ଓଡିଶା

odisha

ETV Bharat / sukhibhava

Yoga For Piles: ପାଇଲ୍ସ ସମସ୍ୟାରେ ପୀଡ଼ିତ ରୋଗୀଙ୍କ ପାଇଁ ଲାଭଦାୟକ ଏହି ଯୋଗାଭ୍ୟାସ, ମିଳିବ ଆରାମ - ସର୍ବାଙ୍ଗସନ

ପାଇଲ୍ସ ହେବାର ସବୁଠାରୁ ବଡ କାରଣ ହେଉଛି ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଏବଂ ଖରାପ ଖାଇବା ଅଭ୍ୟାସ । ତେବେ ଏହି ସମସ୍ୟାର ସମାଧାନ କରିବାକୁ ହେଲେ କିଛି ଜିନିଷର ପରିବର୍ତ୍ତନ କରିବାକୁ ପଡ଼ିବ । ଏହାବ୍ୟତୀତ, କିଛି ଯୋଗାସନ ସାହାଯ୍ୟରେ ଏହି ସମସ୍ୟାରୁ ଆରାମ ମିଳିପାରେ । ଅଧିକ ପଢନ୍ତୁ

ପାଇଲ୍ସ ସମସ୍ୟାରେ ପୀଡ଼ିତ ରୋଗୀ ଆଭ୍ୟାସ କରନ୍ତୁ ଏହି ଯୋଗାଭ୍ୟାସ, ଯନ୍ତ୍ରଣାରୁ ମିଳିପାରେ ଆରାମ
ପାଇଲ୍ସ ସମସ୍ୟାରେ ପୀଡ଼ିତ ରୋଗୀ ଆଭ୍ୟାସ କରନ୍ତୁ ଏହି ଯୋଗାଭ୍ୟାସ, ଯନ୍ତ୍ରଣାରୁ ମିଳିପାରେ ଆରାମ

By ETV Bharat Odisha Team

Published : Sep 10, 2023, 4:18 PM IST

ହାଇଦ୍ରାବାଦ:ପାଇଲ୍ସ ଏକ ଗମ୍ଭୀର ରୋଗ, ଯାହା ଆଜିକାଲି ଅଧିକାଂଶ ଲୋକ ଏହି ରୋଗର ଶିକାର ହୋଇଥାଆନ୍ତି । ଏହା ରକ୍ତସ୍ରାବ ବା ହେମୋରୋଇଡ୍(Hemorrhoids) ଭାବରେ ମଧ୍ୟ ଜଣାଶୁଣା । ସାଧାରଣତଃ ହଜମ ପ୍ରକ୍ରିୟାରେ ସମସ୍ୟା ହେତୁ ପାଇଲ୍ସ ରୋଗର ଶିକାର ହୁଅନ୍ତି ଲୋକେ । ଅତ୍ୟଧିକ ଜଙ୍କ୍‌ ଫୁଡ୍‌ ଖାଇବା ଦ୍ବାରା କୋଷ୍ଠକାଠିନ୍ୟ ହୋଇପାରେ ଏବଂ ଯଦି କୋଷ୍ଠକାଠିନ୍ୟକୁ ଭଲ କରିବା ପାଇଁ ଠିକ ସମୟରେ ଯତ୍ନ ନିଆ ନଯାଏ, ତେବେ ଏହା ପାଇଲ୍ସ ସମସ୍ୟା ସୃଷ୍ଟି କରାଇପାରେ । ଯେଉଁଥିରେ ମଳତ୍ୟାଗ ସମୟରେ ଯନ୍ତ୍ରଣା ଏବଂ ରକ୍ତସ୍ରାବ ହୁଏ । ତେବେ ନିଜ ଡାଏଟ ପରିବର୍ତ୍ତନ ସହ କିଛି ଯୋଗାସନ ସାହାଯ୍ୟରେ ଏହି ସମସ୍ୟାରୁ ବହୁ ପରିମାଣରେ ଆରାମ ମିଳିପାରିବ ।

ମଳାସନ (Malasana)

ମଳାସନ (Malasana)

