ହାଇଦ୍ରାବାଦ:ଦେଶର କିଛି ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ଆଉ କିଛି ସ୍ଥାନରେ ଗ୍ରୀଷ୍ମ ଅନୁଭୂତ ହେଉଛି । ଅଧିକ ଉତ୍ତାପ ଯୋଗୁଁ ହାତ-ଗୋଡରୁ ଝାଳ ବାହାରୁଛି । କେତେକ କ୍ଷେତ୍ରରେ ଏହା ଦୁର୍ଗନ୍ଧ ହେଉଥିବା ବେଳେ କାମ କରିବା ପାଇଁ ମଧ୍ୟ ଇଚ୍ଛା ହୋଇନଥାଏ । ତେବେ ଆପଣ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି ? ଯଦି ହଁ ଆପଣାନ୍ତୁ ଏହି ଟିପ୍ସ ଦୂର ହେବ ସମସ୍ୟା ।
- ହାତ ଏବଂ ପାଦକୁ ବାରମ୍ବାର ଭଲ ଭାବେ ଧୁଅନ୍ତୁ । ବାହାରକୁ ଯାଇଥିଲେ ଆସିବା ପରେ ଜୋତାକୁ ଏବଂ ପାଦକୁ ଥଣ୍ଡାପାଣିରେ ଧୁଅନ୍ତୁ । ଯଦି ଅତ୍ୟଧିକ ଝାଳ ବାହାରୁଛି ତେବେ ସାବୁନ ବ୍ୟବହାର କରନ୍ତୁ । ଏହାଦ୍ବାରା ସ୍ବଚ୍ଛତା ବଜାୟୀ ରହିବା ସହିତ ଦୁର୍ଗନ୍ଧ ମଧ୍ୟ ଦୂର ହେବ ।
- ଆଣ୍ଟିପରସ୍ପିରାଣ୍ଟ ବ୍ୟବହାର କରାଯାଇପାରିବ । ଏହା ଏକ ପ୍ରକାର ଔଷଧ ଯାହା ଝାଳ କମାଇବାରେ ସାହାଯ୍ୟ କରେ । ଏଥିରେ ଥିବା ଆଲୁମିନିୟମ୍ କ୍ଲୋରାଇଡ୍ ଝାଳକୁ ରୋକିବାରେ ସହାୟକ ହେବ ।
- ଖରାଦିନେ ଜୋତା ବ୍ୟବାହର କରନ୍ତୁ ନାହିଁ ଏହା ବଦଳରେ ଆପଣ ସ୍ୟାଣ୍ଡେଲ ପିନ୍ଧି ପାରିବେ । କାରଣ ଜୋତାରେ ଝାଳ ଲାଗି ରହିବା କାରଣରୁ ଦୁର୍ଗନ୍ଧ ହୋଇଥାଏ । ତେଣୁ ଏହା ବଦଳରେ ଚମଡା ଚପଲ ପିନ୍ଧିପାରିବେ । ଚପଲରେ ବାୟୁ ଚଳପ୍ରଚଳ ହେବା କାରଣରୁ ଝାଳ ମଧ୍ୟ କମ ବାହାରିଥାଏ ।
- ହାତ ଏବଂ ପାଦରେ ଅତ୍ୟଧିକ ଝାଳ ବାହାରୁଥିଲେ ପାଉଡର ବ୍ୟବହାର କରନ୍ତୁ । ପାଉଡର ଅତ୍ୟଧିକ ଝାଳରୁ ମୁକ୍ତି ଦେଇଥାଏ।
- ଖରାରେ ପାଦ କଳା ପଡିଯିବ ବୋଲି ସମସ୍ତେ ସକ୍ସ ବ୍ୟବହାର କରନ୍ତି । ଆପଣ କଟନ ସକ୍ସ ବ୍ୟବହାର କରିପାରିବେ । ଧଳା ରଙ୍ଗର ସକ୍ସ ବ୍ୟବହାର କରିବା ଦ୍ବାରା ଏତେ ଝାଳ ବାହାରିନଥାଏ । ସକ୍ସ ପାଦର ଆର୍ଦ୍ରତାକୁ ଅବଶୋଷଣ କରିବା ସହିତ ଝାଳ ସମସ୍ୟାରୁ ମୁକ୍ତି ଦେଇଥାଏ ।