ଓଡିଶା

odisha

ETV Bharat / sukhibhava

ଭାଇରାଲ୍ ଫିବର୍‌ରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ଟିପ୍ସ - କୋଭିଡ

ମୌସୁମୀ ପରିବର୍ତ୍ତନ କାରଣରୁ କାଶ, ଛିଙ୍କ, ଜ୍ବର ଥଣ୍ଡା ଭଳି ସାଧାରଣ ଅସୁସ୍ଥତା ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପଟେ ଏହି ସମୟରେ ଦେଶରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢୁଛି । ତେବେ କେତେକ ସାଧାରଣ ନିୟମ ମାନିଲେ ନିଶ୍ଚିତ ରୂପେ ଏହି ସମସ୍ୟାକୁ ରୋକାଯାଇ ପାରିବ । ତେଣୁ ସଂକ୍ରମଣକୁ ରୋକିବା ଏବଂ ଭାଇରାଲ୍ ଫିଭରକୁ ରକ୍ଷା ପାଇବା ପାଇଁ ଏହି ସବୁ ଟିପ୍ସ ଆପଣାନ୍ତୁ ।

ବଢୁଛି କୋଭିଡ୍ ସଂକ୍ରମଣ ! ଭାଇରାଲ୍ ଫିବର୍‌ରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହିସବୁ ଟିପ୍ସ
ବଢୁଛି କୋଭିଡ୍ ସଂକ୍ରମଣ ! ଭାଇରାଲ୍ ଫିବର୍‌ରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହିସବୁ ଟିପ୍ସ

By

Published : Oct 23, 2022, 9:46 AM IST

ହାଇଦ୍ରାବାଦ: ବର୍ତ୍ତମାନ ସମୟରେ ପୁନର୍ବାର କୋଭିଡ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଯଦିଓ ଅଧିକାଂଶ ଲୋକେ କୋଭିଡରେ ସଂକ୍ରମଣ ହେଉନାହାନ୍ତି, ତଥାପି ସମସ୍ତଙ୍କୁ ଥଣ୍ଡା ଜ୍ବର ଲାଗି ରହୁଛି । ସେପଟେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ, ନିକଟ ଭବିଷ୍ୟତରେ ଏହିପରି ଅନେକ ସଂକ୍ରମଣ ହେବାର ଆଶଙ୍କା ରହିଛି । ଏହାର ମୁଖ୍ୟ କାରଣ ମୌସୁମୀ ପରିବର୍ତ୍ତନ ହୋଇପାରେ । ତେଣୁ ସଂକ୍ରମଣକୁ ରୋକିବା ସହ ସୁସ୍ଥ ରହିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।

ଅଧ୍ୟୟନ ଅନୁଯାୟୀ, ସଂକ୍ରମଣ ନିବାରଣ ଏବଂ ନିୟନ୍ତ୍ରଣ(Infection Prevention and Control, IPC) ହେଉଛି ଏକ ପନ୍ଥା, ଯାହା ରୋଗୀ ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କୁ ସଂକ୍ରମଣ ରୋକିବାରେ ସାହାଯ୍ୟ କରେ । ଏହା ଏକ ସୁସ୍ଥ ଜୀବନଯାପନ କରିବାକୁ, ଫିଟ୍ ରହିବାକୁ ଏବଂ ଜୀବନଶୈଳୀରେ ଉନ୍ନତି ଆଣିବାରେ ସାହାଯ୍ୟ କରିବ ।

ସଂକ୍ରମଣ ଏବଂ ସାଧାରଣ ସ୍ବାସ୍ଥ୍ୟ ସମସ୍ୟାକୁ ରୋକିବା ପାଇଁ ନିମ୍ନରେ କେତେକ ଉପଚାର ବାବଦରେ ବର୍ଣ୍ଣନା କରାଯାଇଛି...

ଖରାପ ଭେଣ୍ଟିଲେସନ୍ ଥିବା ବନ୍ଦ ସ୍ଥାନଗୁଡିକୁ ଏଡ଼ାଇବା ଉଚିତ୍:- ଯେଉଁଠାରେ ଖରାପ ଭେଣ୍ଟିଲେସନ୍ ଅର୍ଥାତ୍ ଠିକ୍ ଭାବନରେ ବାୟୁ ପ୍ରବାହ କରିପାରୁ ନାହିଁ ସେହି ସ୍ଥାନକୁ ଯାଆନ୍ତୁ ନାହିଁ । ଜନଗହଳି ସ୍ଥାନରୁ ଯଥା ସମ୍ଭବ ଦୂରେ ରହିବା ପାଇଁ ଚେଷ୍ଟା କରନ୍ତୁ । ସେହିପରି ଜନ ଗହଳି ସ୍ଥାନରେ କଥା ମଧ୍ୟ କୁହନ୍ତୁ ନାହିଁ । ହାତ ମିଳାଇବା କିମ୍ବା ପରସ୍ପରକୁ ଆଲିଙ୍ଗନ କରନ୍ତୁ ନାହିଁ ।

• ପ୍ରତିଦିନ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖନ୍ତୁ । ମଲ୍, ପ୍ରେକ୍ଷାଳୟ କିମ୍ବା ପାର୍କକୁ ଯାଆନ୍ତୁ ନାହିଁ ।

• ପରିଷ୍କାର ପରିଚ୍ଛନ୍ନ ରହନ୍ତୁ, ବାରମ୍ବାର ହାତକୁ ଭଲ ଭାବେ ସଫା କରନ୍ତୁ । ଏକାଧିକ ବ୍ୟକ୍ତି ବ୍ୟବହାର କରୁଥିବା କୌଣସି ଜିନିଷ ସ୍ପର୍ଶ କରନ୍ତୁ ନାହିଁ ଯେପରିକି କବାଟ, ହ୍ୟାଣ୍ଡଲ୍, କିମ୍ବା ଅନ୍ୟାନ୍ୟ ଆସବାବପତ୍ର ।

• ଘରକୁ ଫେରିବା ପରେ ଭଲ ଭାବେ ପରିଷ୍କାର ହୁଅନ୍ତୁ । କାଶ କିମ୍ବା ଛିଙ୍କିବା ସମୟରେ ପାଟି ଘୋଡାଇବାକୁ ଚେଷ୍ଟା କରନ୍ତୁ । ଅଧିକନ୍ତୁ, ହଠାତ୍ ଛିଙ୍କ କିମ୍ବା କାଶିବାକୁ ରୋକିପାରୁ ନ ଥିଲେ ରୁମାଲ୍ କିମ୍ବା ପିନ୍ଧିଥିବା ଜ୍ୟାକେଟ୍ ମଧ୍ୟରେ ଏହା କରିବାକୁ ଚେଷ୍ଟା କରନ୍ତୁ । ସଂକ୍ରମଣର ସମ୍ଭାବନାକୁ କମ୍ କରିବା ପାଇଁ ଅନ୍ୟ ଲୋକଙ୍କଠାରୁ ଯଥାସମ୍ଭବ ଦୂରରେ ରୁହନ୍ତୁ ।

ABOUT THE AUTHOR

...view details