ହାଇଦ୍ରାବାଦ:କେତେକ ସମୟରେ ଗରମ ଖାଦ୍ୟ ଏବଂ ପାନୀୟ ଯୋଗୁଁ ଆମ ଜିଭ ପ୍ରାୟତଃ ପୋଡିଥାଏ । ଅନେକ ଥର ଅଜାଣତରେ ଗରମ ଚା କିମ୍ବା ଖାଦ୍ୟ ଖାଇବା ଦ୍ବାରା ଜିଭ ପୋଡିଥାଏ । ଏହା ଫଳରେ ଯେକୌଣସି ଖାଦ୍ୟ ଖାଇଲେ ହେଁ ଜିଭ ଜଳାପୋଡା ହୋଇଥାଏ । ସେଥିପାଇଁ କୁହାଯାଏ ଯେ ଅତ୍ୟଧିକ ଗରମ ଖାଦ୍ୟ ଖାଇବା କ୍ଷତିକାରକ । ଜିଭ ପୋଡିବା ଦ୍ୱାରା ଖାଇବା, ପିଇବା ଏବଂ କହିବାରେ ବହୁତ ଅସୁବିଧା ହୋଇଥାଏ । ଏଭଳି ପରିସ୍ଥିତିରେ ଜିଭର ଉପଚାର କରିବା ନିହାତି ଆବଶ୍ୟକ ହୋଇଥାଏ । କିଛି ଲୋକ ବିଭିନ୍ନ ପ୍ରକାରର ଔଷଧ ଖାଇ ଏହି ସମସ୍ୟାରୁ ମୁକ୍ତି ପାଇଥାଆନ୍ତି । ତେବେ ଘରୋଇ ଉପଚାର ଦ୍ବାରା ବିନା କୌଣସି ପାର୍ଶ୍ବପ୍ରତିକ୍ରିୟା ଶୀଘ୍ର ସମସ୍ୟାରୁ ରକ୍ଷା ପାଇପାରିବେ ।
- ଥଣ୍ଡା ପାଣି: ଜିଭ ପୋଡିବା ପରେ ଧୀରେ ଧୀରେ ଥଣ୍ଡା ପାଣି ପିଇବା ଦ୍ବାରା ଜିଭକୁ ଆରାମ ମିଳିଥାଏ । ଥଣ୍ଡା ପାଣି ଜିଭରେ ଜଳିଯାଇଥିବା ଅଂଶକୁ ଥଣ୍ଡା କରିଥାଏ । ଏହା ବ୍ୟତୀତ ପାଟିରେ ବରଫ ଖଣ୍ଡ ମଧ୍ୟ ରଖିପାରିବେ । ଯାହାକି ପୋଡୁଥିବା ଜିଭକୁ ଶୀତଳ କରିଥାଏ । ଥଣ୍ଡା ପାଣିରେ ମିଶ୍ରିତ ଲୁଣ ସହିତ ଗର୍ଲିଂ କରିବା ମଧ୍ୟ ଜ୍ବଳନ ଏବଂ ଯନ୍ତ୍ରଣାରେ ଆରାମ ଦେଇଥାଏ। ତେଣୁ ଜିଭ ପୋଡିବା ସମୟରେ ଥଣ୍ଡା ପାଣିର ବ୍ୟବହାର ପ୍ରଭାବଶାଳୀ ଅଟେ।
- ଦହି ବା କ୍ଷୀର: କ୍ଷୀର ଏବଂ ଦହି ପିଇବା ଦ୍ବାରା ମଧ୍ୟ ପୋଡୁଥିବା ଜିଭରୁ ଆରାମ ମିଳିଥାଏ । ଏଥିରେ ରହିଥିବା ପ୍ରୋବାୟୋଟିକ୍ସ ଜିଭକୁ ଥଣ୍ଡା କରିଥାଏ ।