ଓଡିଶା

odisha

ETV Bharat / sukhibhava

Muskmelon: ଶରୀରକୁ ସୁସ୍ଥ ଓ ହାଇଡ୍ରେଟ ରଖେ ଖରଭୁଜ - ଖରଭୁଜ ଶରୀର ପାଇଁ ଉପଯୋଗୀ

ତରଭୂଜ ସମ୍ପର୍କରେ ସାଧାରଣତଃ ସମସ୍ତେ ଜାଣିଥାନ୍ତି । ମାତ୍ର ତରଭୂଜ ଭଳି ଖରଭୁଜ ମଧ୍ୟ ଏକ ଫଳ ରହିଛି । ଯାହାକି ସ୍ବାଦଯୁକ୍ତ ହେବା ସହିତ ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ବେଶ ଉପକାରୀ ହୋଇଥାଏ । ଏଥିରେ ଥିବା ପୋଷଣ ଓ ଔଷଧୀୟ ଗୁଣ ଶରୀରକୁ ହାଇଡ୍ରେଟ ରଖିବା ସହ ଅନେକ ସମସ୍ୟାରୁ ମୁକ୍ତି ଦେଇଥାଏ । ଅଧିକ ପଢନ୍ତୁ

Muskmelon: ଶରୀରକୁ ସୁସ୍ଥ ଓ ହାଇଡ୍ରେଟ ରଖେ ଖରଭୁଜ
Muskmelon: ଶରୀରକୁ ସୁସ୍ଥ ଓ ହାଇଡ୍ରେଟ ରଖେ ଖରଭୁଜ

By

Published : Mar 15, 2022, 1:38 PM IST

ହାଇଦ୍ରାବାଦ: ଶୀତ ପରେ ଏବେ ଗ୍ରୀଷ୍ମ ଋତୁରେ ଆଗମନ ହୋଇଛି । ଆରମ୍ଭରୁ ହିଁ ରାଜ୍ୟରେ ପ୍ରବଳ ଖରା ହେଉଥିବା ନଜର ଆସୁଛି । ଗ୍ରୀଷ୍ମ ଋତୁ ଆରମ୍ଭ ହେବା ପରେ ତରଭୂଜ, ଖରଭୁଜ ଭଳି ଫଳର ଚାହିଦା ବଢିଥାଏ । ଏଥିରେ ପାଣି ଓ ପୋଷଣର ମାତ୍ରା ଅଧିକ ଥିବାରୁ ଖରାରୁ ରକ୍ଷା ପାଇବା ପାଇଁ ଲୋକମାନେ ଏହାକୁ ବ୍ୟବହାର କରିଥାନ୍ତି । ଏଥିଲାଗି ଚିକିତ୍ସକଙ୍କଠୁ ଆରମ୍ଭ କରି ବୁଦ୍ଧିଜୀବୀ ଏହାକୁ ସେବନ କରିବା ପାଇଁ କହିଥାନ୍ତି ।

ପୁଷ୍ଟିକର ବିଶେଷଜ୍ଞ ଡ଼ାକ୍ତର ଶର୍ମା କହିଛନ୍ତି ଯେ ଆମ ଖାଦ୍ୟରେ ମୌସୁମୀ ପନିପରିବା ଏବଂ ଫଳକୁ ଆମେ ସର୍ବଦା ପ୍ରାଥମିକତା ଦେବା ଉଚିତ । କାରଣ ସେଗୁଡ଼ିକ ଆବଶ୍ୟକୀୟ ପୋଷଣ ଏବଂ ସ୍ବତନ୍ତ୍ର ଗୁଣ ଧାରଣ କରିଥାଏ । ଗ୍ରୀଷ୍ମ ଋତୁରେ ଆରାମ ଦେବା ପାଇଁ ଖରଭୁଜରେ ମଧ୍ୟ ସମସ୍ତ ଆବଶ୍ୟକୀୟ ଉପାଦାନ ଅଛି । ଯାହା କେବଳ ଏହି ଋତୁରେ ଶରୀରକୁ ଥଣ୍ଡା ଏବଂ ହାଇଡ୍ରେଟ୍ ରଖେ ନାହିଁ, ବରଂ ଅନ୍ୟାନ୍ୟ ସମସ୍ୟାରେ ମଧ୍ୟ ଆରାମ ଦେଇଥାଏ । ଏହି ଫଳରେ ପ୍ରାୟ ୯୦ ପ୍ରତିଶତ ପାଣି ସହିତ ଭିଟାମିନ ଓ ମିନେରାଲ୍ସ ରହିଥାଏ । ଏଥିଲାଗି ଗ୍ରୀଷ୍ମ ଋତୁରେ ଏହାକୁ ଆଦର୍ଶ ଫଳ ଭାବେ ବିବେଚନା କରାଯାଏ ।

