ଓଡିଶା

odisha

ETV Bharat / sukhibhava

High Uric acid levels: ଶରୀରରେ ୟୁରିକ୍ ଏସିଡ୍‌ ସ୍ତର ବୃଦ୍ଧି କାହିଁକି ବିପଦପୂର୍ଣ୍ଣ, ଜାଣନ୍ତୁ

ୟୁରିକ୍ ଏସିଡ୍‌ ଶରୀରରେ ବୃଦ୍ଧି(High uric acid levels) ପାଇଲେ ନାନା ରୋଗ ସମସ୍ୟା ସୃଷ୍ଟି ହୋଇଥାଏ । ଅଧିକାଂଶ ଲୋକେ ଏହି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ତେବେ ୟୁରିକ୍ ଏସିଡ୍ କଣ, ଏହା କାହିଁକି ବୃଦ୍ଧିପାଏ ଏବଂ ଶରୀରରେ ଏହା କି କି କ୍ଷତି ଘଟାଇଥାଏ ଜାଣନ୍ତୁ ।

By

Published : Dec 2, 2022, 12:58 PM IST

High Uric acid levels: ଶରୀରରେ ୟୁରିକ୍ ଏସିଡ୍‌ ସ୍ତର ବୃଦ୍ଧି କାହିଁକି ବିପଦପୂର୍ଣ୍ଣ, ଜାଣନ୍ତୁ
High Uric acid levels: ଶରୀରରେ ୟୁରିକ୍ ଏସିଡ୍‌ ସ୍ତର ବୃଦ୍ଧି କାହିଁକି ବିପଦପୂର୍ଣ୍ଣ, ଜାଣନ୍ତୁ

ହାଇଦ୍ରାବାଦ: ୟୁରିକ୍ ଏସିଡ୍ ହେଉଛି ଏକ ପ୍ରକାର ବର୍ଜ୍ୟବସ୍ତୁ, ଯାହା ଖାଦ୍ୟ ହଜମ ସମୟରେ ଶରୀରରୁ ନିଷ୍କାସିତ ହୋଇଥାଏ । ବେଳେ ବେଳେ ଏହା ଆମ ଶରୀରରୁ ୟୁରିନ୍ ଜରିଆରେ ବାହାରିଯାଏ । ଯେତେବେଳେ ଏକ ପ୍ରକାରର କେମିକାଲ୍ ପ୍ୟୁରିନ୍ ଗଠନ ହୋଇ ଭାଙ୍ଗିଯାଏ, ସେତେବେଳେ ଅତ୍ୟଧିକ ପ୍ୟୁରିନ୍ ୟୁରିକ୍ ଏସିଡ୍ ନିଷ୍କାସନରେ ବାଧା ସୃଷ୍ଟି କରନ୍ତି । ଫଳରେ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । ୟୁରିକ୍ ଏସିଡ୍ ବିଲ୍ଡ-ଅପ୍ ସାଧାରଣତ ରକ୍ତ ପ୍ରବାହକୁ ପ୍ରଭାବିତ କରିଥାଏ, ଯାହା ହାଇପର୍ୟୁରିକେମିଆ(Hyperuricemia) ନାମକ ଏକ ରୋଗର କାରଣ ହୋଇଥାଏ ।

ମହିଳାମାନଙ୍କ ଠାରେ ସାଧାରଣ ୟୁରିକ୍ ଏସିଡ୍ ସ୍ତର 2.4-6.0 ମିଲିଗ୍ରାମ/ଡେସିଲିଟର ଏବଂ ପୁରୁଷଙ୍କର 3.4-7.0 ମିଲିଗ୍ରାମ/ଡେସିଲିଟର ରହିଥାଏ, ଯଦି ୟୁରିକ୍ ଏସିଡ୍ ସ୍ତର 7 mg/dlରୁ ଅଧିକ ହୁଏ ତେବେ ସମସ୍ୟା ଉପୁଜିପାରେ । ହାଇପର୍ୟୁରିକେମିଆରେ ଗଣ୍ଠି ଯନ୍ତ୍ରଣା, ଜଏଣ୍ଟ୍ ପେନ୍, କିଡନୀ ଷ୍ଟୋନ୍ ଇତ୍ୟାଦି ଅସୁବିଧା ସୃଷ୍ଟି କରେ । ଏହା ବିଷାକ୍ତ ପଦାର୍ଥକୁ ରକ୍ତ ପ୍ରବାହରେ ମିଶାଇ ଶରୀରରେ ସଂଗ୍ରହ କରିବାର ସମ୍ଭାବନାକୁ ମଧ୍ୟ ବଢାଇଥାଏ, ଯାହା ଗମ୍ଭୀର ସମସ୍ୟାର କାରଣ ହୋଇଥାଏ । ଅଧ୍ୟୟନରୁ ଜଣାପଡିଛି ଯେ, ଉଚ୍ଚ ୟୁରିକ୍ ଏସିଡ୍ ସ୍ଥାୟୀ ହାଡ ସମସ୍ୟା, ଗଣ୍ଠି କିମ୍ବା ଟିସୁ କ୍ଷୟ କରିପାରେ, ଆର୍ଥ୍ରାଇଟିସ୍ ମଧ୍ୟ ହୋଇପାରେ । ଏହା ଟାଇପ୍-୨ ମଧୁମେହ ଏବଂ ହୃଦରୋଗର ଅଧିକ ବିପଦ ସହିତ ଜଡିତ ।

ଉଚ୍ଚ ୟୁରିକ୍ ଏସିଡ୍ ସ୍ତରର ଫଳାଫଳ:-

ଶରୀରରେ ସାଧାରଣ ୟୁରିକ୍ ଏସିଡ୍ ସ୍ତର ଠାରୁ ଅଧିକ ସୃଷ୍ଟି ହୁଏ ଯେତେବେଳେ ଆପଣ କିଛି ଖାଦ୍ୟ ଖାଇଥା’ନ୍ତି ଯେଉଁଥିରେ ପ୍ୟୁରିନ୍ ଥାଏ । ଏଠାରେ କେତେକ ଖାଦ୍ୟ ଏବଂ ପାନୀୟ ବାବଦରେ ଆଲୋଚନା କରାଯାଇଛି, ଯେଉଁଥିରେ ଅଧିକ ପ୍ୟୁରିନ୍ ଥାଏ...

