ଓଡିଶା

odisha

By

Published : Apr 12, 2022, 7:38 PM IST

ETV Bharat / sukhibhava

ଗ୍ରାହକଙ୍କ କ୍ରୟ ନିଷ୍ପତ୍ତିକୁ ପ୍ରଭାବିତ କରେ ବିଭିନ୍ନ ଦୋକାନ, ଜାଣନ୍ତୁ କିପରି

ଆପଣ ଭାବୁଥିବେ ଯେତେବେଳେ କୌଣସି ଜିନିଷର ଆବଶ୍ୟକତା ପଡିଥାଏ, ସେତେବେଳେ ଆପଣ ଜିନିଷ କ୍ରୟ କରିଥାନ୍ତି । ହେଲେ ଏହା ଏକ ଭ୍ରମ ଧାରଣା । ଦୋକାନ ବା ଦୋକାନୀ ଯୋଗୁଁ ମଧ୍ୟ ଗ୍ରାହକଟିଏ ଜିନିଷପତ୍ର କ୍ରୟ କରିଥାଏ । ଅଧିକ ପଢନ୍ତୁ

ଗ୍ରାହକଙ୍କ କ୍ରୟ ନିଷ୍ପତ୍ତିକୁ ପ୍ରଭାବିତ କରେ ବିଭିନ୍ନ ଦୋକାନ, ଜାଣନ୍ତୁ କିପରି
ଗ୍ରାହକଙ୍କ କ୍ରୟ ନିଷ୍ପତ୍ତିକୁ ପ୍ରଭାବିତ କରେ ବିଭିନ୍ନ ଦୋକାନ, ଜାଣନ୍ତୁ କିପରି

ହାଇଦ୍ରାବାଦ: ଆପଣ ଭାବୁଥିବେ ଯେତେବେଳେ କୌଣସି ଜିନିଷର ଆବଶ୍ୟକତା ପଡିଥାଏ, ସେତେବେଳେ ଆପଣ ଜିନିଷ କ୍ରୟ କରିଥାନ୍ତି । ହେଲେ ଏହା ଏକ ଭ୍ରମ ଧାରଣା । ଜିନିଷ ଆବଶ୍ୟକତା ନଥିଲେ ମଧ୍ୟ ଆମେ ଦୋକାନ ଭିତରକୁ ଯାଇଥାଉ । ବାସ୍ତବରେ ଦୋକାନୀ ନିକଟରେ ରହିଥାଏ ସାଇକୋଲୋଜିକାଲ ବା ମନୋବିଜ୍ଞାନ ପାୱାର । ଏହା ଆମେ ମନୋବିଜ୍ଞାନକୁ ପ୍ରଭାବିତ କରିବାର କ୍ଷମତା ରଖିଥାଏ ।

ଆପଣ ଅନେକ ସମୟରେ ଲକ୍ଷ୍ୟ ରଖିଥିବେ ବଡ଼ ବଡ଼ ସପିଂ ମଲ୍‌ରେ ସମୟ ବ୍ୟବଧାନରେ ଜିନିଷପତ୍ରର ସ୍ଥାନକୁ ପରିବର୍ତ୍ତନ କରାଯାଏ । ତେବେ ଏହା ମଧ୍ୟ ଗ୍ରାହକଙ୍କ ମନୋବିଜ୍ଞାନ ଅନୁଯାୟୀ କରାଯାଇଥାଏ । ମଣିଷକୁ ପରିବର୍ତ୍ତନ ଭଲ ଲାଗିଥାଏ । ଏଥିଲାଗି ଦୋକାନକୁ ଏକ ଅଲଗା ଲୁକ୍‌ ଦେବା ସହ ଗ୍ରାହକଙ୍କ ପାଇଁ ଜିନିଷପତ୍ରର ସ୍ଥାନକୁ ପରିବର୍ତ୍ତନ କରାଯାଏ । ଜିନିଷ ପ୍ରତି ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ରିହାତି କିମ୍ବା ବାଏ ୱାନ ଗେଟ୍‌ ୱାନ ଭଳି ଅଫର ଦିଆଯାଏ ।

ସମ୍ପ୍ରତି ଅନଲାଇନ ସପିଂର ଚାହିଦା ବଢିଛି । ଘରେ ବସି ଲୋକମାନେ ନିଜ ସ୍ମାର୍ଟଫୋନ ଜରିଆରେ ଜିନିଷ ଅର୍ଡର କରୁଛନ୍ତି । ଅର୍ଡର କରିବା ପରେ ଜିନିଷ ପହଞ୍ଚିବାର ଅପେକ୍ଷା ମନ ଭିତରେ ଏକ କୌତୁହଳତା ଭରିବା ସହିତ ମନକୁ ଉତ୍ସାହିତ କରିଥାଏ । ଏହି ଅନୁଭବ ଯୋଗୁଁ ଅନଲାଇନ ସପିଂକୁ ମଧ୍ୟ ଗ୍ରାହକ ପସନ୍ଦ କରନ୍ତି । ଏହାର ଏକ ନକରାତ୍ମକ ପ୍ରଭାବ ମଧ୍ୟ ରହିଛି । ଏହି ଉତ୍ସାହିତ ମନୋଭାବ ଯୋଗୁଁ ଜଣେ ଗୋଟିଏ ପରେ ଗୋଟିଏ ଜିନିଷ ଲଗାତାର ଭାବେ କ୍ରୟ କରୁଥିବାର ଦେଖିବାକୁ ମିଳେ ।

ଗ୍ରାହକଙ୍କୁ ଅଫର ଦେଇ ଦୋକାନୀ ଲାଭବାନ ନିଶ୍ଚିତ ହୋଇଥାଏ । ହେଲେ ଏହା ଗ୍ରାହକଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଏ । ଗ୍ରାହକଙ୍କ ଜିନିଷ କ୍ରୟ କରିବାର ଇଚ୍ଛାଶକ୍ତି ସଙ୍ଗେ ସଙ୍ଗେ ବୃଦ୍ଧି ହୋଇଯିବା ପରବର୍ତ୍ତୀ ସମୟରେ ବିଷାଦଗ୍ରସ୍ତ ହେବାର କାରଣ ପାଲଟିଥାଏ । କାରଣ ଏହି ଇଚ୍ଛାଶକ୍ତି ବୃଦ୍ଧି ଯୋଗୁଁ ପୂର୍ବାପେକ୍ଷା ଅଧିକ ଜିନିଷପତ୍ର କ୍ରୟ କରିଥାଏ ଗ୍ରାହକ ।

ABOUT THE AUTHOR

...view details