ଓଡିଶା

odisha

ETV Bharat / sukhibhava

କାହିଁକି କିଛି କଥା ମନେ ରହିବାବେଳେ ଆଉ କିଛି ଭୁଲିଯାଉ ? ଖୁଲାସା କଲେ ବୈଜ୍ଞାନିକ

ଆମ ଦୈନନ୍ଦିନ ଜୀବନରେ ଅନେକ ଘଟଣା ଘଟିଥାଏ । ହେଲେ କାହିଁକି ଆମେ ସେଥିରୁ କିଛି କଥା ମନେ ରଖୁଥିବାବେଳେ କିଛି କଥାକୁ ଭୁଲି ଯାଇଥାଉ । ଏହାର କାରଣ ଆପଣ ଜାଣନ୍ତି କି ? ବୈଜ୍ଞାନିକମାନେ ଏହା ଉପରେ ଅନୁସନ୍ଧାନ କରି ଏକ ଖୁଲାସା କରିଛନ୍ତି । ଅଧିକ ପଢନ୍ତୁ

କାହିଁକି କିଛି କଥା ମନେ ରହିବା ବେଳେ କିଛି ଭୁଲିଯାଉ ? ଖୁଲାସା କଲେ ବୈଜ୍ଞାନିକ
କାହିଁକି କିଛି କଥା ମନେ ରହିବା ବେଳେ କିଛି ଭୁଲିଯାଉ ? ଖୁଲାସା କଲେ ବୈଜ୍ଞାନିକ

By

Published : Apr 21, 2022, 3:47 PM IST

ହାଇଦ୍ରାବାଦ: ଆମ ଦୈନନ୍ଦିନ ଜୀବନରେ ଅନେକ କିଛି ଘଟଣା ଘଟେ । ସମୟର ଗତି ସହିତ ଆମେ ସେହି କଥାଗୁଡ଼ିକ ମଧ୍ୟରୁ କିଛି ମନେ ରଖୁ ଏବଂ କିଛି କଥା ଭୁଲିଯାଉ । ଆମର କିଛି ସ୍ମୃତି ମନେ ରଖିବା ଏବଂ କିଛି ଭୁଲିଯିବା ପଛରେ ଏକ ସ୍ବତନ୍ତ୍ର ମାନବ ମସ୍ତିଷ୍କ କୋଷ(Human Brain Cell) ବିଶେଷ ଭୂମିକା ଗ୍ରହଣ କରିଥାଏ । ସମ୍ପ୍ରତି ଏକ ଅନୁସନ୍ଧାନରେ ଜଣାପଡ଼ିଛି ଯେ ମାନବ ମସ୍ତିଷ୍କ କୋଷ କଥାଗୁଡ଼ିକୁ ମନେ ରଖିବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

ଆମେରିକାର ସିଡ଼ର-ସିନାଇ ମେଡିକାଲ୍ ସେଣ୍ଟରର ଅନୁସନ୍ଧାନକାରୀମାନେ ୨ ପ୍ରକାରର ମାନବ ମସ୍ତିଷ୍କ କୋଷ ଆବିଷ୍କାର କରିଛନ୍ତି । ଯାହା ଆମକୁ କଥାଗୁଡ଼ିକୁ ମନେ ରଖିବାରେ ସାହାଯ୍ୟ କରେ । ନେଚର ନ୍ୟୁରୋ ସାଇନ୍ସ ପତ୍ରିକାରେ ପ୍ରକାଶିତ ଏହି ଅନୁସନ୍ଧାନରେ, ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ମାନବ ମସ୍ତିଷ୍କ କୋଷଗୁଡ଼ିକ ଆମର ଅନୁଭୂତି ଏବଂ ସ୍ମୃତିକୁ ବିଭିନ୍ନ ଭାଗରେ ବିଭକ୍ତ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯାହାଫଳରେ ଭବିଷ୍ୟତରେ ସେମାନଙ୍କୁ ସ୍ମରଣ କରାଯାଇପାରିବ ।

ଯେତେବେଳେ ବି ଆମେ କିଛି ମନେ ରଖିବାକୁ ଚେଷ୍ଟା କରୁ, ଆମର ମସ୍ତିଷ୍କର କିଛି କୋଷ ଅଧିକ ଉତ୍ସାହିତ ଏବଂ ସକ୍ରିୟ ହୋଇଯାଏ । ଏହି କାର୍ଯ୍ୟଗୁଡ଼ିକ ମଧ୍ୟରୁ କେତେକ କମ୍ପ୍ୟୁଟର ପରି, ଯାହା ଆମ ମସ୍ତିଷ୍କରେ ସ୍ମୃତିଗୁଡ଼ିକୁ ସମାନ ଢଙ୍ଗରେ ରଖେ ଯେପରି ଫାଇଲଗୁଡ଼ିକ କମ୍ପ୍ୟୁଟରର ବିଭିନ୍ନ ଫୋଲ୍ଡରରେ ସେଭ୍ ହୁଏ । ଯେତେବେଳେ ମସ୍ତିଷ୍କରେ କୁହାଯାଇଥିବା କୋଷଗୁଡ଼ିକ ଉତ୍ତେଜିତ ହେବା ଆରମ୍ଭ କରନ୍ତି ସେତେବେଳେ ନା ଯେ କେବଳ ନୂତନ ଘଟଣାଗୁଡ଼ିକ ମନେ ପଡିଥାଏ, ବରଂ ଅତୀତରେ ଘଟିଥିବା କିଛି ସମାନ ଘଟଣା ମଧ୍ୟ ସେହି ସମୟରେ ମନେ ପଡିଥାଏ ।

