ହାଇଦ୍ରାବାଦ:ଭାରତରେ ହୃଦଘାତ ମାମଲା ଅତି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଆଜିକାଲି ଯୁବକମାନଙ୍କ ମଧ୍ୟରେ ମଧ୍ୟ ଏଭଳି ମାମଲା ସାମ୍ନାକୁ ଆସିଛି । ଏହାର ସବୁଠାରୁ ବଡ କାରଣ ହେଉଛି ଖରାପ ଜୀବନଶୈଳୀ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ । ଯଦି ହୃଦଘାତ ହୁଏ, ତେବେ ପୁନର୍ବାର ହୃଦଘାତରୁ ରକ୍ଷା ପାଇବା ପାଇଁ ସଠିକ୍ ଖାଦ୍ୟ ଗ୍ରହଣ କରିବା ଆବଶ୍ୟକ । ହୃଦରୋଗ ବିଶେଷଜ୍ଞମାନେ କହିଛନ୍ତି ଯେ, ବ୍ୟକ୍ତିର ଖାଦ୍ୟାଭ୍ୟାସ, ଶରୀରର ଓଜନ, ରକ୍ତଚାପ, କୋଲେଷ୍ଟ୍ରଲ ସ୍ତର ଏବଂ ରକ୍ତରେ ଶର୍କରା ସ୍ତର ହାର୍ଟ ଉପରେ ପ୍ରଭାବ ପକାଇଥାଏ । ଯଦି କେହି ହୃଦଘାତରେ ଆକ୍ରାନ୍ତ ହୋଇଥିଲେ କିମ୍ବା ପୂର୍ବରୁ ହୃଦ୍ରୋଗରେ ଚିକିତ୍ସିତ ହୋଇଥିଲେ, ତେବେ ଖାଦ୍ୟ ବଦଳାଇ ରୋଗ ଏବଂ ବାରମ୍ବାର ହୃଦଘାତକୁ ରୋକାଯାଇପାରିବ ।
ହାର୍ଟଆଟାକରୁ ବର୍ତ୍ତିବା ପାଇଁ ଖାଆନ୍ତୁ ଏହି ଖାଦ୍ୟ:
- ସନ୍ତୁଳିତ ଡାଏଟ:ହୃଦୟ ରୋଗୀମାନଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ଅନେକ ଡାଏଟ୍ ବିକଳ୍ପ ରହିଛି। ହୃଦୟ ରୋଗୀମାନେ ସେମାନଙ୍କ ଡାଏଟରେ ଅଧିକ ମାତ୍ରାରେ ଫଳ ଏବଂ ପନିପରିବା ଅନ୍ତର୍ଭୁକ୍ତ କରିବା ଆବଶ୍ୟକ । ଏହାସହିତ ଶସ୍ୟଜାତିୟ ଏବଂ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ ।
- ଓମେଗା -3:ମୋନୋସାଚୁରେଟେଡ୍ ଫ୍ୟାଟ୍ ଏବଂ ଓମେଗା -3 ଫ୍ୟାଟି ଏସିଡ୍ ହୃଦୟ ପାଇଁ ଉତ୍ତମ ବୋଲି ବିବେଚନା କରାଯାଏ । ଆଭୋକାଡୋ, ଅଲିଭ୍ ତେଲ ଏବଂ ବାଦାମ ପରି ପ୍ରଚୁର ମୋନୋସାଟୁରେଟେଡ୍ ଫ୍ୟାଟ୍ ଖାଇବା ଦ୍ବାରା ହାର୍ଟ ସୁସ୍ଥ ରହିଥାଏ । ଏହି ସବୁ ଜିନିଷ ଖାଇବା ଦ୍ୱାରା ଖରାପ କୋଲେଷ୍ଟ୍ରଲ କମିଯାଏ ଏବଂ ଭଲ କୋଲେଷ୍ଟ୍ରଲ ବୃଦ୍ଧି ପାଇଥାଏ । ଯାହା ହୃଦୟ ସ୍ୱାସ୍ଥ୍ୟକୁ ସୁସ୍ଥ ରଖେ।
- ଫାଇବର ସମୃଦ୍ଧ ଖାଦ୍ୟ:ଶସ୍ୟଜାତୀୟ ଖାଦ୍ୟ, ଫଳ ଏବଂ ପନିପରିବାରେ ପ୍ରଚୁର ଫାଇବର ଥାଏ । ବ୍ରାଉନ୍ ରାଇସ ଏବଂ କ୍ୱିନୋଆ ପରି ଶସ୍ୟ ଜାତୀୟ ଖାଦ୍ୟ ଶରୀରରେ ରକ୍ତରେ ଶର୍କରା ସ୍ତର ଏବଂ କୋଲେଷ୍ଟ୍ରୋଲ୍ ନିୟନ୍ତ୍ରଣ କରିଥାଏ । ଫଳ ଏବଂ ପନିପରିବାରେ ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରହିଥାଏ, ଯାହା ଆମ ହୃଦୟକୁ ସୁସ୍ଥ ରଖେ । ବ୍ରକୋଲି, ଗାଜର, ଏବଂ ପତ୍ରଯୁକ୍ତ ପନିପରିବା ହୃଦୟ ପାଇଁ ଉତ୍ତମ ଅଟେ।
- ଦୁଗ୍ଧ ଜାତୀୟ ଉତ୍ପାଦ:କ୍ୟାଲସିୟମ୍, ପ୍ରୋଟିନ୍ ଏବଂ ଭିଟାମିନ୍ ଭରପୂର ଦୁଗ୍ଧଜାତ ଦ୍ରବ୍ୟ ହୃଦ୍ ରୋଗକୁ ରୋକିବାରେ ସାହାଯ୍ୟ କରେ । କମ୍ ଚର୍ବିଯୁକ୍ତ କିମ୍ବା ଚର୍ବିମୁକ୍ତ ଦୁଗ୍ଧଜାତ ଦ୍ରବ୍ୟ ଖାଇବା ଉଚିତ୍ । ଏଥିମଧ୍ୟରୁ ଚର୍ବିମୁକ୍ତ ଦହି, ପନିର ଏବଂ କ୍ଷୀର ସେବନ କରିପାରିବେ।
ଏଥି ପ୍ରତି ଅଧିକ ସତର୍କତା ଆବଶ୍ୟକ: