ହାଇଦ୍ରାବାଦ:ଦିନକୁ ଦିନ ଚିନ୍ତାର କାରଣ ସାଜିଛି ମଧୁମେହ । ଗତ କିଛି ବର୍ଷ ମଧ୍ୟରେ ଭାରତରେ ମଧୁମେହ ରୋଗୀଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି । ମଧୁମେହ ଏକ ପ୍ରକାର ମେଟାବୋଲିକ୍ ବ୍ୟାଧି ଭାବରେ ବିବେଚନା କରାଯାଏ । ଥକ୍କାପଣ, ଦୁର୍ବଳତା, କ୍ଷତ ଶୀଘ୍ର ଆରୋଗ୍ୟ ନହେବା ଭଳି ଅନେକ ଲକ୍ଷଣ ଅଛି ଯାହାକୁ ମଧୁମେହର ଲକ୍ଷଣ ଭାବେ ବିବେଚନା କରାଯାଏ । କିନ୍ତୁ ନିକଟରେ ଚକ୍ଷୁ ବିଶେଷଜ୍ଞ କହିଛନ୍ତି ଯେ ଆଖିରେ ମଧ୍ୟ ମଧୁମେହର ଲକ୍ଷଣ ଦେଖାଯାଇଥାଏ । ଏକ ରିପୋର୍ଟରେ କୁହାଯାଇଛି ଯେ, ଯଦି ରକ୍ତ ଶର୍କରା ସ୍ତର ଅଧିକ ରହିଥାଏ ତେବେ ଏହାର ପ୍ରଭାବ ଆଖି ଉପରେ ପଡିଥାଏ । ତୃଷା, ଅସ୍ଥିରତା ଏବଂ ଓଜନ ହ୍ରାସ ସହିତ ମଧୁମେହ ମଧ୍ୟ ଆଖି ଦ୍ୱାରା ଚିହ୍ନଟ ହୋଇପାରିବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
ଉଚ୍ଚ ରକ୍ତଚାପ ଶରୀର ଉପରେ କେଉଁ ପ୍ରଭାବ ପକାଏ: ଉଚ୍ଚ ରକ୍ତ ଶର୍କରା ରହିବା ଦ୍ୱାରା ବ୍ୟକ୍ତିର ରେଟିନାରେ ରକ୍ତବାହୀ ପରିବର୍ତ୍ତନ ହୋଇପାରେ । ଏହା ଆଖିର ଟିସୁରେ ଫୁଲା ଏବଂ ଦୃଷ୍ଟିଶକ୍ତିକୁ କମ କରିଥାଏ । ରକ୍ତରେ ଶର୍କରା ବୃଦ୍ଧି ଆଖିର ଲେନ୍ସର ଆକାରକୁ ମଧ୍ୟ ବଦଳାଇପାରେ, ଯାହା ଚିକିତ୍ସା କରାନଗଲେ ଗୁରୁତର ସମସ୍ୟା ସୃଷ୍ଟି କରିପାରେ । ଏଥି ସହିତ ରେଟିନୋପାଥି, ଗ୍ଲୁକୋମା ଏବଂ ମୋତିଆବିନ୍ଦୁ ଭଳି ସମସ୍ୟା ହେବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇପାରେ ବୋଲି କୁହାଯାଇଛି ।
ଆଖିକୁ କିଭଳି ପ୍ରଭାବିତ କରେ ମଧୁମେହ: ଇନସୁଲିନ୍ ଏକ ହରମୋନ ଯାହା ଅଗ୍ନାଶୟରୁ କ୍ଷରିତ ହୋଇଥାଏ । ଯାହା ରକ୍ତରୁ ଗ୍ଲୁକୋଜକୁ ଅଲଗା କରି କୋଷକୁ ପଠାଇଥାଏ । ମଧୁମେହରେ ଇନସୁଲିନ୍ ତିଆରି ହୁଏ ନାହିଁ କିମ୍ବା ତିଆରି ହେବା ପରେ ମଧ୍ୟ ଶରୀର ଏହାକୁ ବ୍ୟବହାର କରିବାରେ ଅସମର୍ଥ ହୁଏ । ଏହା ଶରୀରରେ ଗ୍ଲୁକୋଜର ପରିମାଣକୁ ବୃଦ୍ଧି କରିଥାଏ । ଶରୀରରେ ଇନସୁଲିନ୍ ତିଆରି କିମ୍ବା ବ୍ୟବହାର କରିବାର ଅଭାବ ହେତୁ ମଧୁମେହ ଆଖିକୁ କ୍ଷତି ପହଞ୍ଚାଇଥାଏ । ଶରୀରରେ ଅମ୍ଳଜାନର ଅଭାବ ହୋଇପାରେ । ଅନ୍ୟପଟେ ଆଖିର ଆକାର ବଦଳି ଯାଇ ମୋତିଆବିନ୍ଦୁ ସୃଷ୍ଟି ହୋଇପାରେ । ଏହା ରେଟିନାକୁ ମଧ୍ୟ କ୍ଷତି ପହଞ୍ଚାଇପାରେ ।
ଏହା ମଧ୍ୟ ପଢନ୍ତୁ: Type 2 Diabetes: କାହିଁକି ଛୁଆଙ୍କ କ୍ଷେତ୍ରରେ ଅଧିକ ଦେଖାଦେଉଛି ଟାଇପ-2 ମଧୁମେହ