ହାଇଦ୍ରାବାଦ: ପୁଣି କାୟା ମେଲାଉଛି କୋରୋନା । ଦିନକୁ 10 ହଜାରରୁ ଅଧିକ ରୋଗୀ ଚିହ୍ନଟ ହେଉଛନ୍ତି । କୋଭିଡ ଭାଇରସ୍ ଫୁସ୍ଫୁସ୍କୁ ଅଧିକ ପ୍ରଭାବିତ କରିଥାଏ । ଏହି କାରଣରୁ, ଜଣେ ବ୍ୟକ୍ତିଙ୍କ ଫୁସ୍ଫୁସ୍ର ଦକ୍ଷତା ବହୁତ କମିଯାଏ । ଫୁସ୍ଫୁସ୍ କାର୍ଯ୍ୟ ଦୁର୍ବଳ ହେଲେ ନିଶ୍ବାସ ପ୍ରଶ୍ବାସ ନେବାରେ ବାଧା ଉପୁଜେ । କେବଳ କୋଭିଡ କାହିଁକି, ଅନେକ ପ୍ରକାର ସଂକ୍ରାମକ ରୋଗ ଫୁସ୍ଫୁସ୍କୁ ପ୍ରଭାବିତ କରିଥାଏ । ତେଣୁ ଫୁସ୍ଫୁସ୍ ସ୍ବାସ୍ଥ୍ୟକୁ କିପରି ସୁସ୍ଥ ରଖିବେ, ଜାଣନ୍ତୁ
ଗଭୀର ନିଶ୍ବାସ ନିଅନ୍ତୁ
ଫୁସ୍ଫୁସ୍କୁ ସୁସ୍ଥ ରଖିବା ପାଇଁ ଗଭୀର ନିଶ୍ୱାସ ନେବା ହେଉଛି ସର୍ବୋତ୍ତମ ବ୍ୟାୟାମ । 1 ରୁ 10 ଗଣନା କରି ଧୀରେ ଧୀରେ ନିଶ୍ୱାସ ନିଅନ୍ତୁ ଏବଂ ଛାଡନ୍ତୁ । ପ୍ରତିଦିନ 15 ମିନିଟରୁ 30 ମିନିଟ୍ ପର୍ଯ୍ୟନ୍ତ ଏହି ବ୍ୟାୟାମ କରିବା ଫଳରେ ଫୁସ୍ଫୁସ୍ ସ୍ବାସ୍ଥ୍ୟରେ ଉନ୍ନତି ଆସିଥାଏ ।
କପାଳଭାତୀ
ଫୁସ୍ଫୁସ୍ ପାଇଁ ଅନୁଲୋମ ବିଲୋମ ଏବଂ କପାଳଭାତୀ ଉପଯୁକ୍ତ ବ୍ୟାୟାମ ଭାବରେ ବିବେଚନା କରାଯାଏ । ଅନୁଲୋମ ବିଲୋମ ପ୍ରାୟ ଏକ ଗଭୀର ନିଶ୍ୱାସ ଭଳି ବ୍ୟାୟାମ । ସେଥିପାଇଁ ଯୋଗ ଗୁରୁଙ୍କ ତତ୍ତ୍ବାବଧାନରେ ଏହା କରନ୍ତୁ । କପାଳଭାତୀରେ ମଧ୍ୟ ଦୀର୍ଘ ନିଶ୍ବାସ ନେବା ଭଳି ବ୍ୟାୟାମ । ଏହା ଫୁସ୍ଫୁସ୍ ସ୍ବାସ୍ଥ୍ୟରେ ଉନ୍ନତି ଆଣେ ।
ସକାଳେ ଦ୍ରୁତ ଗତିରେ ଚାଲନ୍ତୁ