ମେଷ: ଆପଣ ଆଜି ଉଦାସୀନ ଓ ଚିନ୍ତିତ ହୋଇପାରନ୍ତି। ପରିବାର ସହିତ ସମ୍ପର୍କକୁ ମଜବୁତ କରିବା ପାଇଁ ଚେଷ୍ଟା କରନ୍ତୁ। ସମୟ ମିଳିଲେ ପରିବାର ସହିତ ବାହାରକୁ ଯାଇ ବୁଲାବୁଲି କରନ୍ତୁ। ମୋଟୋମୋଟି ଭାବେ ଆଜି ଦିନଟି ଭଲରେ କଟିବ ନାହିଁ।
ବୃଷ: ଆପଣଙ୍କ ପ୍ରେମ ଜୀବନ ହସ ଖୁସିରେ କଟିବ। ଆପଣଙ୍କ ଇଚ୍ଛା ପୂରଣ ହେବ। ଅନ୍ୟମାନଙ୍କୁ ସାହାଯ୍ୟର ହାତ ବଢାଇବେ। ବାହାଘର ପାଇଁ ଘରକୁ ପ୍ରସ୍ତାବ ଆସିପାରେ।
ମିଥୁନ: ଆଜି ଭାବନା ମଧ୍ୟରେ ଦିନଟି କଟିବ। ବିଦ୍ୟାର୍ଥୀମାନେ ପାଠପଢାରେ ମନୋନିବେଶ କରିବେ। ଭବିଷ୍ୟତକୁ ନେଇ ଚିନ୍ତା ବଢିବ। ଯାନ, ବାହାନ ଚଳାଚଳ କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ।
କର୍କଟ: ଆବଶ୍ୟକ ନଥିଲେ କୌଣସି କାର୍ଯ୍ୟକୁ ଆଜି ଆରମ୍ଭ କରନ୍ତୁ ନାହିଁ। କାରଣ ଆଜି ଆପଣଙ୍କ ସପକ୍ଷରେ ଦିନଟି ଯିବ ନାହିଁ। କାର୍ଯ୍ୟ ଆରମ୍ଭ କରିଲେ ସଫଳତା ମିଳିବାର ସମ୍ଭାବନା ବହୁତ କମ ରହିଛି। ବାପା-ମାଆଙ୍କର ଆର୍ଶିବାଦ ନେଇ କାମ କରନ୍ତୁ।
ସିଂହ: ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ଆପଣ ସହଜରେ ନାମ ଏବଂ ଯଶ ଅର୍ଜନ କରିପାରନ୍ତି । ଆଜି ଆପଣଙ୍କର ବ୍ୟବସାୟ ଏବଂ ସେମାନଙ୍କ ବ୍ୟବସାୟ ଅଂଶୀଦାରମାନଙ୍କ ମଧ୍ୟରେ ଅନୁକୂଳ ଭାବନା ବଢି ରହିବ । ନୂତନ ବସ୍ତ୍ର କିଣିବାରେ ଆପଣ ଅଧିକ ଖୁସି ହେବେ ।
କନ୍ୟା: ଲେଖିବାର ଦକ୍ଷତା ଆଜି ଆପଣଙ୍କୁ କଷ୍ଟ ନଦେଇ ନିଜ ଭାବନା ପ୍ରକାଶ କରିବାରେ ସାହାଯ୍ୟ କରିବ। ଆପଣଙ୍କ ବାକି ରହିଥିବା କାମଗୁଡିକ ଆପଣ ସଫଳତାର ସହିତ ଶେଷ କରିବେ। ଆପଣ ଆଜି ଯାହା ବି କାମ ଧରିବେ ସେଥିରେ ସଫଳତା ପାଇବେ।