ଓଡିଶା

odisha

ETV Bharat / sukhibhava

ରୁପି ପାଇଁ ଚିନ୍ତିତ କି ? ଆପଣାନ୍ତୁ ଏହି ଘରୋଇ ଉପଚାର, ଚୁଟକିରେ ଦୂର ହେବ ସମସ୍ୟା - ରୁପିର କାରଣ

ଆପଣଙ୍କର ରୁପି ସମସ୍ୟା ରହିଛି କି ? ଜାଣନ୍ତୁ ରୁପିର କାରଣ ଏବଂ ଘୋରେଇ ଉପଚାର

How to treat dandruff
How to treat dandruff

By

Published : Jun 17, 2023, 11:10 AM IST

ହାଇଦ୍ରାବାଦ:ରୁପି.. ଆଜିକାଲି ପ୍ରାୟ ସମସ୍ତଙ୍କ କ୍ଷେତ୍ରରେ ଅଳ୍ପ ବହୁତ ହୋଇଥାଏ । ଏହାକୁ ଇଂରାଜିରେ ଡାଣ୍ଡରଫ କୁହାଯାଏ । ଏହା ଏକ ଚର୍ମ ରୋଗ ଏହଂ ଏହା କେବଳ ସ୍କାଲ୍ପରେ ଦେଖାଯାଏ । ଏଥିଯୋଗୁଁ ବେଳେବେଳେ ସମସ୍ୟା ହୁଏ ଏବଂ ସ୍ବାଭିମାନରେ ମଧ୍ୟ ଆଞ୍ଚ ଆସିଥାଏ । ଏହି ରୋଗର କାରଣ ଅସ୍ପଷ୍ଟ ଥିଲେ ମଧ୍ୟ ଜେନେଟିକ ଓ ପରିବେଶ କାରଣ ଥିବା ବିଶ୍ୱାସ କରାଯାଏ । କିନ୍ତୁ ଘୋରେଇ ଉପଚାର ମାଧ୍ୟମରେ ଆପଣ ରୁପି ସମସ୍ୟାରୁ ମୁକ୍ତି ପାଇପାରିବେ । ରୁପିକୁ ଦୂର କରିବା ପାଇଁ ଅନେକ ପ୍ରକାର ସାମ୍ପୁ ଏବଂ ଲୋସନ ମିଳୁଥିଲେ ହେଁ ଘରୋଇ ଉପଚାର ଦ୍ବାରା ଏଥରୁ ମୁକ୍ତି ପାଇପାରିବେ ।

ରୁପିର କାରଣ: ଅନେକ କାରଣ ପାଇଁ ରୁପି ହୋଇପାରେ।

1. ଜେନେଟିକ କାରଣ ଯୋଗୁଁ ଏହା ହୋଇପାରେ।

2. ଅତ୍ୟିଧିକ ପ୍ରଦୂଷଣ

3. ପାଣି କମ ପିଇବା

4. ବାୟୁମଣ୍ଡଳର ଶୁଷ୍କତା

5. ଅସନ୍ତୁଳିତ ଖାଦ୍ୟ

ଚା'ପତ୍ରରୁ ତିଆରି ହୋଇଥିବା ତେଲ

ଚା'ପତ୍ରରୁ ତିଆରି ହୋଇଥିବା ତେଲ: ଚା ଗଛ ତେଲରେ ଆଣ୍ଟିଫଙ୍ଗାଲ୍ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ରହିଛି । ଯାହାକି ଫଙ୍ଗସର ବୃଦ୍ଧିକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଚା’ ପତ୍ରରେ ତେଲରେ ଅଳ୍ପ ପରିମାଣର ନଡିଆ ତେଲ ମିଶାଇ ଏହାକୁ ସ୍କିନରେ ଲଗାନ୍ତୁ । କିଛି ଦିନ ପରେ ରୁପି ସମସ୍ୟା ଦୂର ହେବ ।

