ଓଡିଶା

odisha

ETV Bharat / sukhibhava

କୋଭିଡ ମହାମାରୀ ବେଳେ ହୋମିଓପାଥଙ୍କ ଭୂମିକା

ଏକବିଂଶ ଶତାବ୍ଦୀର ପ୍ରଥମ ମହାମାରୀ ମଧ୍ୟରେ ଅନ୍ୟତମ କୋଭିଡ-୧୯ ଦ୍ୱାରା ହୋଇଥିବା ବ୍ୟାପକ ଜୀବନହାନି ଓ କ୍ଷୟକ୍ଷତି ସମସ୍ତଙ୍କୁ ସ୍ତବ୍ଧ କରିଛି । କାରଣ ଏହି ମହାମାରୀଜନିତ କ୍ଷୟକ୍ଷତି ଓ ଦୁଃଖ ଦୁର୍ଦ୍ଦଶା ଅଲଗା ସ୍ତରର ହିଁ ଥିଲା । ସମାଜର ସମସ୍ତ ବର୍ଗକୁ ଗଭୀର ପ୍ରଭାବିତ କରିଛି କୋଭିଡ ମହାମାରୀ । ଡାକ୍ତରମାନେ ବି ଏଥିରୁ ବାଦ୍ ପଡିନାହାନ୍ତି ।

କୋଭିଡ ମହାମାରୀ ବେଳେ ହୋମିଓପାଥଙ୍କ ଭୂମିକା
କୋଭିଡ ମହାମାରୀ ବେଳେ ହୋମିଓପାଥଙ୍କ ଭୂମିକା

By

Published : Apr 11, 2021, 10:21 AM IST

ଏକବିଂଶ ଶତାବ୍ଦୀର ପ୍ରଥମ ମହାମାରୀ ମଧ୍ୟରେ ଅନ୍ୟତମ କୋଭିଡ-୧୯ ଦ୍ୱାରା ହୋଇଥିବା ବ୍ୟାପକ ଜୀବନହାନି ଓ କ୍ଷୟକ୍ଷତି ସମସ୍ତଙ୍କୁ ସ୍ତବ୍ଧ କରିଛି । କାରଣ ଏହି ମହାମାରୀଜନିତ କ୍ଷୟକ୍ଷତି ଓ ଦୁଃଖ ଦୁର୍ଦ୍ଦଶା ଅଲଗା ସ୍ତରର ହିଁ ଥିଲା । ସମାଜର ସମସ୍ତ ବର୍ଗକୁ ଗଭୀର ପ୍ରଭାବିତ କରିଛି କୋଭିଡ ମହାମାରୀ । ଡାକ୍ତରମାନେ ବି ଏଥିରୁ ବାଦ୍ ପଡିନାହାନ୍ତି ।

ରୋଗୀସେବା କ୍ଷେତ୍ରରେ ନିଜର ବିସ୍ତୃତ କାର୍ଯ୍ୟଶୈଳାୀ ପାଇଁ ପରିଚିତ ହୋମିଓପାଥି ଡାକ୍ତରମାନଙ୍କ ଲାଗି ବି କୋଭିଡ-୧୯ ମହାମାରୀ ବି ଅନେକ ଆହ୍ୱାନ ସୃଷ୍ଟି କରିଥିଲା । କୋଭିଡ୍ ମହାମାରୀ ବେଳେ ହୋମିଓପ୍ୟାଥି ଡାକ୍ତରଙ୍କ ଭୂମିକା ସଂପର୍କରେ ଇଟିଭି ଭାରତ ସୁଖିଭବ ପକ୍ଷରୁ ଡକ୍ଟର ସୁରଜ ଏ. ଧୀରୱାନୀଙ୍କ ସହ ଆଲୋଚନା କରାଯାଇଥିଲା ।

ବର୍ଷ ବର୍ଷ ଧରି ହୋମିଓପାଥମାନେ ଅତିରିକ୍ତ ଦୀର୍ଘକାଳୀନ କେସ୍ ଟେକିଂ ସେସନ ପାଇଁ ଜଣାଶୁଣା । ରୋଗର ବିସ୍ତୃତ ଇତିହାସ ଜାଣିବାର କୌଶଳ ହିଁ କୋଭିଡ-୧୯ ରୋଗର ଚିକିତ୍ସା ବେଳେ ସେମାନଙ୍କୁ ସହାୟତା କରିଥିଲା । ହୋମିଓପାଥ ଡାକ୍ତରମାନଙ୍କ ଟିକିନିଖି ତଥ୍ୟ ସଂଗ୍ରହ ହିଁ ନିୟମିତ ଆଲର୍ଜି, ଫ୍ଲୁ ଭଳି ଅସୁସ୍ଥତା ଏବଂ କୋଭିଡ-୧୯ ମଧ୍ୟରେ ଥିବା ଫରକ ଜାଣିବାରେ ସହାୟକ ହୋଇଥିଲା । ଅନେକ ହିପୋକୋଂଡ୍ରିଆକ୍ ରୋଗୀଙ୍କ ହୋମିଓପାଥ ଡାକ୍ତରଙ୍କ ବାବଦରେ ଥିବା ଭୟ ଓ ଆଶଙ୍କଦବର ହୋଇଥିଲା ।

