ହାଇଦ୍ରାବାଦ: ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ଫଳ ବେଶ୍ ଉପକାରୀ ହୋଇଥାଏ । ସେଥି ମଧ୍ୟରୁ କିୱି ଫଳ(kiwi fruits) ଅନ୍ୟତମ । ଏହାକୁ ଏକ ମେଡିସିନ୍ କହିଲେ ମଧ୍ୟ କିଛି ଭୁଲ୍ ହେବ ନାହିଁ । କାରଣ ଏହି ଫଳ ବିଭିନ୍ନ ପ୍ରକାର ରୋଗକୁ ଆରୋଗ୍ୟ କରିବାରେ ସାହାଯ୍ୟ କରେ । ଯେଉଁ ବ୍ୟକ୍ତିମାନେ ରକ୍ତଚାପ, ମେଦ ବହୁଳତା, କ୍ୟାନସର ଓ ହୃଦରୋଗ ସମ୍ବନ୍ଧୀୟ ରୋଗରେ ପୀଡିତ ଅଛନ୍ତି ସେମାନଙ୍କ ପାଇଁ ବେଶ୍ ଲାଭଦାୟକ କିୱି(benefits of kiwi) ।
ଯଦି ଆପଣଙ୍କ ଚର୍ମ ସମ୍ବନ୍ଧୀୟ ରୋଗ ଅଛି ତେବେ ମଧ୍ୟ କିୱି ଫଳ ଖାଇବା ଦ୍ବାରା ଉପଶମ ମିଳିଥାଏ । କିୱିରେ ଆଣ୍ଟି ମାଇକ୍ରୋବ୍ୟାକ୍ଟେରିଆଲ ଓ ରୋଗ ପ୍ରତିରୋଧକ ଶକ୍ତି ଭରପୂର ମାତ୍ରାରେ ରହିଛି । ଏଥିପାଇଁ ଗର୍ଭବତୀ ମହିଳାମାନଙ୍କୁ ପ୍ରଚୁର ପରିମାଣରେ କିୱି ଖାଇବାକୁ କୁହାଯାଏ । କ୍ବିୱି ଖାଇବା ଦ୍ବାରା ଶରୀରରେ ଆଇରନ ଅଭାବ ଦୂର ହୋଇଥାଏ ।
କିୱିରେ ପ୍ରଚୁର ମାତ୍ରାରେ ଭିଟାମିନ ସି ରହିଛି । ଏହାସହ ଭିଟାମିନ ଏ, ଭିଟାମିନ କେ ଓ ଭିଟାମିନ ଇ ମଧ୍ୟ ଏଥିରେ ରହିଛି । ଏହି ଫଳରେ କ୍ୟାଲସିୟମ, ମ୍ୟାଗନେସିୟମ ଓ ଫସଫରସ ମାତ୍ରାଧିକ ପରିମାଣରେ ରହିଥାଏ । ହଜମ କ୍ରିୟାରେ ସାହାଯ୍ୟ କରେ କ୍ବିୱି । ଆସ୍ତମା ରୋଗୀମାନଙ୍କୁ ଏହି ଫଳ ଖାଇବାକୁ ଦିଆଯାଏ । କାରଣ ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଓ ଭିଟାମିନ ସି ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ ।
ତେବେ କିୱି ଏକ ବିଦେଶୀ ଫଳ । ଏହି ଫଳ ଆକାରରେ ଟିକେ ବଡ ହୋଇ ଥିବାବେଳେ ବହୁତ ସୁସ୍ବାଦୁ ହୋଇଥାଏ । ନ୍ୟୁଜିଲାଣ୍ଡର ଜାତୀୟ ପକ୍ଷୀର ନାମ ଅନୁସାରେ ଏହାର ନାମକରଣ କିୱି ରଖାଯାଇଛି । ନିମ୍ନରେ କ୍ବିୱି ଉପକାରିତା ବାବଦରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି...