ଓଡିଶା

odisha

ETV Bharat / sukhibhava

ଆଜି ଲଟେରୀ ଜିତିପାରନ୍ତି ଏହି ରାଶିର ବ୍ୟକ୍ତି, ହେବେ ଲକ୍ଷପତି !

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

horoscope
horoscope

By ETV Bharat Odisha Team

Published : Nov 19, 2023, 12:00 AM IST

ମେଷ: ତୁମର ପରିବାର ଏବଂ ସେମାନଙ୍କର ପରିସ୍ଥିତିର ସୁଧାର ଆଣିବା ପାଇଁ ଚେଷ୍ଟା କରନ୍ତୁ। ଘର ସାଜସଜ୍ଜା କାମରେ ସମୟ ଅତିବାହିତ କରିବେ। ଆଜି ଆନନ୍ଦ ଓ ଶାନ୍ତି ଅନୁଭବ କରିବ । ଆଜି କିଛି କରିବା ପାଇଁ ଜିଜ୍ଞାସା ବଢିବ ।

ବୃଷ: ଏହି ଦିନଟି ଆପଣଙ୍କୁ ମିଶ୍ରିତ ଫଳାଫଳ ଦେବ । ବ୍ୟବସାୟୀମାନେ ନିଜ ନିଜ ପ୍ରକଳ୍ପରେ ଫଣ୍ଡ୍‌ ନିବେଶ କରି ନୂଆ କାମ ହାତକୁ ନେଇପାରନ୍ତି । ମୋଟ ଉପରେ ସେମାନେ ଭବିଷ୍ୟତ ପାଇଁ ଯୋଜନା କରିପାରନ୍ତି । ବିଦେଶ ଯାତ୍ରା କରିପାରନ୍ତି । ଗୋଟିଏ ତୀର୍ଥସ୍ଥାନ ଦର୍ଶନ ଆପଣଙ୍କ ଧାର୍ମିକତାକୁ ସାମର୍ଥ୍ୟ ଯୋଗାଇଦେବ ।

ମିଥୁନ: କିଛି ଆଶ୍ଚର୍ଯ୍ୟ ଏବଂ ବିଷାଦପୂର୍ଣ୍ଣ ଘଟିପାରେ । ମିଥୁନ ରାଶିର ବ୍ୟକ୍ତିମାନେ ସତର୍କ ହୁଅନ୍ତୁ । ଶାରୀରିକ ଏବଂ ମାନସିକ ଭାବରେ ଅସୁସ୍ଥ ଅନୁଭବ କରିପାରନ୍ତି। ଆଜି କୌଣସି କଥାକୁ ନେଇ ଚିନ୍ତା କରନ୍ତୁ ନାହିଁ ।

କର୍କଟ: ଆପଣ ଆଜି ଦିନଟିରେ ଆପଣଙ୍କ ପରିବାର ଏବଂ ସାଙ୍ଗ ସାଥି ସହିତ ମଜା ମଜଲିସ୍‌ କରିପାରନ୍ତି । ଆର୍ଥିକ ଲାଭ ହୋଇପାରେ। ବ୍ୟବସାୟୀ ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ପ୍ରତିଜ୍ଞାର ଦିବସ ହେବ । ଆପଣଙ୍କ ବ୍ୟବସାୟ ପାର୍ଟ୍‌ନର୍‌ଠାରୁ ଆପଣ ଲାଭବାନ ହେବେ । ଆପଣ ପ୍ରିୟଜନଙ୍କ ସଙ୍ଗରେ ଭ୍ରମଣ ଆପଣଙ୍କ ମନରେ ବହୁତ ଦିନ ପର୍ଯ୍ୟନ୍ତ ଛାପି ରହିବ ।

ସିଂହ: ଆଜି ଦିନ ଶୁଭ ହେବ ନାହିଁ। ଆପଣ ଅସଂଖ୍ୟ ଚିନ୍ତା, ବ୍ୟସ୍ତତା, ଏବଂ ଦାରିଦ୍ର୍ୟ ଆପଣଙ୍କୁ ଘାରି ପକାଇପାରେ । ଛାତିକୁ ଦମ୍ଭ କରନ୍ତୁ । ଆଜିର ଦିନଟି ଅଫିସ୍‌ରେ ଆପଣଙ୍କ ପାଇଁ ଖୁସିରେ ଯିବ ନାହିଁ ସେଥିପାଇଁ ଆପଣ ଆପଣଙ୍କର ପ୍ରତିଦିନର ବ୍ୟସ୍ତ କାମକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇପାରିବା କଠିନ ହେବ ।

କନ୍ୟା: କୌଣସି ପ୍ରକାର ଆଲୋଚନାରେ ଅଂଶଗ୍ରହଣ କରନ୍ତୁ ନାହିଁ। ହଠାତ ରାଗ ବଢିଯିବାରୁ ସୁନ୍ଦର ଆଲୋଚନା ସବୁ ଯୁକ୍ତିତର୍କ ଦିଗକୁ ଗତିକରିବ। ଭାଗ୍ୟରେ ହଠାତ ଖର୍ଚ୍ଚ ଅଛି, ସେଥିପାଇଁ ସତର୍କ ହୁଅନ୍ତୁ। ବନ୍ଧୁ ତଥା ପ୍ରିୟଜନଙ୍କ ସହ ନିଜର କ୍ଷାତି ବାଧା ପ୍ରାପ୍ତ ହେବ। ପେଟଜନୀତ ରୋଗ ଭୋଗ ହୋଇପାରେ।

ତୁଳା: ଆଜି ଦିନଟି ଆପଣଙ୍କ ପାଇଁ ମାନ୍ଦାଳିଆ ରହିବ । ଆପଣ ଶାନ୍ତ ଏବଂ ନିରବ ଏହିବା କଷ୍ଟକର ହୋଇପଡିବ । ସବୁ ସମୟରେ ସତର୍କ ରହିବା ଭଳି ଘଟଣା ଅଟେ । ବିଶେଷ କରି ସଂପତ୍ତି ବିଷୟରେ କଥାବାର୍ତ୍ତା କରିବା ପ୍ରତି ବିରତି ରୁହନ୍ତୁ । ଯାତ୍ରା କରନ୍ତୁ ନାହିଁ । ତର୍କ ଏବଂ ଯୁକ୍ତି ନ କରିବା ପାଇଁ ଚେଷ୍ଟା କରନ୍ତୁ ।

ବିଛା: ଦୟାକରି ସମସ୍ୟା ଯୋଗୁଁ ଅଟକି ଯାଆନ୍ତୁ ନାହିଁ, ସେଗୁଡିକ ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ଘରର ପରିବେଶ ଅନୁକୂଳ ସାବ୍ୟସ୍ତ ହେବ ନାହିଁ। ଶାନ୍ତ ରହିବା ପାଇଁ ଚେଷ୍ଟା କରନ୍ତୁ। ଶାନ୍ତ ରୁହନ୍ତୁ।

ଧନୁ: ଏହି ଦିନଟି ଆପଣଙ୍କ ପାଇଁ ଫଳପ୍ରଦ ହେବ । ଆପଣ ଆର୍ଥିକ ଲାଭରେ ରହିପାରନ୍ତି । ମହିଳାମାନଙ୍କ ଭାଗ୍ୟ ସେମାନଙ୍କ ସପକ୍ଷରେ ଯିବ । ଆପଣଙ୍କ ପ୍ରିୟଜନ ଆପଣଙ୍କୁ ଖୁସି ପାଇଁ ଆନନ୍ଦିତ ହେବେ । ନୂଆ କାମ ହାତକୁ ନେବାର ଏହା ହେଉଛି ସଠିକ ସମୟ । ଛୋଟିଆ ଯାତ୍ରା କରିପାରନ୍ତି । ଆପଣ ମାନସିକ ଭାବରେ ଆରାମ ଅନୁଭବ କରିବେ । ଆପଣଙ୍କ ଶତୃମାନେ ଆପଣଙ୍କଠାରୁ ପରାସ୍ତ ହେବେ ।

ମକର: ଆଜିର ଦିନ ଏକ ପ୍ରାର୍ଥନା ସହ ଆରମ୍ଭ କରନ୍ତୁ ଏବଂ ପୂର୍ଣ୍ଣ ଆନନ୍ଦର ମଜା ନିଅନ୍ତୁ । ଆଜି ପ୍ରତ୍ୟେକ ଜିନିଷ ସଠିକ୍‌ ସ୍ଥାନ ଏବଂ ସଠିକ୍‌ କ୍ରମରେ ରହିବ। ଏହାକୁ ପ୍ରିୟଜନ କିମ୍ବା ବ୍ୟବସାୟ ସହ ଯୋଡନ୍ତୁ । ବ୍ୟବସାୟ ଦୃଷ୍ଟିରୁ ଆପଣ ଜଣେ ଯଥୋଚିତ କର୍ମଚାରୀ ହେବେ ।

କୁମ୍ଭ: ଆଜି ଆପଣ ମାନସିକ ଏବଂ ଶାରୀରିକ ଭାବରେ ଦୁର୍ବଳ, ଏବଂ କ୍ଲାନ୍ତ ଅନୁଭବ କରିବେ । ଏହା ପରିବାର ଭିତରେ ଦ୍ୱନ୍ଦ କଳହ ସୃଷ୍ଟି କରିପାରେ ଯାହାକି ବାକ୍‌ଯୁଦ୍ଧର ରୂପ ନେଇପାରେ । ଯାହା ଫଳରେ ଆପଣ ହଇରାଣ ଏବଂ ବିରକ୍ତି ଅନୁଭବ କରିପାରନ୍ତି । ଆପଣ ଆପଣଙ୍କ ଖର୍ଚ୍ଚ, ରାଗ ଏବଂ କଥା ଉପରେ ନଜର ରଖନ୍ତୁ ଏବଂ ଭବିଷ୍ୟତର କଳହ ପାଇଁ ପ୍ରସ୍ତୁତ ରୁହନ୍ତୁ ।

ମୀନ: ଆଜି ହଠାତ୍‌ ଆର୍ଥିକ ଲାଭ ହୋଇପାରେ। ଏପରିକି ଆପଣ ପଇସା ହିସାବରେ ପ୍ରାଇଜ୍‌ କିମ୍ବା ଲଟେରୀ ଜିତିପାରନ୍ତି। ମୋଟାମୋଟି ଭାବରେ ଖୁସି, ଭାଗ୍ୟଶାଳୀ ସମୟର ଆଶାକରାଯାଏ । ପିଲାମାନଙ୍କଠାରୁ ଭଲ ଖବର ଆସିପାରେ ଏବଂ ଆପଣ ଆପଣଙ୍କ ପୁରୁଣା, ଦୀର୍ଘ ଦିନରୁ ଭେଟ ହୋଇ ନଥିବା ବନ୍ଧୁମାନଙ୍କୁ ଭେଟି ଭାଗ୍ୟବାନ ଅନୁଭବ କରିବେ ।

ABOUT THE AUTHOR

...view details