ମଳାସନର ଅଭ୍ୟାସ ମହିଳାମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହି ଆସନ କରିବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ । ଯେଉଁଥିପାଇଁ ପାଇଲ୍ସ ସମସ୍ୟା ଦେଖାଯାଏ । ଏହି ଆସନ କେବଳ ଯେ ମେରୁଦଣ୍ଡ, ହିପ୍ ଏବଂ ଜଂଘ ପାଇଁ କାମ କରେ ନାହିଁ । ବରଂ ହଜମ ପ୍ରକ୍ରିୟାକୁ ବି ସୁସ୍ଥ ରଖେ । ତେବେ ଏହି ଆସନକୁ ପ୍ରତିଦିନ ଅଭ୍ୟାସ କଲେ ପାଇଲ୍ସରୁ ବହୁ ପରିମାଣରେ ଆରାମ ମିଳିପାରେ ।

ସର୍ବାଙ୍ଗସନ (Sarvangasan)

ସର୍ବାଙ୍ଗସନ (Sarvangasan)

ସର୍ବାଙ୍ଗସନର ଦୈନିକ ଅଭ୍ୟାସ ଶରୀରରେ ରକ୍ତ ସଞ୍ଚାଳନକୁ ଉନ୍ନତ କରିଥାଏ । ଏହି ଆସନ କରିବା ଦ୍ବାରା ପେଟ ଏବଂ ହିପର ଆଖପାଖ ଏରିଆ ପାଇଁ ଲାଭଦାୟକ ଅଟେ । ଏହି ଆସନ ଶରୀରରେ ପାଚକରସ ପ୍ରବାହରେ ମଧ୍ୟ ସାହାଯ୍ୟ କରିଥାଏ । ତେଣୁ ଅତି କମରେ 10 ସେକେଣ୍ଡ ପାଇଁ ଦୁଇରୁ ତିନି ଥର ଏହି ଆସନ ଅଭ୍ୟାସ କରିବା ଦରକାର ।

ବିପରୀତ କରଣୀ ଯୋଗାସନ

ବିପରୀତ କରଣୀ

ବିପରୀତ କରଣୀ ଯୋଗାଭ୍ୟାସ ଦ୍ବାରା ରକ୍ତ ସଞ୍ଚାଳନ ଶରୀରର ତଳରୁ ଉପର ଯାଏଁ ରକ୍ତ ସଞ୍ଚାଳନ ଠିକ ହୋଇଥାଏ । ଯାହା ଏଥିସହ ହିପ୍ ଏରିଆରେ ମଧ୍ୟ ରକ୍ତ ସଞ୍ଚାଳନ ବଢ଼ିଥାଏ । ଯାହା ମଳତ୍ୟାଗ ବେଳେ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ।

ଏହା ମଧ୍ୟ ପଢନ୍ତୁ:ଏ ସବୁ ପାଇଲ୍ସର ପ୍ରାରମ୍ଭିକ ଲକ୍ଷଣ, ଅବହେଳା ନକରି କରନ୍ତୁ ଚିକିତ୍ସା

ପୱନମୁକ୍ତାସନ (Pavanmuktasana)

ପୱନମୁକ୍ତାସନ ଅଭ୍ୟାସ କରିବା ଦ୍ୱାରା ପେଟ ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହୋଇଥାଏ । ଏହା ଗ୍ୟାସର ସମସ୍ୟାକୁ ଦୂର କରିଥାଏ। ଏହି ଆସନ ମଧ୍ୟ ହିପ୍ ଏରିଆରେ ଥିବା ମାଂସପେଶୀରେ ଚାପ କମାଇବାରେ ସହାୟକ ହୋଇଥାଏ । ଅତିକମରେ ତିନିରୁ ପାଞ୍ଚ ଥର ଦିନରେ ଏହି ଯୋଗ କରିବା ଦରକାର । କେବଳ ଏତିକି ନୁହେଁ ଏହି ଆସନ ଦ୍ବାରା ପେଟ ଉପରେ ଚାପ ଯୋଗୁଁ ଚର୍ବି ମଧ୍ୟ କମିଥାଏ ।

ABOUT THE AUTHOR

...view details