ଆପଲ ସାଇଡର ଭିନେଗାର

ଆପଲ ସାଇଡର ଭିନେଗାର:ଆପଲ୍ ସାଇଡର୍ ଭିନେଗାର ଆପଣଙ୍କ ତ୍ୱଚାର pH ସ୍ତରକୁ ସନ୍ତୁଳିତ କରିବାରେ ସାହାଯ୍ୟ କରିଥାଏ ଏବଂ କବକ ଗୁଡିକର ବୃଦ୍ଧିକୁ ହ୍ରାସ କରିଥାଏ । ଆପଲ୍ ସାଇଡର୍ ଭିନେଗାର ଏବଂ ଅଳ୍ପ ପାଣକୁ ମିଶ୍ରଣ କରନ୍ତୁ ଏବଂ ସାମ୍ପୁ କରିବା ପରେ ଏହାକୁ ଧୋଇବା ଭଳି ବ୍ୟବହାର କରନ୍ତୁ । ଏହାକୁ ଧୋଇବା ପୂର୍ବରୁ ଏହାକୁ କିଛି ମିନିଟ୍ ପାଇଁ ଛାଡି ଦିଅନ୍ତୁ ।

ବେକିଙ୍ଗ ସୋଢା

ବେକିଙ୍ଗ ସୋଢା: ବେକିଂ ସୋଢା ତ୍ୱଚାକୁ ସୁନ୍ଦର ଏବଂ ମୃତ ଚର୍ମ କୋଷ ଗୁଡ଼ିକୁ ବାହାର କରିବାରେ ସାହାଯ୍ୟ କରିଥାଏ । ପ୍ରଥମେ କେଶକୁ ଓଦା କରି ସୋଢା ଘଷନ୍ତୁ । କିଛି ସମୟ ପରେ ଏହାକୁ ଧୋଇଦେଇ କଣ୍ଡିସନର ଲଗାନ୍ତୁ ।

ଆଲେଭେରା

ଆଲୋଭେରା: ଆଲୋଭେରା ବା ଘିକୁଆଁରୀ ମଶ୍ଚ୍ୟରାଇଜିଂ ଗୁଣ ରହିଛି ଯାହା କୁଣ୍ଡିଆକୁ ଦୂର କରିବାରେ ସାହାଯ୍ୟ କରେ ଏବଂ ତ୍ୱଚାରେ ପ୍ରଦାହକୁ ହ୍ରାସ କରିଥାଏ । ସତେଜ ଆଲୋଭେରା ଜେଲକୁ ସିଧାସଳଖ ଆପଣଙ୍କ ତ୍ୱଚାରେ ଲଗାନ୍ତୁ, ଏହାକୁ ପ୍ରାୟ 30 ମିନିଟ୍ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ ଏବଂ ତାପରେ କେଶ ଧୋଇ ଦିଅନ୍ତୁ ।

ନଡିଆ ତେଲ

ନଡିଆ ତେଲ: ନଡିଆ ତେଲ ହେଉଛି ଏକ ପ୍ରାକୃତିକ ମଶ୍ଚରାଇଜର ଯାହା ଡ୍ରାଏ ଏବଂ କୁଞ୍ଚିତ ତ୍ୱଚାକୁ ସ୍ମୁଥ କରିବାରେ ସାହାଯ୍ୟ କରିଥାଏ। ଉଷୁମ ନଡ଼ିଆ ତେଲକୁ ଆପଣଙ୍କ ମୁଣ୍ଡ ଉପରେ ମସାଜ କରନ୍ତୁ, ଏହାକୁ ପ୍ରାୟ 30 ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ ଏବଂ ତା’ପରେ ପୂର୍ବପରି କେଶ ଧୋଇ ଦିଅନ୍ତୁ । ସପ୍ତାହରେ କିଛି ଥର ଏହା କରାଯାଇପାରିବ।

Disclaimer: କହିରଖୁଛୁ କି ସମସ୍ତଙ୍କର ସ୍କ୍ରିନ ଅଲଗା ଅଲଗା ହୋଇଥାଏ। କେତେକ ଜିନିଷ ସ୍ବାସ୍ଥ୍ୟ ପାଇଁ ସହାୟକ ହୋଇନଥାଏ। କେତେକ କ୍ଷେତ୍ରରେ ଆଲର୍ଜି ହେବାର ମଧ୍ୟ ସମ୍ଭାବନା ରହିଥାଏ। ଏଭଳି କ୍ଷେତ୍ରରେ କିଛି ମୁଣ୍ଡରେ ଲଗାଇବା ପୂର୍ବରୁ କିଛି ସ୍ଥାନରେ ଏହାକୁ ଲଗାନ୍ତୁ। ଯଦି କିଛି ପ୍ରତିକ୍ରିୟା ହେବ ନାହିଁ ତାହେଲେ ଏହାକୁ ବ୍ୟବହାର କରିପାରିବେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details