ ପନିପରିବା ଅନ୍ତର୍ଭୁକ୍ତ ଥିବ । ଏଗୁଡିକ କ୍ଷୁଧାକୁ ନିୟନ୍ତ୍ରଣ କରିବାରେ ଏବଂ ଅପରାହ୍ନରେ ଶକ୍ତି ସ୍ତରକୁ ସ୍ଥିର ରଖିବାରେ ସାହାଯ୍ୟ କରିଥାଏ । ମଧ୍ୟାହ୍ନ ଭୋଜନ ସଠିକ୍ ସମୟରେ ନ ଖାଇଲେ ପରବର୍ତ୍ତୀ ସମୟରେ ଅତ୍ୟଧିକ ଖାଇବା କିମ୍ବା ଜଙ୍କ୍ ଫୁଡ୍ ଖାଇବାକୁ ଇଚ୍ଛା ହୋଇଥାଏ । ଫଳରେ ଓଜନ ବୃଦ୍ଧିପାଏ । ଅଧ୍ୟୟନ ଅନୁଯାୟୀ, ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ସର୍ବୋତ୍ତମ ସମୟ ହେଉଛି 12 ରୁ 2 ଟା ମଧ୍ୟରେ ।

ରାତ୍ର ଭୋଜନ:ହାଲକା ରାତ୍ର ଭୋଜନ, ଯାହା କ୍ୟାଲୋରୀରେ କମ୍ ଏବଂ ପୋଷକ ତତ୍ତ୍ୱ ଅଧିକ, ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଶୋଇବା ପୂର୍ବରୁ ଏକ ଭାରି ରାତ୍ର ଭୋଜନ କରିବା ଦ୍ୱାରା ଶରୀରର ଓଜନ କମ୍ ହୋଇପାରେ । ବିଳମ୍ବିତ ରାତ୍ରି ଭୋଜନ କରିବା ମଧ୍ୟ ନିଦକୁ ବାଧା ଦେଇପାରେ, ଯାହା ଓଜନ ବଢାଇପାରେ । ତେଣୁ ଗୋଟିଏ ଦିନର ଶେଷ ଭୋଜନ ହିସାବରେ ଶୋଇବା ପୂର୍ବରୁ ଅତି କମରେ ତିନିରୁ ଚାରି ଘଣ୍ଟା ପୂର୍ବରୁ ଡିନର କରିବା ଉଚିତ୍ । ଅଧ୍ୟୟନ ଅନୁଯାୟୀ ବିଳମ୍ବିତ ରାତିରେ ଖାଇବା ଦ୍ୱାରା ମେଦବହୁଳତା ଏବଂ ଡିସଲିପିଡେମିଆ ଏବଂ ହାଇପରଗ୍ଲାଇସେମିଆ ଭଳି ମେଟାବୋଲିକ୍ ବ୍ୟାଘାତ ହେବାର ଆଶଙ୍କା ବଢିପାରେ ।

ABOUT THE AUTHOR

...view details