ଓଡିଶା

odisha

କନ୍ୟାଶ୍ରମରେ ବ୍ୟାପୁଛି ଜାପାନୀଜ୍ ଏନସେଫାଲାଇଟ୍ସ, ଜାଣନ୍ତୁ ରୋଗର କାରଣ-ଲକ୍ଷଣ-ନିରାକରଣ

By

Published : Feb 21, 2023, 11:43 AM IST

ସୋର କନ୍ୟାଶ୍ରମରେ ଆଉ 5 ନୂଆ ଆକ୍ରାନ୍ତଙ୍କୁ ମିଶାଇ 30 ରେ ପହଞ୍ଚିଲା ଜାପାନୀଜ୍ ଏନସେଫାଲାଇଟ୍ସ ଆକ୍ରାନ୍ତଙ୍କ ସଂଖ୍ୟା । ଜାଣନ୍ତୁ କାହିଁକି ବ୍ୟାପୁଛି ଏହି ଜ୍ବର, ରୋଗର କାରଣ-ଲକ୍ଷଣ-ନିରାକରଣ...

japanese encephalitis spread in kanyashrama
japanese encephalitis spread in kanyashrama

ହାଇଦ୍ରାବାଦ: ମାଲକାନିଗିରି ପରେ ବାଲେଶ୍ବରରେ କାୟା ମେଲାଉଛି ଜାପାନୀଜ୍ ଏନସେଫାଲାଇଟ୍ସ ବା ମସ୍ତିଷ୍କ ଜ୍ବର । ଜିଲ୍ଲାର ସୋର ସ୍ଥିତ ପୁରୁବାଈ କନ୍ୟାଶ୍ରମରେ ଜଣେ ବାଳିକାଙ୍କ ମୃତ୍ୟୁ ଘଟି ଥିବାବେଳେ ପୁଣି 5 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ମାମଲା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 30 ରେ ପହଁଞ୍ଚିଛି । ତେବେ ଜାପାନୀଜ୍ ଏନସେଫାଲାଇଟ୍ସ କଣ, କାହିଁକି ବ୍ୟାପେ ଏହି ଜ୍ବର, ଏହାର କାରଣ ଓ ନିରାକରଣ ବାବଦରେ ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ...

ଜାପାନୀଜ୍ ଏନସେଫାଲାଇଟ୍ କଣ ?

ଜାପାନିଜ୍ ଏନସେଫାଲାଇଟିସ୍‌କୁ ମସ୍ତିଷ୍କ ଜ୍ବର ମଧ୍ୟ କୁହାଯାଏ । ମଶା କାମୁଡ଼ିବା ଦ୍ୱାରା ଏହି ଜ୍ବର ବ୍ୟାପିଥାଏ । ଏହି ମଶା ଫ୍ଲାବିଭାଇରସ୍ ଦ୍ବାରା ସଂକ୍ରମିତ ହୋଇଥାନ୍ତି । ମନେ ରଖନ୍ତୁ ଯେ, ଏହା ସଂକ୍ରାମକ ଜ୍ୱର ନୁହେଁ । ଏହା ବ୍ୟକ୍ତିଠାରୁ ବ୍ଯକ୍ତିଙ୍କୁ ବ୍ୟାପିନଥାଏ । କେବଳ ଜ୍ବର ହୋଇଥିବା ରୋଗୀଙ୍କୁ କାମୁଡିଥିବା ମଶା ଜଣେ ସୁସ୍ଥ ରୋଗୀଙ୍କୁ କାମୁଡିବା ଦ୍ବାରା ବ୍ୟପେ । ମଶା କାମୁଡ଼ିବାର 5 ରୁ 15 ଦିନ ପରେ ଜ୍ବରର ଲକ୍ଷଣ ଦେଖାଯାଏ ।

