ହାଇଦ୍ରାବାଦ:ଆପଣଙ୍କ ଖାଦ୍ୟ ଯେତେ ପୁଷ୍ଟିକର ହେବ ଶରୀର ସେତିକି ସୁସ୍ଥ ରହିଥାଏ । ବହୁତ କମ୍ ଲୋକ ଜାଣନ୍ତି ଯେ ଆପଣଙ୍କର ଖାଦ୍ୟ ରକ୍ତ ବା ବ୍ଲଡ ଗ୍ରୁପ ଅନୁଯାୟୀ ହେବା ଉଚିତ । କାରଣ ପ୍ରତ୍ୟେକ ବ୍ଲଡ ଗ୍ରୁପର ଭିନ୍ନ ଭିନ୍ନ ପ୍ରକୃତି ରହିଛି । ତେଣୁ ଖାଦ୍ୟ ମଧ୍ୟ ବ୍ଲଡ ଗ୍ରୁପ ସହ ଜଡିତ ଅଟେ । ବ୍ଲଡ ଗ୍ରୁପ 4 ପ୍ରକାର ରହିଛି । A, B, AB ଏବଂ O । ଡାକ୍ତରୀ ପରୀକ୍ଷା ବା ବ୍ଲଡ ଟେଷ୍ଟ କରି ଆପଣ ନିଜ ବ୍ଲଡ ଗ୍ରୁପ ଜାଣିପାରିବେ । ତେବେ ଜାଣନ୍ତୁ କେଉଁ ବ୍ଲଡ ଗ୍ରୁପ ଲୋକମାନେ କେଉଁ ପ୍ରକାର ଖାଦ୍ୟ ଖାଇବା ଉଚିତ
A ବ୍ଲଡ ଗ୍ରୁପ: A ବ୍ଲଡ ଗ୍ରୁପ ରହିଥିବା ବ୍ୟକ୍ତିମାନଙ୍କର ଇମ୍ୟୁନିଟି ପାଓ୍ବାର ଅତ୍ୟନ୍ତ ସମ୍ବେଦନଶୀଳ ରହିଥାଏ । ସେଥିପାଇଁ ସେମାନେ ଖାଦ୍ୟର ବିଶେଷ ଯତ୍ନ ନେବା ଉଚିତ୍ । ଏହି ଲୋକମାନେ ମାଂସ ଖାଇବା କମାଇବା ଉଚିତ୍, କାରଣ ଏହା ହଜମ କରିବାକୁ ସମୟ ଲାଗିଥାଏ । ଏହି ବ୍ଲଡ ଗ୍ରୁପର ଲୋକମାନେ ଚିକେନ୍ ଏବଂ ମଟନ୍ ଠାରୁ ଦୂରତା ରଖିବା ଉଚିତ । ସେମାନେ ସବୁଜ ପନିପରିବା, ଗାଜର, ରସୁଣ, ଶସ୍ୟଜାତୀୟ ଖାଦ୍ୟ, ଡାଲି ଏବଂ ଫଳ ଖାଇବା ଉଚିତ । କ୍ଷୀର ଏବଂ ଏହାର ଉତ୍ପାଦ ଖାଦ୍ୟ, ଚାଉଳ ଏବଂ ଅଣ୍ଡା ମଧ୍ୟ ଯତ୍ନର ସହିତ ଖାଇବା ଉଚିତ । କଦଳୀ କିମ୍ବା ସୋୟା କ୍ଷୀର ଖାଇବା ଲାଭଦାୟକ ଅଟେ।
B ବ୍ଲଡ ଗ୍ରୁପ:କହିବାକୁ ଗଲେ ଖାଦ୍ୟ ପାନୀୟ ମାମଲାରେ ଲୋକମାନେ ବହୁତ ଭାଗ୍ୟବାନ ହୋଇଥାଆନ୍ତି। ଏହି ବ୍ଲଡଗ୍ରୁପର ଲୋକମାନେ କିଛି ଖାଇପାରିବେ । ସବୁଜ ପତ୍ରଯୁକ୍ତ ପନିପରିବା, ଫଳ କିମ୍ବା ଚିକେନ୍-ମଟନ୍ ବି ଏହି ଗୋଷ୍ଠୀର ବ୍ୟକ୍ତିବିଶେଷ ଖାଇପାରିବେ। ସେମାନଙ୍କର ହଜମ ପ୍ରକ୍ରିୟା ବହୁତ ଶକ୍ତିଶାଳୀ, ଯେଉଁ କାରଣରୁ ଶରୀରରେ ଚର୍ବି ଜମା ହୋଇନଥାଏ । କ୍ଷୀର ଏବଂ ସେଥିରୁ ତିଆରି ଜିନିଷ ଏହାସହ ଅଣ୍ଡା ଖାଇପାରିବେ । କିନ୍ତୁ ଏହି ମନେ ରଖିବା ଉଚିତ ଯେ, ଖାଦ୍ୟ ସନ୍ତୁଳନ ରଖିବା ଉଚିତ।