ହାଇଦ୍ରାବାଦ: ସଂକ୍ରମଣକୁ ରୋକିବା ଏବଂ କୋରୋନା ମହାମାରୀ ସମୟରେ ହାତକୁ ଜୀବାଣୁମୁକ୍ତ ରଖିବା ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଏବଂ ଡାକ୍ତରମାନେ ସାବୁନ୍ ଏବଂ ପାଣିରେ ହାତ ଧୋଇବାକୁ ବାରଣ କରିଥିଲେ । ଏହାବ୍ୟତୀତ ଆଲକହଲଯୁକ୍ତ ସାନିଟାଇଜରରେ ହାତ ସଫା କରିବାକୁ ପରାମର୍ଶ ଦେଇଥିଲେ । ସଂକ୍ରମଣକୁ ରୋକିବାରେ ମଧ୍ୟ ଏହା ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି । ବାରମ୍ବାର ଏବଂ ସବୁ ସ୍ଥାନରେ ସାବୁନ ସହିତ ହାତ ଧୋଇବା ସମ୍ଭବ ନୁହେଁ, ଏଣୁ ସମ୍ପ୍ରତି ଲୋକେ ହ୍ୟାଣ୍ଡ ସାନିଟାଇଜର ବ୍ୟବହାରକୁ ଅଧିକ ପ୍ରାଧାନ୍ୟ ଦେଇଥିଲେ । ହେଲେ ଆପଣ ଜାଣନ୍ତି କି ଏହି ସାନିଟାଇଜର ପରିବେଶ ଓ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ ।
ଏବେ କୋରୋନା ମହାମାରୀର ପ୍ରକୋପ ହ୍ରାସ ପାଇଛି, ତଥାପି ସାନିଟାଇଜରର ବ୍ୟବହାର ବହୁ ସଂଖ୍ୟାରେ ଲୋକଙ୍କ ଅଭ୍ୟାସରେ ପରିଣତ ହୋଇଛି । ଅଧିକାଂଶ ଲୋକ ସାବୁନରେ ହାତ ଧୋଇବା ପରିବର୍ତ୍ତେ ସାନିଟାଇଜରର ବ୍ୟବହାରକୁ ପସନ୍ଦ କରୁଛନ୍ତି । ହେଲେ ସାନିଟାଇଜରର ଅତ୍ୟଧିକ ବ୍ୟବହାର ଅନେକ ପାର୍ଶ୍ବ ପ୍ରତିକ୍ରିୟା ମଧ୍ୟ ରହିଛି । ନିକଟରେ ହୋଇଥିବା ଏକ ଅଧ୍ୟୟନରେ ଏହା ସାମ୍ନାକୁ ଆସିଛି ଯେ ସାନିଟାଇଜରର ଅତ୍ୟଧିକ ବ୍ୟବହାର ସ୍ବାସ୍ଥ୍ୟ ସହିତ ବିଭିନ୍ନ ପ୍ରକାରେ ପରିବେଶକୁ କ୍ଷତି ପହଞ୍ଚାଇପାରେ। ବିଶେଷ ଭାବରେ ଏହାର ଉତ୍ପାଦନ ଏବଂ ବ୍ୟବହାର ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ପରିମାଣକୁ ଦୁଇ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିପାରିବ ।
- ପରିବେଶ-ସ୍ବାସ୍ଥ୍ୟ ଉପରେ ରହିଛି ଖରାପ ପ୍ରଭାବ:-
ପରିବେଶ ବିଜ୍ଞାନ ଏବଂ ପ୍ରଦୂଷଣ ଅନୁସନ୍ଧାନ (Environmental Science and Pollution Research)ରେ ପ୍ରକାଶିତ ଅଧ୍ୟୟନରେ ଗବେଷକମାନେ ସାନିଟାଇଜରର ଉପଯୋଗିତା ତଥା ଏହାର ପ୍ରଭାବ ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ଦେଇଛନ୍ତି । ଏହି ଅନୁସନ୍ଧାନରେ ବୈଜ୍ଞାନିକମାନେ ୪ଟି ହାତ ଧୋଇବା ପ୍ରଣାଳୀ, ଇଥାନଲ-ଆଧାରିତ ସାନିଟାଇଜିଂ ଜେଲର ବ୍ୟବହାର, ଆଇସୋପ୍ରୋପାନୋଲ ଆଧାରିତ ସାନିଟାଇଜରର ବ୍ୟବହାର, ତରଳ ସାବୁନ ଏବଂ ଜଳର ବ୍ୟବହାର, ବାର ସାବୁନ ଓ ଜଳର ବ୍ୟବହାର ଉପରେ ୧ ବର୍ଷ ଧରି ଗବେଷଣା କରିଥିଲେ । ବ୍ରିଟେନର ଜନସଂଖ୍ୟା ଉପରେ ଏହାର ପ୍ରଭାବର ଏକ ମଡେଲ୍ ପ୍ରସ୍ତୁତ କରାଯାଇଥିଲା । ଅନୁସନ୍ଧାନ ସମୟରେ ଏହି ମଡେଲରେ 16ଟି ବିଭିନ୍ନ ବର୍ଗରେ ଏକ ତୁଳନାତ୍ମକ ଅଧ୍ୟୟନ କରାଯାଇଥିଲା । ଯେଉଁଥିରେ ଜଳବାୟୁ ପରିବର୍ତ୍ତନ, ମଧୁର ଜଳ ଉତ୍ସରେ ପ୍ରଦୂଷଣ, ଓଜୋନ ସ୍ତରର କ୍ଷତି ଏବଂ ଜଳ ବ୍ୟବହାର ଆଦି ଅନ୍ତର୍ଭୁକ୍ତ ।
- ଗବେଷଣାର ନିଷ୍କର୍ସ:-