ପରିବର୍ତ୍ତନକାରୀ କସରତ କ୍ଷେତ୍ରରେ ସ୍କିପିଂକୁ ସର୍ବଦା ଉପେକ୍ଷା କରାଯାଇଥାଏ । କିନ୍ତୁ ରୋପ୍ ସ୍କିପିଂର ଅନେକ ସ୍ବାସ୍ଥ୍ୟଗତ ଫାଇଦା ରହିଛି । ବିଶେଷଜ୍ଞ ଜୁନୈଦ ଅଖତର କହିଛନ୍ତି ଯେ, ଲକଡାଉନ ବେଳେ ରୋପ୍ ସ୍କିପିଂ ଏକ ଉପଯୋଗୀ କସରତ ସାବ୍ୟସ୍ତ ହୋଇପାରିବ ।
ଏମିତି କଣ ବ୍ୟାୟାମ ସରଞ୍ଜାମ ରହିଛି ଯେ, ଯାହାକୁ ଆମେ ସହଜରେ ପାଇବା ସହ ବ୍ୟାଗ ଭଳି ଛୋଟ ଜାଗାରେ ବି ତାହାକୁ ରଖିପାରିବା ? ଆଉ ଯାହାକୁ ଆମେ ମାତ୍ର ୧୫ ରୁ ୨୦ ମିନିଟ୍ ବ୍ୟବହାର କରି କ୍ୟାଲୋରୀ ହଟାଇପାରିବା ? ଏହାର ଉତ୍ତର ହେବ ରୋପ୍ ବା ରସି ।
ସ୍କିପିଂ ରୋପ୍ ବା ଜମ୍ପିଂ ରୋପ୍ ଏକ ଭଲ ବ୍ୟାୟାମ । ଏହା ଆମର କାର୍ଡିଓଭସ୍କୁଲାର ବା ହୃଦୟଜନିତ ସ୍ବାସ୍ଥ୍ୟର ଉନ୍ନତି କରେ । ଯଦି ଆପଣ ଅତିରିକ୍ତ କ୍ୟାଲୋରୀ ବର୍ଣ୍ଣ ପାଇଁ ଚାହାଁନ୍ତି, ତାହା ହେଲେ ଦୌଡିବା ଅପେକ୍ଷା ରୋପ୍ ଜମ୍ପିଂ ବେଶ୍ କାମରେ ଆସିବ । ଜମ୍ପିଂ ରୋପ୍ର କିଛି ଉପକାରିତା ସମ୍ପର୍କରେ ଆସନ୍ତୁ ଜାଣିବା ।
୧. ରୋପ୍ ସ୍କିପିଂ ଦ୍ବାରା ଆପଣଙ୍କ ଜଙ୍ଘ ମାଂସପେଶୀ ବଳି ହୁଏ ।