ହାଇଦ୍ରାବାଦ: ମଳ-ମୂତ୍ର ତ୍ୟାଗ ଶରୀରର ଏକ ପ୍ରାକୃତିକ ପ୍ରକ୍ରିୟା । ଏହି ପ୍ରାକୃତିକ ପ୍ରକ୍ରିୟା ସଠିକ୍ ଭାବରେ ନିୟମିତ ହେଲେ ଜଣେ ବ୍ୟକ୍ତି ସୁସ୍ଥ ଅଛନ୍ତି ବୋଲି ଅନୁମାନ କରାଯାଏ । ଶୌଚ ହେବା ଦ୍ବାରା ସମଗ୍ର ଶରୀର ସଠିକ୍ ଭାବରେ ଡିଟକ୍ସାଇଡ୍ ହୋଇଛି ବୋଲି କୁହାଯାଏ । ଯଦି ଶରୀରରେ କୌଣସି ପ୍ରକାରର ବ୍ୟାଘାତ ହୁଏ, ତେବେ ଏହା ଶୌଚ ପ୍ରକ୍ରିୟାକୁ ସିଧାସଳଖ ପ୍ରଭାବିତ କରିଥାଏ । ଉପଯୁକ୍ତ ଶୌଚ ନହେବା ମଧ୍ୟ ଅନେକ ରୋଗର ସଙ୍କେତ ହୋଇପାରେ । ଏଥି ସହିତ, ଗୋଟିଏ ଦିନରେ ବାରମ୍ବାର ମୂତ୍ର ତ୍ୟାଗ ହେବା ମଧ୍ୟ ରୋଗର କାରଣ । ତେବେ ଏହା କେଉଁ ରୋଗର କାରଣ, ଜାଣନ୍ତୁ...
ଏହା ମଧ୍ୟ ପଢନ୍ତୁ:-ଆମେରିକାର ୟଙ୍ଗ୍ ୟୁରୋଲୋଜିଷ୍ଟ ଅଫ୍ ଦି ଇଅର୍ ଆୱାର୍ଡ ପାଇଲେ ଭାରତୀୟ ବଂଶୋଦ୍ଭବ
ଜଣେ ସାଧାରଣ ବ୍ୟକ୍ତି ଦିନରେ 7 ଥର ମୂତ୍ର ତ୍ୟାଗ କରନ୍ତି । ଏହାର ଅର୍ଥ ଜଣେ ସୁସ୍ଥ ବ୍ୟକ୍ତି 24 ଘଣ୍ଟାରେ 6-7 ଥର ମୂତ୍ର ତ୍ୟାଗ କରିବା ଉଚିତ୍ । ଯଦି ଅଧିକ ପାଣି ପିଅନ୍ତି ତେବେ ଏହା ସମଗ୍ର ଦିନରେ 5-10 ମଧ୍ୟରେ ହୋଇପାରେ । କେତେକ ପରିସ୍ଥିତିରେ, କେତେ ତେଲ ଖାଉଛନ୍ତି ତାହା ଉପରେ ଉପରେ ମଧ୍ୟ ଶୌଚ ପ୍ରକ୍ରିୟା ନିର୍ଭର କରେ । ହେଲେ ଯଦି ବାରମ୍ବାର ପରିସ୍ରା ଲାଗେ, ତେବେ ଏହାର ରୋଗର ସଙ୍କେତ ହୋଇପାରେ ।