ହାଇଦ୍ରାବାଦ:ଆମର ଖରାପ ଜୀବନଶୈଳୀ ଏବଂ ଖାଇବା ଅଭ୍ୟାସ ମୋଟାପଣ ସହ ଅନେକ ରୋଗର ମୂଳ ଅଟେ । ଏହି କାରଣରୁ, ଡାଏଟିଂ କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଯେଉଁମାନେ ଓଜନ ହ୍ରାସ କରିବାକୁ ଚାହାଁନ୍ତି ସେମାନେ ବ୍ୟାୟାମ ସହ ଡାଏଟିଂ ଫୋଲୋ କରନ୍ତି । ବର୍ତ୍ତମାନ ଡାଏଟିଂ ଏକ ଟ୍ରେଣ୍ଡିଂ ହୋଇଯାଇଛି । ଯାହାକୁ ସମସ୍ତେ ଫୋଲୋ କରୁଛନ୍ତି । କିନ୍ତୁ ଅତ୍ୟଧିକ ଡାଏଟିଂ ଅନେକ ପ୍ରକାରର ମାନସିକ ଏବଂ ଶାରୀରିକ ସମସ୍ୟା ସୃଷ୍ଟି କରିପାରେ । ତେବେ ଡାଏଟି କରିବା ଦ୍ବାରା ଶରୀର ଉପରେ କ'ଣ ପ୍ରଭାବ ପକାଏ? ଜାଣନ୍ତୁ
ମେଟାବୋଲିଜିମ୍ ଧୀମା ହେବା
ଆମେରିକାର ସ୍ୱାସ୍ଥ୍ୟ ଏଜେନ୍ସି ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ ଦ୍ୱାରା କରାଯାଇଥିବା ଅନୁସନ୍ଧାନ ଅନୁଯାୟୀ, ଅତ୍ୟଧିକ ଡାଏଟିଂ ମେଟାବୋଲିକ୍ ସିଷ୍ଟମ ଉପରେ ଖରାପ ପ୍ରଭାବ ପକାଇଥାଏ । ଏହି କାରଣରୁ ଶରୀରରେ ମେଟାବୋଲିଜିମ୍ ମନ୍ଥର ବା ଧୀମା ହୋଇଯାଏ । ଏହାର ଅର୍ଥ ଶରୀରରେ କମ୍ କ୍ୟାଲୋରୀ ହେବା । ତେବେ ଯଦି ବହୁତ କମ୍ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଉଛନ୍ତି, ତେବେ ମାଂସପେଶୀ ନଷ୍ଟ ହେବା ଏବଂ ହରମୋନ୍ ପରିବର୍ତ୍ତନ ଭଳି ସମସ୍ୟା ହେବାର ଆଶଙ୍କା ଅଛି ।
ମୁଣ୍ଡବିନ୍ଧା
ଅନେକ ମାସ ଧରି ଡାଏଟ୍ ଫୋଲୋ କରିବା ଦ୍ୱାରା ମଧ୍ୟ ମୁଣ୍ଡବିନ୍ଧାର କାରଣ ହୋଇପାରେ । ତେଣୁ ସତର୍କ ହେବା ଆବଶ୍ୟକ । ଡାଏଟିଂ ଦ୍ୱାରା ଶୀଘ୍ର ଓଜନ ହ୍ରାସ ହୋଇଥାଏ ଏବଂ ଶରୀରରେ ପୋଷକ ତତ୍ତ୍ବର ବି ଅଭାବ ହୋଇଥାଏ ।