ହାଇଦ୍ରାବାଦ:ହୃଦରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ପ୍ରତ୍ୟେକ ବୟସରେ ହୃଦଘାତ ହେବାର ଆଶଙ୍କା ରହିଛି । ଖରାପ ଜୀବନଶୈଳୀ ଏବଂ ଖାଦ୍ୟପେୟ ହେତୁ ଏହାର ବିପଦ ବଢୁଛି । ସେଥିପାଇଁ ହୃଦୟର ଯତ୍ନ ନେବା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡୁଛି । ବିଶ୍ବସ୍ତରରେ ସର୍ବାଧିକ ମୃତ୍ୟୁ ଘଟାଉଥିବା ରେଗ ମଧ୍ୟରୁ ହୃଦ ରୋଗ ହେଉଛି ଅନ୍ୟତମ। ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଏହି କାରଣରୁ ଜୀବନ ହରାଉଛନ୍ତି । ଡାକ୍ତରଙ୍କ କହିବା ଅନୁସାରେ, ସାଧାରଣତଃ ଶ୍ୱାସକ୍ରିୟାରୁ ଛାତି ଯନ୍ତ୍ରଣା ହୃଦଘାତ ସହିତ ଜଡିତ ହୋଇଥାଏ । ତଥାପି, ଏହା ମଧ୍ୟ ଜରୁରୀ ନୁହେଁ ଯେ ହୃଦରୋଗର ପ୍ରତ୍ୟେକ ଲକ୍ଷଣ ସ୍ପଷ୍ଟ । ଶରୀରର ଅନ୍ୟାନ୍ୟ ସମସ୍ୟା ମଧ୍ୟ ହୃଦୟ ପାଇଁ ଉଦବେଗଜନକ ହୋଇପାରେ । ଯଦି ଦେଖିବା ଆଜି ମଧ୍ୟ 99ପ୍ରତିଶତ ଲୋକ ହାର୍ଟଆଟାକର କାରଣ ବା ଲକ୍ଷଣ ବିଷୟରେ ଜାଣପାରନ୍ତି ନାହିଁ । ତେବେ ଜାଣନ୍ତୁ ହୃଦରୋଗ ପୂର୍ବର କିଛି ଲକ୍ଷଣ ।
ପିଠି ଯନ୍ତ୍ରଣା: ଯେତେବେଳେ ବି ହୃଦଘାତ କିମ୍ବା ଅନ୍ୟାନ୍ୟ ଲକ୍ଷଣ ଦେଖାଯାଏ, ସେତେବେଳେ ବାମ ହାତ, ପିଠି କିମ୍ବା ଜଘଂରେ ଯନ୍ତ୍ରଣା ଦେଖାଯାଇଥାଏ । ଏହି ପ୍ରକାର ସମସ୍ୟା ହୃଦଘାତର ଲକ୍ଷଣ ଭାବରେ ବିବେଚନା କରାଯାଏ । ଏହା ଏଞ୍ଜାଇନା କିମ୍ବା ହୃଦଘାତର ଲକ୍ଷଣ ହୋଇପାରେ । ଯନ୍ତ୍ରଣା ଛାତିରେ ଆରମ୍ଭ ହୋଇ ଅନ୍ୟ ଅଂଶକୁ ବ୍ୟାପିଥାଏ । ତଥାପି, ଏହି ପ୍ରକାର ଯନ୍ତ୍ରଣା ପାଇଁ ଅନ୍ୟାନ୍ୟ ଅନେକ କାରଣ ଥାଇପାରେ।
ଥକ୍କା ଲାଗିବା:ଅତ୍ୟଧିକ କାର୍ଯ୍ୟ ପରେ କ୍ଳାନ୍ତ ହେବା ଅତ୍ୟନ୍ତ ସ୍ୱାଭାବିକ, କିନ୍ତୁ ଯଦି ବାରମ୍ବାର ଥକ୍କା ଲାଗିଥାଏ ତେବେ ଏହା ଶରୀରରେ ଅନେକ ସମସ୍ୟାକୁ ମଧ୍ୟ ସୂଚାଇଥାଏ। ଏହା ହୃଦଘାତ ପୂର୍ବରୁ ମଧ୍ୟ ଏକ ସଙ୍କେତ ହୋଇପାରେ । ଯଦି କୌଣସି କାରଣ ବିନା ଥକ୍କା ଲାଗେ, ତେବେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍।