ହାଇଦ୍ରାବାଦ:ସତେଜ ଫଳଗୁଡିକ ସ୍ୱାସ୍ଥ୍ୟ ଉପକାରୀ ଭାବେ ବିବେଚନା କରାଯାଏ, କାରଣ ଏଥିରେ ସମସ୍ତ ପ୍ରକାରର ପୋଷକ ତତ୍ତ୍ୱ ରହିଥାଏ, ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । ଅନେକ ଲୋକ ଓଜନ ହ୍ରାସ କରିବା ପାଇଁ ଫଳ ମଧ୍ୟ ଖାଇଥା’ନ୍ତି । ବର୍ତ୍ତମାନ ସମୟରେ ଓଜନ ବୃଦ୍ଧି ଏକ ବଡ ସମସ୍ୟା ହୋଇଗଲାଣି, ଯେଉଁଥିପାଇଁ ଉଚ୍ଚ କୋଲେଷ୍ଟ୍ରଲ, ଉଚ୍ଚ ବିପି, ମଧୁମେହ ଏବଂ ହୃଦଘାତ ଭଳି ସମସ୍ତ ପ୍ରକାରର ରୋଗର ସମ୍ମୁଖୀନ ହେବାକୁ ପଡିଥାଏ ।
ତେବେ କେଉଁ ଫଳ ଖାଇବା ଦ୍ବାରା ଓଜନ ହ୍ରାସ ପାଇଥାଏ ଆସନ୍ତୁ ଜାଣିବା(Weight Reduce Fruits)..
କିୱି(Kiwi):-
ଆପଣ ନିଶ୍ଚିତ ଭାବରେ କିୱି ଫଳ ଖାଇଥିବେ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇପାରେ । ଏହି ଫଳରେ ଭିଟାମିନ୍ ସି, ଭିଟାମିନ୍ ଇ, ଫୋଲେଟ୍ ଏବଂ ଫାଇବର ଭରପୂର ପରିମାଣରେ ରହିଛି, ଯାହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । ସେହିପରି କିୱିରେ କ୍ୟାଲସିୟମ, ମ୍ୟାଗନେସିୟମ ଓ ଫସଫରସ ମାତ୍ରାଧିକ ପରିମାଣରେ ରହିଥାଏ । ହଜମ କ୍ରିୟାରେ ମଧ୍ୟ ସାହାଯ୍ୟ କରିଥାଏ କ୍ବିୱି ।
କମଳା(Orange):-
ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି, ତେବେ ନିଶ୍ଚିତ ରୂପେ କମଳାକୁ ଆପଣେଇବା ଉଚିତ୍ । ଯଦି ଆପଣ ପ୍ରତିଦିନ କମଳା କିମ୍ବା କମଳା ଜୁସ୍କୁ ପ୍ରତିଦିନ ପିଅନ୍ତି, ତେବେ ଓଜନ ହ୍ରାସ କରିବାରେ ବହୁତ ସାହାଯ୍ୟ କରିବ । ଫାଇବର ଥିବା ଫଳ ଖାଇବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି । କମଳାରେ ମଧ୍ୟ ଫାଇବର ଥାଏ ।