ଓଡିଶା

odisha

ଅନୁସନ୍ଧାନ: ଅଧିକ ଚିନି ସେବନ ସାଜିପାରେ ଉଚ୍ଚ ରକ୍ତଚାପର କାରଣ

By

Published : Jun 21, 2023, 2:12 PM IST

ଆପଣ ଭାବୁଛନ୍ତି କି ଲୁଣ ଖାଇଲେ ହିଁ ଉଚ୍ଚ ରକ୍ତଚାପ ହୋଇଥାଏ। କିନ୍ତୁ ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ଲୁଣ ସହ ଚିନି ମଧ୍ୟ ଉଚ୍ଚ ରକ୍ତଚାପର କାରଣ ସାଜିପାରେ। ଅଧିକ ପଢନ୍ତୁ

high sugar levels cause high blood pressure
high sugar levels cause high blood pressure

ହାଇଦ୍ରାବାଦ:ଉଚ୍ଚ ରକ୍ତଚାପ ଏବଂ ମଧୁମେହ ରୋଗ ସର୍ବଭାରତୀୟ ସ୍ତରରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ରୋଗ ମଧ୍ୟରୁ ଗୋଟିଏ । କହିବାକୁ ଗଲେ ଘରେ ଘରେ ଏହି ରୋଗୀ ଦେଖିବାକୁ ମିଳିବେ। କମ ବୟସର ବ୍ୟକ୍ତି ମଧ୍ୟ ଏହି ରୋଗର ଶିକାରେ ହେଉଛନ୍ତି। ଏନେଇ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହି ଦୁଇଟି ରୋଗ ଶରୀରକୁ ଅନେକ ଉପାୟରେ ପ୍ରଭାବିତ କରିଥାଏ । ଯଦି ସଠିକ ସମୟରେ ସେଗୁଡ଼ିକର ଯତ୍ନ ନନିଆଯାଏ, ତେବେ ମୃତ୍ୟୁ ଆଶଙ୍କା ବୃଦ୍ଧି ପାଇଥାଏ । ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଖାଦ୍ୟପେୟର ବିଶୃଙ୍ଖଳା ଏହାର ମୁଖ୍ୟ କାରଣ ଭାବରେ ବିବେଚନା କରାଯାଇଛି ।

ଗବେଷକମାନେ କୁହନ୍ତି, ଅଧିକ ଲୁଣ ବା ସୋଡିୟମର ସେବନ ଦ୍ୱାରା ରକ୍ତଚାପ ବୃଦ୍ଧି ପାଇଥାଏ ଏବଂ ଅଧିକ ଚିନି ସେବନ ମଧୁମେହ ଆଶଙ୍କା ସୃଷ୍ଟି କରେ । କିନ୍ତୁ ଆପଣ ଜାଣନ୍ତି କି ଅଧିକ ଚିନି ସେବନ ଉକ୍ତ ରକ୍ତଚାପର କାରଣ ସାଜିପାରେ? ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଚିନି କେବଳ ରକ୍ତରେ ଶର୍କରା ବୃଦ୍ଧି କରେ ନାହିଁ ବରଂ ରକ୍ତଚାପ ମଧ୍ୟ ବୃଦ୍ଧି ହେବାର ଆଶଙ୍କା ରହିଛି।

ସ୍ବାସ୍ଥ୍ୟ ପାଇଁ ହାନିକାରକ ଚିନି ଏବଂ ଲୁଣ:ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଉଭୟ ଲୁଣ ଏବଂ ଚିନି ରକ୍ତଚାପ (ବିପି) ବୃଦ୍ଧି ସହିତ ଜଡିତ। ବିଭିନ୍ନ ଅଧ୍ୟୟନରେ କ୍ରମାଗତ ଭାବରେ ଦର୍ଶାଯାଇଛି ଯେ, ରକ୍ତଚାପ ବୃଦ୍ଧିରେ ଲୁଣ ଏକ ପ୍ରମୁଖ କାରଣ ଅଟେ। ଏହି ବିପଦକୁ ଧ୍ୟାନରେ ରଖି ଫିନଲ୍ୟାଣ୍ଡ ଏବଂ ବ୍ରିଟେନ ଭଳି ଦେଶ ଲୁଣର ମାତ୍ରା ହ୍ରାସ କରାଯାଇଥିଲା। କିନ୍ତୁ ଲୁଣ ହ୍ରାସ କରିବା ପର୍ଯ୍ୟାପ୍ତ ନୁହେଁ ବରଂ ଚିନି ମଧ୍ୟ ଏହାର କାରଣ ସାଜିପାରେ ବୋଲି ଅଧ୍ୟୟନରେ କୁହାଯାଇଛି।

