ହାଇଦ୍ରାବାଦ: ହୋଲିରେ ଖୁସି-ମଜା ଅପେକ୍ଷା ସତର୍କ ରହିବା ଅଧିକ ଆବଶ୍ୟକ । କାରଣ ହୋଲିରେ ବ୍ୟବହୃତ ହେଉଥିବା ରଙ୍ଗ ରସାୟନ ମିଶ୍ରିତ । ରଙ୍ଗରେ ଥିବା ରାସାୟନିକ ପଦାର୍ଥର ପାର୍ଶ୍ୱ ପ୍ରତିକ୍ରିୟା ସିଧାସଳଖ ଚର୍ମ ଏବଂ କେଶରେ ପଡିଥାଏ । ହୋଲି ପରେ ସ୍କିନ୍ ଡିଜିଜ୍ ଦେଖାଯାଏ । ଯେଉଁମାନଙ୍କର ଆଲର୍ଜି ଥିବ ସେମାନେ ହୋଲିରେ ବିଶେଷ ସତର୍କତା ଅବଲମ୍ବନ କରିବା ଉଚିତ୍ । ତେବେ ଏହି ସମୟରେ କିପରି ନେବେ ସ୍ବାସ୍ଥ୍ୟର ଯତ୍ନ, ଜାଣନ୍ତୁ...
ବିଭିନ୍ନ ରଙ୍ଗର ଶୁଖିଲା ଏବଂ ଓଦା ରଙ୍ଗରେ ହୋଲି ଖେଳାଯାଏ । କିନ୍ତୁ ସାଧାରଣତଃ ରାସାୟନିକ, ସୀସା, ଧାତୁ, ଏବଂ ପେଷ୍ଟିସାଇଡ୍ ଇତ୍ୟାଦି ମିଶ୍ରଣରେ ରଙ୍ଗ ପ୍ରସ୍ତୁତ କରାଯାଏ । ଏହିପରି ରାସାୟନିକ ରଙ୍ଗ ସହିତ ହୋଲି ଖେଳିବା ପରେ ଚର୍ମ ଏବଂ କେଶ ଉପରେ ସିଧାସଳଖ ପ୍ରଭାବ ପଡିଥାଏ । ଏପରି ରଙ୍ଗର ପ୍ରଭାବ ହେତୁ ଅନେକ ଥର, ଆଲର୍ଜି, ଦାଗ ଏବଂ ଚର୍ମ ଜ୍ୱଳନ ଭଳି ସମସ୍ୟା ଦେଖାଯାଏ ।
ସୌନ୍ଦର୍ଯ୍ୟ ବିଶେଷଜ୍ଞ ନନ୍ଦିତା ଶର୍ମାଙ୍କ କହିବା ଅନୁସାରେ, ଜୈବିକ, ହରବାଲ୍ କିମ୍ବା ପ୍ରାକୃତିକ ରଙ୍ଗ ସ୍ବାସ୍ଥ୍ୟ ପାଇଁ ବିଶେଷ ହାନିକାରକ ନୁହେଁ । କିନ୍ତୁ ବର୍ତ୍ତମାନ ସମୟରେ ବଜାରରୁ ମିଳୁଥିବା ରସାୟନ ମିଶ୍ରିତ ରଙ୍ଗ ଅତ୍ୟନ୍ତ ବିପଜ୍ଜନକ । ଏଗୁଡିକ ଚର୍ମ ଉପରେ ସିଧାସଳଖ ପ୍ରଭାବ ପକାଇଥାନ୍ତି । ଏହି ତୀକ୍ଷ୍ଣ ରାସାୟନିକ ରଙ୍ଗଗୁଡ଼ିକ ସହିତ ହୋଲି ଖେଳିବା ପରେ ଅନେକ ଲୋକ ଚର୍ମ ସଂକ୍ରମଣ, ଆଲର୍ଜି, ଚର୍ମ ଫୁଲିଯିବା, ଚର୍ମ ଶୁଷ୍କ ହୋଇଯିବା, ଚର୍ମ ଜ୍ବଳନ ଆଦି ସମସ୍ୟାର ସମ୍ମୁଖୀନ ହେଇଥାନ୍ତି ।
ଏହା ମଧ୍ୟ ପଢନ୍ତୁ:-H3N2 Virus: ଘରେ ଘରେ ଥଣ୍ଡା-ଜ୍ବର ରୋଗୀ, ବ୍ୟାପୁଛି ଆଉ ଏକ ଭୂତାଣୁ
କିପରି ନେବେ ଯତ୍ନ ?
ଯଥାସମ୍ଭବ ପ୍ରାକୃତିକ, ଜୈବିକ କିମ୍ବା ହର୍ବାଲ୍ ରଙ୍ଗ ବ୍ୟବହାର କରନ୍ତୁ ।
ଯଦି ରଙ୍ଗ ଖେଳିବା ପୂର୍ବରୁ ଶରୀର ଉପରେ ଆଘାତ କିମ୍ବା କ୍ଷତ ଅଛି, ଏହା ଉପରେ ବ୍ୟାଣ୍ଡେଡ୍ ଲଗାନ୍ତୁ ।
ହୋଲି ଖେଳିବା ସମୟରେ କଣ୍ଟାକ୍ଟ ଲେନ୍ସ ପିନ୍ଧିବାଠାରୁ ଦୂରେଇ ରୁହନ୍ତୁ ।
ଚଷମା ପିନ୍ଧିବାକୁ ଆଦୌ ଭୁଲନ୍ତୁ ନାହିଁ ।
ହୋଲି ପୂର୍ବ ରାତିରେ ଚର୍ମ ଉପରେ ମସାଜ୍ ତେଲ ଭଲ ଭାବେ ଲଗାନ୍ତୁ ।
ହୋଲି ଦିନରେ ଚର୍ମ, ବେକ, କେଶ ଏବଂ ପାଦରେ ତେଲ ଲଗାନ୍ତୁ ସନ୍ସ୍କ୍ରିନ୍ ମଧ୍ୟ ବ୍ୟବହାର କରିପାରିବେ ।