ହୋମିଓପାଥଙ୍କ ଧୈର୍ଯ୍ୟ ଓ ସହନଶୀଳତା ହିଁ ସେମାନଙ୍କର ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଥିଲା । ପାରମ୍ପରିକ ଭାବେ ହୋମିଓପାଥମାନେ ପ୍ରତ୍ୟେକ ରୋଗୀଙ୍କ କ୍ଲିନିକାଲ ହିଷ୍ଟ୍ରି ସଂପର୍କିତ କେସ୍ –ପେପର ବଜାୟ ରଖନ୍ତି । ରୋଗୀଙ୍କ ଅଭ୍ୟାସ, ଲାଇଫ୍ ସ୍ପେସ୍ ଓ ଗତ ମେଡିକାଲ ଇତିହାସ ସଂପର୍କରେ ତଥ୍ୟ ରଖନ୍ତି ହୋମିଓପାଥ । ଏଭଳି କାମ ବିରକ୍ତିଜନକ ଓ କ୍ଲାନ୍ତିକର । କିନ୍ତୁ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଏହା ବେଶ ଉପ ଯୋଗୀ ସାବ୍ୟସ୍ତ ହୋଇଥାଏ । କୋଭିଡ-୧୯ ମହାମାରୀ ବେଳେ ରୋଗୀଙ୍କ କ୍ଷେତ୍ରରେ ହୋମିଓପାଥଙ୍କ ଏହି ଲଙ୍ଗ୍ କେସ-ଟେକିଙ୍ଗ୍ ସେସନ୍ ବେଶ ସଫଳ ହୋଇଥିଲା । ଏଥିରେ ହୋମିଓପାଥମାନେ ବେଶ୍ ପାରଙ୍ଗମ ।

ନବେ ଦଶକର ପ୍ରାରମ୍ଭରେ ହୋମିଓପାଥଙ୍କ ପାଇଁ ପ୍ରଥମ ପେସେଂଟ୍ ମ୍ୟାନେଜମେଂଟ୍ ସିଷ୍ଟମ ଓ ରେପୋର୍ଟାଇଜେତନ ସଫ୍‌ଟୱେୟାର ପ୍ରଚଳନ କରାଯାଇଥିଲା । ପେସେଂଟ୍ ମ୍ୟାନେଜମେଂଟ ସିଷ୍ଟମ ଦ୍ୱାରା ହୋମିଓପାଥମାନେ ରୋଗୀଙ୍କ ସଂପର୍କିତ ସବୁ ପ୍ରାସଙ୍ଗିକ ଡାଟା ସଂରକ୍ଷିତ ରଖିପାରିଲେ । ଅନେକ ଟେକ୍‌ନୋ ସାଭି ହୋମିଓପାଥମାନେ କେବଳ ଲାପଟପ୍ ଖେଲି ଫୋନ୍ କଲ୍ ବା ଭିଡିଓ କଲ୍ ଆଧାରରେ ଘରେ ଅସ୍ଥାୟୀ କ୍ଲ୍‌ିନିକ୍‌ର ପରିବେଶରେ କାମ କଲେ ।

ତେବେ, କୋଭିଡ ବେଳେ ରୋଗୀଙ୍କୁ ଔଷଧ ବଂଟନ କ୍ଷେତ୍ରରେ ହୋମିଓପାଥଙ୍କ ପାଇଁ ବଡ ଆହ୍ୱାନ ସୃଷ୍ଟି ହୋଇଥିଲା । ଏଥିପାଇଁ ହୋମିଓପାଥମାନେ କୋରିୟର ସର୍ଭିସର ସହାୟତା ନେଇଥିଲେ । ଏହାଛଡା ସେମାନଙ୍କ ଚିହ୍ନାଜଣା ତଥା ରୋଗୀର ଘର ପାଖାପାଖି ରହୁଥିବା ଅନ୍ୟ ହୋମିଓପାଥ ସାଥୀଙ୍କର ବି ସହାୟତା ନେଇଥିଲେ । ଏଭଳି ସମନ୍ୱୟ ଭିତ୍ତିର ରୋଗୀଙ୍କୁ ଔଷଧ ବଂଟନ କରାଯାଉଥିଲା । ଏଭଳି ଉପାୟ ଏକ ମୂଲ୍ୟବାନ ନେଟ୍‌ୱର୍କିଂ ଟୁଲ୍ ସଦୃଶ ଥିଲା ।

ଶାନ୍ତ, ଧୀରସ୍ଥିର ସ୍ୱଭାବ, ରୋଗ ଓ ଲକ୍ଷଣ ସଂପର୍କରେ ବିସ୍ତୃତ ଯାଂଚ ଓ ସାବଧାନତାର ସହ କେସ୍ ରେକର୍ଡ ବଜାୟ ରଖିବା ସହ ଟେକ୍ନୋଲୋଜିର ପ୍ରୟୋଗ ଏବଂ ନିଜ ପେଷାର ଅନ୍ୟ ବନ୍ଧୁମାନଙ୍କ ସାହାଯ୍ୟ,ସମର୍ଥନ ବଳରେ ହୋମିଓପାଥମାନେ କୋଭିଡ ମହାମାରୀ ବେଳେ ହେଲଥକେୟାର ସିଷ୍ଟମକୁ ଦୃଢୀଭୂତ କରିପାରିଥିଲେ ।

ସବୁବେଳେ ସବୁ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ସୃଷ୍ଟି ହୋଇଥିବା ଆହ୍ୱାନର ସଫଳତାର ସହ ସାମନା କରିଛନ୍ତି ହୋମିଓପାଥ ଡାକ୍ତର ଗଣ । ରୋଗ ଚିକିତ୍ସା କ୍ଷେତ୍ରରେ ହୋମିଓପାଥଙ୍କ ଅବଦାନକୁ ଅଣଦେଖା କରାଯାଇପାରିବ ନାହିଁ ।

ABOUT THE AUTHOR

...view details