ହାଇଦ୍ରାବାଦ: ଜାରି ରହିଛି ବର୍ଷା ଋତୁ । ବର୍ଷା ଯୋଗୁଁ ଜୀବାଣୁ, କୀଟାଣୁ ଯୋଗୁଁ ଅନେକ ରୋଗ ହୋଇଥାଏ ଏବଂ ସେଥିମଧ୍ୟରୁ ଆଲର୍ଜି ମୁଖ୍ୟ ସମସ୍ୟା ଅଟେ । ଆଲର୍ଜି ପ୍ରକୃତରେ ଅନେକ ପ୍ରକାରର ହୋଇପାରେ ଯାହା ପାଣିପାଗ, ପରିବେଶ, ନିର୍ଦ୍ଦିଷ୍ଟ ପ୍ରକାରର ଖାଦ୍ୟ କିମ୍ବା ଔଷଧ ସହିତ ଅନେକ କାରଣରୁ ସୃଷ୍ଟି ହୋଇପାରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ବିଶ୍ୱ ସମୁଦାୟ ସମୁଦାୟ ଜନସଂଖ୍ୟାର ପ୍ରାୟ 26 ପ୍ରତିଶତ ଲୋକେ ବିଭିନ୍ନ ପ୍ରକାରର ଆଲର୍ଜିରେ ପୀଡ଼ିତ ହୋଇଥାଆନ୍ତି । ତେବେ ଏହା ଜଣଙ୍କ ଠାରୁ ଅନ୍ୟଜଣଙ୍କୁ ବ୍ୟାପିବା ପୂର୍ବରୁ ନିଜକୁ ସୁରକ୍ଷିତ ରଖିବା ଜରୁରୀ ଅଟେ ।
ହଳଦୀ:ଏଥିରେ ଆଣ୍ଟି-ଇନ୍ଫ୍ଲାମେଟୋରୀ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ରହିଛି । ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବାରେ ସାହାଯ୍ୟ କରିଥାଏ । ତେଣୁ ପ୍ରତିଦିନ ଏକ ଗ୍ଲାସ କ୍ଷୀରରେ ଏକ ଚାମଚ ହଳଦୀ ପକାଇ ପିଇବା ଦ୍ବାରା ଆଲର୍ଜି ସମସ୍ୟା ଦୂର ହେବ ।
ନିମ୍ବ:କେତେକ ସମୟରେ ଆଲର୍ଜି ଯୋଗୁଁ ଉକ୍ତ ସ୍ଥାନ ନାଲି ହୋଇଯିବା ସହିତ ଫୁଲି ଯାଇଥାଏ । ତେବେ ଏହି କ୍ଷେତ୍ରରେ କିଛି ନିମ୍ବ ତେଲକୁ ନଡିଆ ତେଲ ସହ ମିଶାଇ ଉକ୍ତ ସ୍ଥାନରେ ଲଗାଇପାରିବେ । ନିମ୍ବରେ ଆଣ୍ଟିମାଇକ୍ରୋବିଆଲ ଗୁଣ ରହିଥାଏ । ତେଣୁ ଏହା ଯେକୌଣସି ଚର୍ମ ସମସ୍ୟାରେ ମଧ୍ୟ ସହାୟକ ହୋଇଥାଏ । ଏହାର ପାଉଡରକୁ ମଧ୍ୟ ବ୍ୟବହାର କରିପାରିବେ।
ଏହା ମଧ୍ୟ ପଢନ୍ତୁ: Precautions For Allergy Problem: ଆଲର୍ଜିରୁ ବର୍ତ୍ତିବା ପାଇଁ ସାବଧାନତା ଜରୁରୀ
ଅଦା:ଏଥିରେ ରହିଥିବା ଆଣ୍ଟିହିଷ୍ଟାମିନ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଏହା କେବଳ ଆଲର୍ଜି ସମସ୍ୟା ନୁହେଁ ବରଂ ଥଣ୍ଡା ଶର୍ଦ୍ଦିକୁ ମଧ୍ୟ ଦୂର କରିଥାଏ ।