ଅନୁସନ୍ଧାନକାରୀମାନେ ରିପୋର୍ଟ କରିଛନ୍ତି ଯେ, ଚିନି ଅଧିକ ମାତ୍ରାରେ ସେବନ କରିବା ଦ୍ବାରା ମେଦବହୁଳତା ଦେଖାଦେଇଥାଏ, ଯାହା ରକ୍ତଚାପ ବୃଦ୍ଧି କରିବାର ମୁଖ୍ୟ କାରଣ ଅଟେ। ସାମ୍ପ୍ରତିକ ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ ଅଧିକ ମାତ୍ରାରେ ଚିନି, ବିଶେଷତଃ ମୃଦୁ ପାନୀୟର ବ୍ୟବହାର, ରକ୍ତଚାପ ଉପରେ ମଧ୍ୟ ସିଧାସଳଖ ପ୍ରଭାବ ପକାଇପାରେ।

ଚିନି ଦ୍ବାରା ଶରୀର ଉପରେ ଆଉ କେଉଁ ପ୍ରଭାବ ପଡିପାରେ:

ହାର୍ଟ ପାଇଁ କ୍ଷତିକାରକ ଚିନି:ମେଡିକାଲ ରିପୋର୍ଟରୁ ଜଣାପଡ଼ିଛି ଯେ, 10 ଜଣ ଆମେରିକୀୟଙ୍କ ମଧ୍ୟରୁ ଜଣେ ଦୈନିକ ଶର୍କରା ବା ଚିନି ଖାଇଥାଆନ୍ତି । ଅଧ୍ୟୟନରୁ ଜଣାପଡ଼ିଛି ଯେ ଶର୍କରା ବା ଚିନି ସେବନ କେବଳ ହୃଦରୋଗର ଆଶଙ୍କା ବୃଦ୍ଧି କରେ ନାହିଁ, ବରଂ ହୃଦଘାତରୁ ମୃତ୍ୟୁ ଆଶଙ୍କା ମଧ୍ୟ ସୃଷ୍ଟି କରେ । ଚିନି ଯୋଗୁଁ ହୃଦଘାତରୁ ମୃତ୍ୟୁସଂଖ୍ୟା ଅନ୍ୟ କାରଣ ତୁଳନାରେ ତିନି ଗୁଣ ଅଧିକ ଦେଖାଯାଇଛି ।

ଲିଭର ସମସ୍ୟା: ଅଧିକାଂଶ ପ୍ୟାକେଟ ଖାଦ୍ୟ ଏବଂ ସ୍ନାକ୍ସରେ ମିଠାର କାରଣ ଫ୍ରୁକଟୋଜ ହୋଇଥାଏ । ତେବେ ଏହା ଯକୃତରେ ଚର୍ବି ବୃଦ୍ଧିର କାରଣ ବୋଲି ଅନୁସନ୍ଧାନରୁ ଜଣାପଡ଼ିଛି । ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ ଯଦି ନିୟମିତ ଭାବରେ ଫ୍ରୁଟକୋଜ୍ ଖାଆନ୍ତି, ତେବେ ଛୋଟ ବୁନ୍ଦା ଚର୍ବି ଯକୃତରେ ଜମା ହୋଇଯାଏ । ଏହା ମଦ୍ୟପାନ ନକରି ମଧ୍ୟ ଫ୍ୟାଟି ଯକୃତ ରୋଗର ଆଶଙ୍କାକୁ ବଢାଇପାରେ । କେତେକ କ୍ଷେତ୍ରରେ ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟା ହେବାର ଆଶଙ୍କା ମଧ୍ୟ ଥାଏ ।

ନିଦ ସମସ୍ୟା:ଦିନରେ ଅଧିକ ଚିନି ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ବଢ଼ିପାରେ। ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ ଚିନି ଏବଂ ରକ୍ତଚାପର ମାତ୍ରା ବୃଦ୍ଧି ହରମୋନ୍ ଉପରେ ପ୍ରଭାବ ପକାଇପାରେ । ଏଥିସହ, ଏହି ଦୁଇଟି ଅବସ୍ଥା ସମୟ ସହିତ ନିଦ୍ରାରେ ମଧ୍ୟ ସମସ୍ଯା କରିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details