ଓଡିଶା

odisha

Holi 2023: ହୋଲିର ରଙ୍ଗଠାରୁ ଚର୍ମକୁ ସୁରକ୍ଷା ଦେବାପାଇଁ ଆପଣାନ୍ତୁ ଏହି ଉପାୟ

By

Published : Feb 28, 2023, 6:55 AM IST

ଆଗକୁ ଆସୁଛି ରଙ୍ଗର ପର୍ବ ହୋଲି । ଏଥିପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ହେଲେ ଏହି ରଙ୍ଗର ପର୍ବରେ ସ୍ବାସ୍ଥ୍ୟର ଯତ୍ନ ନେବା ନିହାତି ଜରୁରୀ । କିପରି ରସାୟନ ରଙ୍ଗଠାରୁ ତ୍ବଚାକୁ ସୁରକ୍ଷା ଦେବେ, ଜାଣନ୍ତୁ ।

ହୋଲିର ରଙ୍ଗଠାରୁ ଚର୍ମକୁ ସୁରକ୍ଷା ଦେବାପାଇଁ ଟିପ୍ସ
ହୋଲିର ରଙ୍ଗଠାରୁ ଚର୍ମକୁ ସୁରକ୍ଷା ଦେବାପାଇଁ ଟିପ୍ସ

ହାଇଦ୍ରାବାଦ: ରଙ୍ଗର ପର୍ବ ହୋଲି । ବେଶ୍ ହର୍ଷ ଉଲ୍ଲାସରେ ଏହି ପର୍ବ ପାଳନ କରାଯାଏ । ଭାରତୀୟ ପରମ୍ପରାରେ ଯେଉଁ ଦୁଇଟି ପର୍ବ ସତର୍କତାର ସହ ପାଳନ ହୁଏ ତାହା ହେଉଛି ହୋଲି ଏବଂ ଦୀପାବଳି । କାରଣ ଏହି ଦୁଇ ପର୍ବ ପାଳନ ସମୟରେ ସ୍ବାସ୍ଥ୍ୟ ଉପରେ ଅଧିକ ଯତ୍ନ ନେବାକୁ ପଡିଥାଏ । ବର୍ତ୍ତମାନ ସମୟରେ ବିଭିନ୍ନ ରସାୟନରେ ରଙ୍ଗ ପ୍ରସ୍ତୁତ ହେଉଥିବାରୁ ଏହାର ପ୍ରଭାବ ସିଧାସଳଖ ଚର୍ମ ଉପରେ ପଡିଥାଏ । ଆଖି ପ୍ରତି ମଧ୍ୟ ଏହା ହାନିକାରକ । ତେଣୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ ରହିବାକୁ ପରାମର୍ଶ ଦିଅନ୍ତି ।

ହୋଲିର ରଙ୍ଗଠାରୁ ଚର୍ମକୁ ସୁରକ୍ଷା ଦେବାପାଇଁ ଟିପ୍ସ

ଏହା ବ୍ୟତୀତ ଚର୍ମ, ନଖ ଏବଂ କେଶରୁ ହୋଲିର ରଙ୍ଗ ନଛାଡିବା ପର୍ଯ୍ୟନ୍ତ ଅଧିକାଂଶ ଲୋକେ ଚିଡିଚିଡା ସ୍ବଭାବ ପ୍ରକାଶ କରନ୍ତି । ଏଥର ହୋଲିରେ ଏସବୁ ସମସ୍ୟାରୁ ମୁକୁଳିବା ପାଇଁ ଆମେ ନେଇଆସିଛୁ କିଛି ସ୍ପେଶାଲ୍ ଟିପ୍ସ, ଯାହା ଆପଣଙ୍କୁ ହୋଲିରେ ସୁରକ୍ଷିତ ଓ ସୁସ୍ଥ ରଖିବ ।

ଏହା ମଧ୍ୟ ପଢନ୍ତୁ:-ମାର୍ଚ୍ଚ 1 ରାତିରେ ଚମକିବ ଆକାଶ ! ନିକଟତର ହେବେ ବୃହସ୍ପତି ଓ ଶୁକ୍ର

ମୁହଁ ଧୋଇବା ପୂର୍ବରୁ ମୁହଁରେ ନଡ଼ିଆ ତେଲ ଲଗାନ୍ତୁ ଏହି ତେଲ ମୁହଁରୁ ପିଗମେଣ୍ଟେସନ୍ ବାହାର କରିବାରେ ସାହାଯ୍ୟ କରେ । ସାବୁନ୍ ସାହାଯ୍ୟରେ ସମସ୍ତ ଅତିରିକ୍ତ ମଇଳା ଏବଂ ଗ୍ରାଇମ୍(ମଇଳା, ଧୂଳି କିମ୍ବା ଧୂଆଁ) ଧୋଇବାରେ ସାହାଯ୍ୟ କରେ । ଗହମ, ମଇଦା ଓ କିଛି ନଡିଆ ତେଲ ମିଶାଇ ଫେସ୍ ପ୍ୟାକ୍ ପ୍ରସ୍ତୁତ କରନ୍ତୁ । ଏହାକୁ ମୁହଁରେ ଲଗାଇବାର କିଛି ସମୟ ପରେ କ୍ଲିନଜର୍ ସହିତ ଧୋଇ ଦିଅନ୍ତୁ ।

ହୋଲିର ରଙ୍ଗଠାରୁ ଚର୍ମକୁ ସୁରକ୍ଷା ଦେବାପାଇଁ ଟିପ୍ସ

ଏହା ମଧ୍ୟ ପଢନ୍ତୁ:-World NGO Day: ବେସରକାରୀ ସଂଗଠନ ହେଲେ ବି ସମାଜର ଉନ୍ନତିରେ ନିଭାଏ ପ୍ରମୁଖ ଭୂମିକା

ନଖରୁ ହୋଲି ରଙ୍ଗକୁ କିପରି ସଫା କରିବେ:ହୋଲି ରଙ୍ଗ ଆପଣଙ୍କ ନଖକୁ ଶୁଷ୍କ ଏବଂ ନଷ୍ଚ କରିପାରେ, ତେଣୁ ନଖକୁ ଥଣ୍ଡା ପାଣିରେ କିଛି ସମୟ ଭିଜାଇ ରଖନ୍ତୁ । ହୋଲି ଖେଳିବା ପରେ ନଖଗୁଡ଼ିକ ହଳଦିଆ ହୋଇଯାଏ । ଏହାକୁ ଏଡାଇବା ପାଇଁ ଲେମ୍ବୁ ରସ ଆବଶ୍ୟକ । ଲେମ୍ବୁ ରସରେ 10 ମିନିଟ୍ ପାଇଁ ନଖକୁ ଭିଜାଇ ରଖନ୍ତୁ ।

ଉଷୁମ ପାଣିରେ ବାଦାମ ତେଲ ମିଶାଇ ସେହି ପାଣିରେ ନଖକୁ ବୁଡାଇ ରଖନ୍ତୁ । ହୋଲି ଖେଳିବାକୁ ବାହାରକୁ ଯିବା ପୂର୍ବରୁ ଡାର୍କ ନେଲପଲିସର ଏକ କୋଟ୍ ନଖରେ ଲଗାନ୍ତୁ ।

ହୋଲିର ରଙ୍ଗଠାରୁ ଚର୍ମକୁ ସୁରକ୍ଷା ଦେବାପାଇଁ ଟିପ୍ସ

Disclaimer:ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ABOUT THE AUTHOR

...view details