  • ଲାଲ୍ ମାଂସ
  • ପଶୁ ଅଙ୍ଗର ମାଂସ
  • ମଦ୍ୟପାନ
  • ସମୁଦ୍ର ଖାଦ୍ୟ
  • ଅଧିକ ଫ୍ରୁଟକୋଜ୍ ଥିବା ଖାଦ୍ୟ
  • କେତେକ ଆଲକହଲ୍ ବିହୀନ ବିୟର୍
  • ଆସପରାଗସ୍(Asparagus), ପାଳଙ୍ଗ(spinach), ବିନ୍ସ, ମଟରଛୁଇଁ, ମଟର, ମସୁର ଡାଲି, ଓଟ୍ସମିଲ୍, ଫୁଲକୋବି ଏବଂ ଛତୁ

କାରଣ(High uric acid levels Cause):-

ଏହା ବ୍ୟତୀତ କେତେକ ସ୍ବାସ୍ଥ୍ୟ ଅବସ୍ଥା ଏବଂ ଜୀବନଶୈଳୀରେ ପରିବର୍ତ୍ତନ କାରଣରୁ ୟୁରିକ୍ ଏସିଡ୍ ଶରୀରରେ ଜମା କରିପାରେ, ସେଗୁଡିକ ନିମ୍ନରେ ବର୍ଣ୍ଣନା କରାଯାଇଛି

  • ଜେନେଟିକ୍ ଫ୍ୟାକ୍ଟର୍
  • ମେଦବହୁଳତା
  • ମଧୁମେହ
  • କ୍ରୋନିକ୍ କିଡନୀ ରୋଗ
  • କେମୋଥେରାପି/କର୍କଟ ରୋଗର କିଛି ପ୍ରକାର
  • ଚାପ ସ୍ତର ବୃଦ୍ଧି-ସୋରିୟାସିସ୍

ଉଚ୍ଚ ୟୁରିକ୍ ଏସିଡ୍ ସ୍ଥିତି/ହାଇପର୍ୟୁରିକେମିଆର ଲକ୍ଷଣ ଗୁଡ଼ିକ କ’ଣ(High uric acid levels Symptoms) ?

ଶରୀରରେ ଆବଶ୍ୟକଠାରୁ ୟୁରିକ୍ ଏସିଡ୍ ସ୍ତର ଅଧିକ କେବଳ ଅନେକ ରୋଗର କାରଣ ହୋଇନଥାଏ, ଏହା ଦୈନନ୍ଦିନ କାର୍ଯ୍ୟରେ ମଧ୍ୟ ସମସ୍ୟା ସୃଷ୍ଟି କରିପାରେ । ନିମ୍ନରେ କେତେକ ଲକ୍ଷଣ ବାବଦରେ ବର୍ଣ୍ଣନା କରାଯାଇଛି...

  • ଅତ୍ୟଧିକ ଗଣ୍ଠି ଯନ୍ତ୍ରଣା, ମାଂସପେଶୀରେ ବାରମ୍ବାର ଯନ୍ତ୍ରଣା
  • କଠିନତା
  • ଗଣ୍ଠି ଚାରିପାଖରେ ଝାଳ ବୋହିବା ଏବଂ ଲାଲ ରଙ୍ଗ ଦାଗ ପଡିଯିବା
  • ପରିସ୍ରାରେ ରକ୍ତ ପଡିବା
  • ପରିସ୍ରା ସମୟରେ ଅସୁବିଧା ଅନୁଭବ କରିବା
  • ବାରମ୍ବାର ମୂତ୍ରନଳୀ ସଂକ୍ରମଣ (Urinary tract infections, UTI)

ଅତିରିକ୍ତ ସ୍ବାସ୍ଥ୍ୟ ସମସ୍ୟା ଏବଂ ପାର୍ଶ୍ୱ ପ୍ରତିକ୍ରିୟା ଯେପରିକି ଗଣ୍ଠି, ଆର୍ଥ୍ରାଇଟିସ୍, କିଡନୀ ଷ୍ଟୋନ୍ ଏବଂ ପ୍ରଦାହ ଦ୍ୱାରା ପ୍ରଭାବିତ ବ୍ୟକ୍ତିମାନେ ମଧ୍ୟ ଅତିରିକ୍ତ ଲକ୍ଷଣ ଅନୁଭବ କରିପାରନ୍ତି । କେତେକ ଲୋକ ଶରୀରରେ ଅଧିକ ୟୁରିକ୍ ଏସିଡ୍ ସ୍ତର ରହିଥାଏ କିନ୍ତୁ ସାଧାରଣତଃ ଲକ୍ଷଣ ଦେଖାଯାଏ ନାହିଁ ।

ABOUT THE AUTHOR

...view details