ଗବେଷଣାର ଫଳାଫଳ

ଗବେଷକ ଉଲି ରୁତିଶୌଶର କହିଛନ୍ତି ଯେ ଅନୁସନ୍ଧାନରେ ଅଂଶଗ୍ରହଣକାରୀଙ୍କ ମସ୍ତିଷ୍କରେ ଇଲେକ୍ଟ୍ରୋଡ୍ସ ସର୍ଜିକାଲ୍ ଇନଷ୍ଟଲ୍ କରାଯାଇଥିଲା । ଯାହା ସେମାନଙ୍କ ସ୍ମୃତିଶକ୍ତି ଚିହ୍ନଟ କରିବାରେ ସାହାଯ୍ୟ କରିଥାଏ । ଏହା ପରେ ଅଂଶଗ୍ରହଣକାରୀଙ୍କୁ ଚଳଚ୍ଚିତ୍ରର କିଛି ଦୃଶ୍ୟ ଦେଖାଯାଇଥିଲା ଏବଂ ଏହି ସମୟ ମଧ୍ୟରେ ସେମାନଙ୍କ ମସ୍ତିଷ୍କରେ ବିଭିନ୍ନ ନ୍ୟୁରନ୍ ବା ଶିରା ପ୍ରଶିରା ଗୁଡିକର କାର୍ଯ୍ୟକଳାପ ରେକର୍ଡ କରାଯାଇଥିଲା । ଏଥିରେ ସେମାନଙ୍କର ଜ୍ଞାନଗତ ସୀମା ତଥା ମସ୍ତିଷ୍କର ଚିନ୍ତା ଏବଂ ବୁଝିବାର ସୀମା ମଧ୍ୟ ବିସ୍ତୃତ ଭାବରେ ଅଧ୍ୟୟନ କରାଯାଇଥିଲା । ଫିଲ୍ମ ଦେଖିବା ପରେ ଅଂଶଗ୍ରହଣକାରୀଙ୍କ ମସ୍ତିଷ୍କରେ ଦୁଇଟି ଶିରାର ନିର୍ଦ୍ଦିଷ୍ଟ କାର୍ଯ୍ୟକଳାପ ଏବଂ ଅଧିକ ସକ୍ରିୟ ହୋଇପଡିବା ଦେଖିବାକୁ ମିଳିଥିଲା ।

ଏହାକୁ ଅନୁସନ୍ଧାନକାରୀମାନେ ସୀମା କୋଷ ଏବଂ ଇଭେଣ୍ଟ ସେଲ୍ ନାମରେ ନାମିତ କରିଥିଲେ । ଏହି ଦୁଇଟି କୋଷରୁ ଅଧିକ ସକ୍ରିୟ ହେବା ଅବସ୍ଥାରେ ସେମାନଙ୍କର ପ୍ରତିକ୍ରିୟା ମଧ୍ୟ ବିସ୍ତୃତ ଭାବରେ ଅଧ୍ୟୟନ କରାଯାଇଥିଲା । ଯେଉଁଥିରେ ଏହା ଦେଖାଗଲା ଯେ ଯେତେବେଳେ ଉଭୟ ସୀମା ଏବଂ ଇଭେଣ୍ଟ କୋଷଗୁଡ଼ିକର କାର୍ଯ୍ୟକଳାପ ଏକ ନିର୍ଦ୍ଦିଷ୍ଟ ଅବସ୍ଥାରେ ସେମାନଙ୍କର ଶିଖରରେ ଥାଏ, ସେତେବେଳେ ଉଭୟ ମସ୍ତିଷ୍କକୁ ସିଗନାଲ୍ ପଠାନ୍ତି । ତା’ପରେ ମସ୍ତିଷ୍କରେ ନୂତନ ସ୍ମୃତି ଗଠନ ଆରମ୍ଭ ହୁଏ । ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ସୀମା ସେଲର କାର୍ଯ୍ୟ ଆପଣଙ୍କ କମ୍ପ୍ୟୁଟରରେ ଏକ ନୂତନ ଫୋଲ୍ଡର ତିଆରି କରିବା ଏବଂ ଏଥିରେ ଥିବା ବିଷୟ ସହିତ ଜଡିତ ଫାଇଲକୁ ସଂରକ୍ଷଣ କରିବା ପରି ହୋଇଥାଏ ।

ABOUT THE AUTHOR

...view details