ଓଡିଶା

odisha

ETV Bharat / sukhibhava

Nose Congestion: ବର୍ଷା ଋତୁରେ ବୃଦ୍ଧି ପାଏ ନାକ ବନ୍ଦ ସମସ୍ୟା, ଆପଣାନ୍ତୁ ଏହି ଉପାୟ

ଆପଣ ମଧ୍ୟ ନାକ ବନ୍ଦ ସମସ୍ୟାରେ ପୀଡିତ କି? ଯଦି ହଁ, ଆପଣାନ୍ତୁ ଏହି ଉପାୟ

By

Published : Aug 7, 2023, 2:13 PM IST

Nose Congestion
Nose Congestion

ହାଇଦ୍ରାବାଦ:ମୌସୁମୀ ଆସିଲେ ସବୁଜମୟ ହୁଏ ଧରାପୃଷ୍ଠ । ବର୍ଷା, ଅସହ୍ୟ ଗରମରୁ ଆଶ୍ବସ୍ତି ପ୍ରଦାନ କରିଥାଏ । ପରିବେଶ ସତେଜତା ରହୁଥିବା ବେଳେ ଏହି ଋତୁ ସାଙ୍ଗରେ ଅନେକ ପ୍ରକାର ସମସ୍ୟାକୁ ସାଙ୍ଗରେ ନେଇ ଆସିଥାଏ । ଅନେକ ଜୀବାଣୁ ଏବଂ ଭାଇରସ ଯୋଗୁଁ ଲୋକେ ରୋଗରେ ମଧ୍ୟ ଆକ୍ରାନ୍ତ ହୋଇଥାଆନ୍ତି । ଏଭଳି ଏକ ସମସ୍ୟା ହେଉଛି ନାକ ସମସ୍ୟା । ନାକ ବନ୍ଦ ହେବା ସହିତ ନିଶ୍ବାସପ୍ରଶ୍ବାସରେ ସମସ୍ୟା ଦେଖା ଯାଇଥାଏ । ପ୍ରାୟ ଅନେକ ଲୋକ ଏହି ସମସ୍ୟାର ଅଭିଯୋଗ କରିଥାଆନ୍ତି । ତେବେ ଏଭଳି ସମସ୍ୟା ହେଲେ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖାଇବା ବା ଡ୍ରପ୍‌ ପରାଇବା ଦ୍ବାରା ସମସ୍ୟାରୁ ମୁକ୍ତି ମିଳିଥାଏ । ତେବେ ଘରୋଇ ଉପଚାର ଦ୍ବାରା ମଧ୍ୟ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ ।

1. ବନ୍ଦ ନାକ ଖୋଲିବା ପାଇଁ ଷ୍ଟିମ୍‌ ନେବା ଏକ ପୁରୁଣା ଉପାୟ ରହିଛି। ଷ୍ଟିମ୍‌ ନେବା ଦ୍ବାରା ଜାମ ହୋଇଥିବା ନାକର ଦ୍ବାର ସଫା ହେବା ସହିତ ଆରାମ ମଧ୍ୟ ମିଳିଥାଏ । ପ୍ରଥମେ ଏକ ପାତ୍ରରେ ପାଣି ନେଇ ତାକୁ ଭଲଭାବରେ ଫୁଟାନ୍ତୁ । ପାଣି ଫୁଟିବା ପରେ ସେଥିରୁ ବାହାରୁଥିବା ବାମ୍ଫକୁ ନିଶ୍ବାସରେ ନିଅନ୍ତୁ । ତେବେ ବାଷ୍ପ ଯେପରି ବାହାରକୁ ନଯାଏ, ସେଥିପାଇଁ ମୁଣ୍ଡକୁ ଏକ ଗାମୁଛାରେ ଘୋଡ଼ାଇ ରଖନ୍ତୁ । ଆପଣ ଚାହିଁଲେ ପାଣିରେ ଭିକ୍ସ ମଧ୍ୟ ପକାଇପାରିବେ । ଏଭଳି ଭାବେ ୨ରୁ ୩ଦିନ କରିବା ପରେ ନାକ ବନ୍ଦ ସମସ୍ୟା ଦୂର ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ:ନାକରୁ ରକ୍ତ ପଡିବାକୁ ଅବହେଳା କରୁଛନ୍ତି କି ?

2.ଲୁଣ ପାଣିରେ ନାକ ସଫା କରିବା ଦ୍ବାରା ନାକ ବନ୍ଦ ସମସ୍ୟା ଦୂର ହୋଇଥାଏ । ଏକ କପ୍‌ ଗରମ ପାଣିରେ ଏକ ଚାମଚ୍‌ ଲୁଣ ପକାଇ ଗୋଳାନ୍ତୁ । ଏହି ପାଣିରେ ନାକର ଦ୍ବାରକୁ ଭଲ ଭାବେ ସଫା କରନ୍ତୁ । ତେବେ ଆବଶ୍ୟକତା ଅନୁସାରେ ନେତି ପୋଟର ମଧ୍ୟ ବ୍ୟବହାର କରିପାରିବେ ।

3.ମୁହଁ ଏବଂ ନାକ ଉପରେ ଗରମ ସେକ ଦ୍ବାରା ନାକ ବନ୍ଦ ସମସ୍ୟା ଦୂର ହୋଇଥାଏ । ଏକ ସଫା କପଡ଼ାକୁ ଗରମ ପାଣିରେ ବୁଡ଼ାଇ କପଡାକୁ ଭଲ ଭାବେ ଚିପୁଡ଼ି ଦିଅନ୍ତୁ । ଏହାପରେ କପଡ଼ାକୁ ନାକ ଉପରେ କିଛି ସମୟ ପାଇଁ ରଖନ୍ତୁ ।

4. ସର୍ବଦା ନିଜକୁ ହାଇଡ୍ରେଟ୍ ରଖିବା ପାଇଁ ଗରମ ପାଣି ପିଅନ୍ତୁ । ଏହା ସହିତ, ଆପଣ ହର୍ବାଲ୍ ଚା', ସୁପ୍‌ ମଧ୍ୟ ପିଇପାରିବେ । ଏହା ନାକ ଜନିତ ସମସ୍ୟାକୁ ଦୂର କରିଥାଏ । ଅଦା ଚା'ରେ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ଅଛି ଯାହା ନାକକୁ ନିଶ୍ୱାସ ନେବାରେ ସାହାଯ୍ୟ କରିଥାଏ।

ବିଦ୍ର: ଏହା ଏକ ସୂଚନା ଉପରେ ଆଧାରିତ ଖବର। ଏହାକୁ ଆପଣାଇବା ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ABOUT THE AUTHOR

...view details