ଏହା ମଧ୍ୟ ପଢନ୍ତୁ:-ପୁରୁବାଇ କନ୍ୟାଶ୍ରମରେ ବ୍ୟାପୁଛି ମସ୍ତିଷ୍କ ଜ୍ବର ! ଛାତ୍ରୀଙ୍କ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

ଜାପାନିଜ୍ ଏନସେଫାଲାଇଟ୍ସ ଲକ୍ଷଣ

ବିଭିନ୍ନ ସାଧାରଣ ଲକ୍ଷଣ ମଧ୍ୟରୁ ଉଚ୍ଚ ଜ୍ୱର, ବେକରେ କଠିନତା, ପ୍ରବଳ ମୁଣ୍ଡ ବିନ୍ଧା, ଜ୍ୱର ଆସିବା ପରେ ବିଚଳିତ ଲାଗିବା, ଥଣ୍ଡା ସହ କମ୍ପନ, ବେଳେବେଳେ ରୋଗୀ ମଧ୍ୟ କୋମା ଅବସ୍ଥାକୁ ଯାଇପାରନ୍ତି ।

ଜାପାନିଜ୍ ଏନସେଫାଲାଇଟ୍ସ ଚିକିତ୍ସା

ଜାପାନିଜ୍ ଏନସେଫାଲାଇଟ୍ସରେ ପୀଡିତ ରୋଗୀଙ୍କ ପାଇଁ ଡାକ୍ତରୀ ଚିକିତ୍ସା ନିହାତି ଆବଶ୍ୟକ । ଏହାର ଲକ୍ଷଣ ଅନ୍ୟ ସାଧାରଣ ଜ୍ବର ପରି ହୋଇଥିଲେ ମଧ୍ୟ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରନ୍ତୁ । ଏହି ରୋଗରେ ପୀଡିତ ରୋଗୀଙ୍କୁ ଅମ୍ଳଜାନ ମାସ୍କ ମଧ୍ୟ ଦିଆଯାଥାଏ । ଜାପାନିଜ୍ ଏନସେଫାଲାଇଟ୍ସ ଜ୍ୱର ପାଇଁ ଏକ ଟିକା ମଧ୍ୟ ଉପଲବ୍ଧ ଅଛି । ରୋଗୀଙ୍କ ଅବସ୍ଥାକୁ ଦେଖି ଏହି ଟିକା ଦିଆଯାଏ ।

ଏହି ଜ୍ୱରକୁ ଏଡାଇବା ପାଇଁ ଶରୀରକୁ ଘୋଡାଇ ରଖନ୍ତୁ । ରାତିରେ ଶୋଇବା ସମୟରେ ନିଶ୍ଚିତ ରୂପେ ମଶାରୀ ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ । ଯେଉଁ ଅଞ୍ଚଳରେ ରୋଗ ବ୍ୟାପୁଛି, ସେହି ଅଞ୍ଚଳରୁ ଦୂରେଇ ରୁହନ୍ତୁ । ନିଜ ଘରର ଆଖ ପାଖ ଅଞ୍ଚଳକୁ ପରିଷ୍କାର ରଖନ୍ତୁ, ଅଳିଆ ଆବର୍ଜନାକୁ ସଫା କରନ୍ତୁ । ମଶାମାନେ ଯେପରି ବାସ କରିନପାରିବେ ସେଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ସଚେତନ ରହିଲେ ହିଁ ରୋଗମୁକ୍ତ ରହିପାରିବେ ।

ପ୍ରତ୍ୟାଖ୍ୟାନ:ଉପରସ୍ତ ଟିପ୍ସ ତଥା ପରାମର୍ଶଗୁଡ଼ିକ କେବଳ ସାଧାରଣ ସୂଚନା ଉପରେ ଆଧାରିତ । ଅସୁସ୍ଥତା କିମ୍ବା ସଂକ୍ରମଣର ଲକ୍ଷଣ ଦେଖାଦେଲେ ନିଶ୍ଚିତ ରୂପେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ABOUT THE AUTHOR

...view details