ମେଷ: ବନ୍ଧୁ ମାନଙ୍କ ସହିତ ମୌଜ ମଜଲିସ୍ରେ ଦିନଟି କଟିବ। ଆପଣ ନିଜର ବନ୍ଧୁମାନଙ୍କ ଠାରୁ ଆକସ୍ମିକ ଭାବେ ଉପହାର ପାଇ ଉଲ୍ଲସିତ ହେବେ। ପ୍ରତିଦାନରେ ଆପଣ ମଧ୍ୟ ସେମାନଙ୍କ ପାଇଁ ଯଥେଷ୍ଟ ଖର୍ଚ୍ଚ କରିପାରନ୍ତି। ନୂତନ ବନ୍ଧୁତା ସ୍ଥାପନ କରିପାରନ୍ତି ଯାହା ଆପଣଙ୍କୁ ଭବିଷ୍ୟତରେ ଉପକୃତ କରିପାରେ। ଆପଣ ନିଜ ସନ୍ତାନମାନଙ୍କ ଠାରୁ ବହୁ ସାହାଯ୍ୟ ପାଇବେ। କୌଣସି ଏକ ରମଣୀୟ ଦର୍ଶନୀୟ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି।
ବୃଷ: କର୍ମଚାରୀମାନଙ୍କ ପାଇଁ ଓ କାର୍ଯ୍ୟ ସମ୍ପର୍କିତ ସବୁ ବିଷୟ ପାଇଁ ଆଜି ଦିନଟି ଶୁଭଙ୍କର ଅଟେ। ନୂଆ ଦୁଃସାହାସିକ କାର୍ଯ୍ୟକୁ ସୂଚାରୁ ରୂପେ ସମ୍ପୂର୍ଣ୍ଣ କରିପାରନ୍ତି। ସହକର୍ମୀମାନେ ତଥା ଉପରିସ୍ଥ ହାକିମଙ୍କ ସହଯୋଗ ମିଳିପାରେ। ପଦୋନ୍ନତି ହେବାର ଉଜ୍ଜଳ ସମ୍ଭାବନା ଅଛି। ବ୍ୟବସାୟ ଓ ବୃତ୍ତିରେ ସମୃଦ୍ଧିଲାଭ କରିବାର ସୂଚନା ମିଳେ। ଆଜି ବାକି ପଡିଥିବା ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସଫଳତାର ସହ ସମ୍ପୂର୍ଣ୍ଣ କରିବେ। ଗ୍ରାହସ୍ଥ୍ୟ ଜୀବନ ସୁଖମୟ ହେବ। ସରକାରୀ କାର୍ଯ୍ୟରେ ସଫଳତା ମିଳିପାରେ।
ମିଥୁନ: ନୂତନ କାର୍ଯ୍ୟ ଶୁଭାରମ୍ଭ କରିବା ପାଇଁ ଯୋଜନା କରନ୍ତୁ ନାହିଁ। କୌଣସି କାମ କରିବା ପାଇଁ ଉତ୍ସାହିତ ହେବେ ନାହିଁ। ପାକସ୍ଥଳିରେ ଯନ୍ତ୍ରଣା ଏବଂ ଆଉ କିଛି ସାମାନ୍ୟ ରୋଗ ଆପଣଙ୍କ ମାନସିକ ଯନ୍ତ୍ରଣାକୁ ବଢାଇ ଦେଇପାରେ। କାର୍ଯ୍ୟସ୍ଥଳ ଏବଂ ବ୍ୟବସାୟରେ କିଛି ପ୍ରତିପକ୍ଷ ବାଧା ସୃଷ୍ଟି କରିପାରନ୍ତି। ଏଥିପାଇଁ ଆପଣଙ୍କର ସହକର୍ମୀ ଏବଂ ଉପରିସ୍ଥ କର୍ମଚାରୀମାନେ ନୈରାଶ୍ୟ ହୋଇପାରନ୍ତି। ଆପଣଙ୍କର ପୁଞ୍ଜିରୁ କିଛି ଧନ ବାଜେ ଖର୍ଚ୍ଚରେ ଲାଗିପାରେ।
କର୍କଟ: ଆଜି ସତର୍କତାର ସହ ଚାଲିବା ପାଇଁ ପରାମର୍ଶ ଦିଆଯାଉଛି। ସମୟକୁ ସମ୍ମାନ ଦେଇ ଶାନ୍ତ ରୁହନ୍ତୁ। ଯଦି ଏହା ନ କରନ୍ତି ତେବେ ଘରେ ପରିସ୍ଥିତି ଅସମ୍ଭାଳ ହେବ। ଆଜି ଅସାମାଜିକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ସାଙ୍ଗ ସହ ମନୋମାଳିନ୍ୟ ହୋଇପାରେ।
ସିଂହ: ଏହି ରାଶିମାନଙ୍କ ପାଇଁ ଆଜି ଏକ ମଧ୍ୟମ ଧରଣର ଦିନ ଅଟେ। ପତ୍ନିଙ୍କର ଦେହ ଭଲ ରହିବ ନାହିଁ। ତୁମର ବାଣିଜ୍ୟ ବନ୍ଧୁଙ୍କ ପ୍ରତି ସତର୍କ ରୁହନ୍ତୁ। ତାଙ୍କର ବ୍ୟବହାର ଓ ଚାଲିଚଳନ ପାଇଁ କ୍ଷୁବ୍ଧ ହେବେ ଏବଂ ମନମାଳିନ୍ୟ ହୋଇପାରେ। ଏହାସହ ଅକାରଣରେ ପାଟିତୁଣ୍ଡ ଠାରୁ ଦୂରେଇ ରୁହନ୍ତୁ। ଆଜି ବିଭିନ୍ନ ଧରଣର ଲୋକଙ୍କ ସହ ମିଶିବେ। ଏହାର ସୁଯୋଗ ଉଠାଇ ଆନନ୍ଦିତ ହେବେ।
କନ୍ୟା: ଆଜି ସାମାଜିକ, ବନ୍ଧୁ ମିଳନ ଓ ଅର୍ଥ ସମାଗମନରେ ସମୟ ଅତିବାହିତ କରିବେ। ଆଜି ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଯେଉଁମାନେ ଶାରୀରିକ ପୀଡା ଭୋଗୁଛନ୍ତି, ଏପରି ଦିନରେ ଅନେକ ସୁସ୍ଥ ଅନୁଭବ କରିବେ। ଆଜି ଯାହା କାର୍ଯ୍ୟ କରିବେ ସେଥିରେ ସଫଳତା ପାଇବେ।