  • ଖରଭୁଜର ପୋଷକ ତତ୍ତ୍ବ

ଖରଭୁଜରେ ମିଳୁଥିବା ପୁଷ୍ଟିକର ଖାଦ୍ୟ ବିଷୟରେ କହିବାକୁ ଗଲେ ଏଥିରେ କ୍ୟାଲୋରୀ, ଫାଇବର, ପ୍ରୋଟିନ, ଫ୍ୟାଟ, ଭିଟାମିନ ସି, ଭିଟାମିନ ବି 6, ଭିଟାମିନ କେ, ଭିଟାମିନ ଏ, ପୋଟାସିୟମ, ମ୍ୟାଗ୍ନେସିୟମ, ଆଣ୍ଟିଅକ୍ସିଡାଣ୍ଟ ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଆଡେନୋସାଇନ୍ ପରି ଅନେକ ଔଷଧୀୟ ଗୁଣ ମଧ୍ୟ ଖରଭୁଜରୁ ମିଳିଥାଏ ।

  • ଖରଭୁଜର ଉପଯୋଗିତା
  1. ଖରଭୁଜରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ମିଳିଥାଏ । ଯାହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିରେ ସାହାଯ୍ୟ କରିଥାଏ । ଏହି କାରଣରୁ ସଂକ୍ରମଣ ଏବଂ ଋତୁକାଳୀନ ରୋଗ ହେବାର ଆଶଙ୍କା କମ ରହିଥାଏ ।
  2. ଏଥିରେ ମିଳୁଥିବା ପୋଟାସିୟମ୍ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ ଏବଂ ଉଚ୍ଚ ରକ୍ତଚାପକୁ ମଧ୍ୟ ରୋକିଥାଏ ।
  3. କ୍ୟାଣ୍ଟାଲୁପ(ଖରଭୁଜ)ରେ ଆଡେନୋସାଇନ୍ ନାମକ ଏକ ଆଣ୍ଟିକୋଗୁଲାଣ୍ଟ ମଧ୍ୟ ରହିଥାଏ, ଯାହା ରକ୍ତକୁ ଜମାଟ ବାନ୍ଧିବାରେ ମଧ୍ୟ ରୋକିଥାଏ ।
  4. ଖରଭୁଜରେ ମିଳୁଥିବା ଆଣ୍ଟିଅକ୍ସିଡାଣ୍ଟ ବିଟା କାରୋଟିନ୍ ଏବଂ ଭିଟାମିନ୍ ଏ ଆଖି, ଚର୍ମ ଏବଂ କେଶର ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ।
  5. ଖରଭୁଜ ଖାଇବା ଦ୍ବାରା କେବଳ ଯେ ଆଭ୍ୟନ୍ତରୀଣ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ତାହା ନୁହେଁ ଏହା ଚର୍ମ ପାଇଁ ମଧ୍ୟ ବହୁତ ଲାଭଦାୟକ । ଏହା ପାଣିରେ ଭରପୂର ଥିବାରୁ ଏହା ଚର୍ମକୁ ଶୁଷ୍କତାରୁ ରକ୍ଷା କରିଥାଏ ଏବଂ ବୟସର ପ୍ରଭାବକୁ ମଧ୍ୟ ହ୍ରାସ କରିଥାଏ ।
  6. ଖରଭୁଜର ଚୋପାକୁ ସ୍କ୍ରବ କିମ୍ବା ପ୍ୟାକ ବନାଇ ତ୍ବଚା ଉପରେ ଲଗାଇ ପାରିବେ । ଏହା ତ୍ବଚାରେ ଉଜ୍ଜ୍ବଳତା ଆଣିଥାଏ ।
  7. ଏଥିରେ ଥିବା ଫାଇବର ହଜମ ପ୍ରକ୍ରିୟାରେ ସହାୟକ ହେବା ସହିତ ପେଟ ସମସ୍ୟାରୁ ରକ୍ଷା କରିଥାଏ ।
  8. ଖରଭୁଜରେ ଥିବା ଫୋଲିସ ଏସିଡ଼ ଗର୍ଭବତୀ ମହିଳାଙ୍କ ପାଇଁ ଲାଭଦାୟକ । ଏହା ଶିଶୁର ମସ୍ତିଷ୍କ ଓ ହାଡ଼ର ବିକାଶରେ ସହାୟକ ହୋଇଥାଏ ।
  • ଖରଭୁଜର ଅପକାରିତା

ଡ. ଦିବ୍ୟାଙ୍କ କହିବାନୁସାରେ ଅତ୍ୟଧିକ ମାତ୍ରାରେ ପୁଷ୍ଟିକର ଖାଦ୍ୟ ଶରୀରକୁ କ୍ଷତି ପହଞ୍ଚାଇପାରେ । ଯଦି ଖରଭୁଜ ଅତ୍ୟଧିକ ସେବନ କରାଯାଏ ତେବେ ଶରୀରରେ ଫାଇବରର ପରିମାଣ ଆବଶ୍ୟକତାଠାରୁ ଅଧିକ ହୋଇଥାଏ । ଯେଉଁ କାରଣରୁ ପେଟରେ ଗ୍ୟାସ୍ ଏବଂ ଫୁଲିବା ଭଳି ସମସ୍ୟା ଦେଖାଦେଇଥାଏ । ଅନ୍ୟାନ୍ୟ ପ୍ରକାରର ସମସ୍ୟାର ମଧ୍ୟ ସାମ୍ନା କରିବାକୁ ପଡିପାରେ । ଏହି ଫଳ ଖାଇବା ଦ୍ବାରା କିଛି ଲୋକଙ୍କ ଆଲର୍ଜି ଭଳି ସମସ୍ୟା ଦେଖାଦେଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details